ETV Bharat / city

ଭୀମଭୋଇ ମେଡିକାଲ୍ ଛାତ୍ର ମୃତ୍ୟୁ ଘଟଣା, ଶାସନ ସଚିବଙ୍କୁ ରିପୋର୍ଟ ମାଗିଲା NHRC

author img

By

Published : May 26, 2022, 1:54 PM IST

ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ୍ ଛାତ୍ର ମୃତ୍ୟୁ ଘଟଣାରେ ଦିନ ଗଡିବାରେ ଲାଗିଛି । 4 ସପ୍ତାହ ଭିତରେ ଘଟଣାର ରିପୋର୍ଟ ଦେବାକୁ ଏନ୍ଏଚ୍ଆରସି (National Human Rights Commission of India) ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ଭୀମଭୋଇ ମେଡିକାଲ୍ ଛାତ୍ର ମୃତ୍ୟୁ ଘଟଣା
ଭୀମଭୋଇ ମେଡିକାଲ୍ ଛାତ୍ର ମୃତ୍ୟୁ ଘଟଣା

ଭୁବନେଶ୍ବର: ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ୍ ଛାତ୍ର ମୃତ୍ୟୁ ଘଟଣାରେ ଦିନ ଗଡିବାରେ ଲାଗିଛି । 4 ସପ୍ତାହ ଭିତରେ ଘଟଣାର ରିପୋର୍ଟ ଦେବାକୁ ଏନ୍ଏଚ୍ଆରସି (National Human Rights Commission of India) ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ଭିସିଙ୍କୁ ରିପୋର୍ଟ ତଲବ କରିଛନ୍ତି ଏନଏଚଆରସି । 4 ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ଏନଏଚଆରସିଙ୍କ ନିର୍ଦ୍ଦେଶ।

ଭୀମଭୋଇ ମେଡିକାଲ୍ ଛାତ୍ର ମୃତ୍ୟୁ ଘଟଣା
ଭୀମଭୋଇ ମେଡିକାଲ୍ ଛାତ୍ର ମୃତ୍ୟୁ ଘଟଣା

ଗତ 22 ଏପ୍ରିଲରେ ମେଡିକାଲ୍ ଛାତ୍ର ନିଶାନ୍ତ କୁମାରଙ୍କ ଛାତରୁ ପଡି ମୃତ୍ୟୁ ହୋଇଥିଲା । ଭୀମ ଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରଙ୍କ ନିଶାନ୍ତ କୁମାରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରିପୋର୍ଟ ଦେବାକୁ ଏନ୍ଏଚ୍ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ଭିସିଙ୍କୁ ରିପୋର୍ଟ ତଲବ କରିଛନ୍ତି ।

ନିଶାନ୍ତଙ୍କ ମୃତ୍ୟୁକୁ ରାଗିଂ ଅଭିଯୋଗ ଉଠିଥିଲା । ଘଟଣାକୁ ମାସ ବିତିଗଲାଣି । କିନ୍ତୁ କାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନି । ଏପରିକି ଡାକ୍ତରୀ ଛାତ୍ର ନିଶାନ୍ତ କାହିଁକି ଆତ୍ମହତ୍ୟା କଲେ ସେ ନେଇ କୌଣସି କାରଣ ପାଇଁ ପୋଲିସ ତଦନ୍ତ କରି ସାମ୍ନାକୁ ଆଣିନାହିଁ । ପୋଷ୍ଟମର୍ଟମ ରିପୋର୍ଟରେ ସ୍ପଷ୍ଟ ଜଣାପଡୁଛି, ଛାତ ଉପରୁ ପଡ଼ି ତାଙ୍କର ମୃତ୍ୟୁ ହୋଇଛି କିନ୍ତୁ ବ୍ୟବଚ୍ଛେଦ ରିପୋର୍ଟରୁ ଆଉ ଗୋଟିଏ କଥା ବି ସ୍ପଷ୍ଟ ହୋଇଥିଲା ମାନସିକ ଅବସାଦରୁ ଏଭଳି ଘଟଣା ଘଟିଛି । ଆଜି ଯାଏଁ ପୋଲିସ ଅନୁସନ୍ଧାନ ଚାଲିଥିଲେ ବି ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।

ଅପରପଟେ ନିଶାନ୍ତ କଲେଜକୁ ଆସିବା ଦିନରୁ ଜଣେ ବନ୍ଧୁଙ୍କ ସହ ହ୍ଵାଟସଆପରେ ଚାଟିଂ କରୁଥିଲେ । ଏହା ସାମ୍ନାକୁ ଆସିବା ପରେ ଜଣାପଡ଼ିଥିଲା କଲେଜରେ କେମିତି ରାଗିଂ ହେଉଥିଲା । ନିଶାନ୍ତଙ୍କ ବାପା କ୍ରିଷନ କୁମାର ଏନେଇ ଥାନାରେ ଅଭିଯୋଗ କରିଥିଲେ । ହରିୟାଣାରୁ ଆସି ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜରେ ନିଶାନ୍ତ ନାମ ଲେଖାଇଥିଲେ । ମାତ୍ର ଦଶ ଦିନ ରହଣି ପରେ ସେ ଆତ୍ମହତ୍ୟା କରିଥିଲେ। ଯାହା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.