ETV Bharat / city

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ବଲିଉଡ ଅଭିନେତା ଆର୍‌ ମାଧବନ - ବଲିଉଡ ଅଭିନେତା ଆର ମାଧବନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବଲିଉଡ ଅଭିନେତା ଆର ମାଧବନ । ନବୀନ ନିବାସରେ ନବୀନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ମାଧବନ । ଅଧିକ ପଢନ୍ତୁ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ଆର ମାଧବନ

author img

By

Published : Jul 21, 2022, 12:11 PM IST

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବଲିଉଡ ଅଭିନେତା ଆର ମାଧବନ । ନବୀନ ନିବାସରେ ନବୀନଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ମାଧବନ ଆଲୋଚନା କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଉପସ୍ଥିତ ଥିଲେ । ପ୍ରଥମ ଥର ପାଇଁ ଓଡିଶା ଆସିଛନ୍ତି ମାଧବନ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଛନ୍ତି ବଲିଉଡ ଅଭିନେତା ଆର. ମାଧବନ । ଏହି ଅବସରରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅଭିନେତା ଆର ମାଧବନ

ନବୀନ ନିବାସରେ ଉଭୟଙ୍କ ମଧ୍ୟରେ ଭେଟଘାଟ ହୋଇଛି । ରାଜ୍ୟର କ୍ରୀଡ଼ା, ସିନେମା, ସଂସ୍କୃତି ଓ ପର୍ଯ୍ୟଟନ ବାବଦରେ ଆଲୋଚନା ହୋଇଥିବା ଜଣାପଡିଛି । ଏହି ଆଲୋଚନା ସମୟରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ ଓ ଆର ମାଧବନଙ୍କ ପୁଅ ବେଦାନ୍ତ ମଧ୍ୟ ଉପସ୍ଥିତ ଥିଲେ । କଳିଙ୍ଗ ଷ୍ଟାଡିୟମ ବୁଲି ଦେଖିବା ସହ, ମାଧବନ ଖେଳାଯାଇଥିବା 48 ତମ ଜାତୀୟ ଜୁନିୟର ଆକ୍ଵାଟିକ ଚାମ୍ପିଅନସିପ ଉଦଯାପିତ ଉତ୍ସବରେ ଅତିଥି ଭାବେ ଯୋଗ ଦେଇଥିଲେ । ଷ୍ଟାଡିୟମ ସହ ବିଭିନ୍ନ ନିର୍ମାଣଧୀନ ଭିତ୍ତିଭୂମି ମଧ୍ୟ ବୁଲି ଦେଖିଥିଲେ । ଓଡିଶାରେ କ୍ରୀଡା ଭିତ୍ତିଭୂମିର ବିକାଶରୁ ଭୂୟସୀ ପ୍ରଶଂସା କରିଥିଲେ ମାଧବନ ।

ପ୍ରକାଶ ଥାଉ କି, କଳିଙ୍ଗ ଷ୍ଟାଡିୟମ ବିଜୁ ପଟ୍ଟନାୟକ ସ୍ବିଇମିଙ୍ଗପୁଲ କମ୍ପ୍ଲେକ୍ସରେ ଉଦଯାପିତ ପ୍ରତିଯୋଗିତାରେ କର୍ଣ୍ଣାଟକକୁ ସର୍ବାଧିକ 78ଟି ପଦକ ମିଳିଛି । ମହାରାଷ୍ଟ୍ର 42 ଓ ତେଲେଙ୍ଗାନା 17 ପଦକ ପାଇଥିବାବେଳେ ଓଡ଼ିଶା ପଦକ ଶୂନ୍ୟ ରହିଥିଲା । ମୋଟ 853 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଓଡିଶାରୁ 12 ଜଣ ବାଳକ ଓ 8 ଜଣ ବାଳିକା ସମେତ ମୋଟ 20 ଜଣ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।

ଇଟିିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.