ETV Bharat / city

ରାଜଧାନୀରେ ବୁଥ ଟ୍ୟାଗିଂ, ବୁଥ ମୁହାଁ ନିର୍ବାଚନ ଅଧିକାରୀ - ଭୁବନେଶ୍ବର

ଆରମ୍ଭ ହୋଇଛି ବୁଥ ଟାଗିଂ। କେଉଁ ନିର୍ବାଚନ ମଣ୍ଡଳୀର କେଉଁ ବୁଥକୁ ଯିବେ, କେଉଁ ନିର୍ବାଚନ ଅଧିକାରୀ । ସେ ସମ୍ପର୍କରେ ଚାଲିଛି ଟାଗିଂ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର
author img

By

Published : Apr 21, 2019, 10:46 PM IST

ଭୁବନେଶ୍ବର: ଆସନ୍ତା ୨୩ରେ ହେବାକୁ ଯାଉଛି ୩ୟ ପର୍ଯ୍ୟାୟ ନିର୍ବାଚନ । ଭୁବନେଶ୍ବରର କମିଶନରେଟ ପୋଲିସ ଅଧିନରେ ଥିବା ୫ଟି ନିର୍ବାଚନ ମଣ୍ଡଳୀର ହେବ ମତଦାନ । ଏଥିପାଇଁ ଚଳଚଞ୍ଚଳ ନିର୍ବାଚନ ଦାୟିତ୍ବରେ ଥିବା ଅଧିକାରୀ ।

୫ଟି ନିର୍ବାଚନ ମଣ୍ଡଳୀ ମଧ୍ୟରେ ରହିଛି ଜୟଦେବ, ଜଟଣୀ, ଏକାମ୍ର , ଭୁବନେଶ୍ବର ମଧ୍ୟ ଓ ଉତ୍ତର ନିର୍ବାଚନ ମଣ୍ଡଳୀ । ଏଥିପାଇଁ ଆରମ୍ଭ ହୋଇଛି ବୁଥ ଟାଗିଂ। କେଉଁ ନିର୍ବାଚନ ମଣ୍ଡଳୀର କେଉଁ ବୁଥକୁ ଯିବେ, କେଉଁ ନିର୍ବାଚନ ଅଧିକାରୀ। ସେ ସମ୍ପର୍କରେ ଚାଲିଛି ଟାଗିଂ। ପ୍ରତ୍ୟେକ ବୁଥ ପାଇଁ ରହିବେ ଗୋଟିଏ ଲେଖାଁଏ ଟିମ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଭୁବନେଶ୍ୱର

ଜଣେ ପ୍ରିଜାଇଡିଂ ଅଫିସରଙ୍କ ତତ୍ବାବଧାନରେ ୫ଜଣ ପୁଲିଂ ଅଧିରାରୀ ଓ ଜଣେ ପୋଲିସ କର୍ମଚାରୀ ସେହି ଟିମରେ ରହିବେ । ତେବେ ବୁଥ ଅନୁସାରେ କିଏ କେତେ ନମ୍ବର ବୁଥକୁ ଯିବେ, ସେନେଇ ବିଜେବି ପଡିଆରେ ହୋଇଥିବା ଅସ୍ଥାୟୀ ନିର୍ବାଚନୀ ପ୍ରସ୍ତୁତି ପାଇଁ କ୍ୟାମ୍ପସରେ ଆଲର୍ଟମେଣ୍ଟ କରାଯାଇଛି ।

ତେବେ ଆସନ୍ତାକାଲି ଭୁବନେଶ୍ବର(ମଧ୍ୟ) , ଭୁବନେଶ୍ବର(ଉତ୍ତର) ଓ ଏକାମ୍ର ନିର୍ବାଚନ ମଣ୍ଡଳୀର ବୁଥ ପାଇଁ ପ୍ରସ୍ତୁତ ହେବେ ପୁଲିଂ ଅଧିକାରୀ । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.