ETV Bharat / city

ଆଜି ଓଡିଶାରେ ପହଞ୍ଚିବ ଶ୍ରମିକଙ୍କ ମୃତଦେହ, ମସ୍କଟରେ ହରାଇଥିଲେ ପ୍ରାଣ - ପହଞ୍ଚିବ ଓଡିଆ ଶ୍ରମିକ ମୃତଦେହ

ଓମାନ ରାଜଧାନୀ ମସ୍କଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ମୃତଦେହ ଆଜି ଓଡିଶାରେ ପହଞ୍ଚିବ । ବାହାରିନ୍‌ ପ୍ରବାସୀ ଓଡ଼ିଆ ସମାଜ ପ୍ରଚେଷ୍ଟାରେ ଅଣାଯାଉଛି ମୃତଦେହ । ସୂଚନା ଦେଲେ ପ୍ରତିଷ୍ଠାତା ଅରୁଣ ପ୍ରହରାଜ । ଅଧିକ ପଢନ୍ତୁ....

ଆଜି ଓଡିଶା ପହଞ୍ଚିବ ମସ୍କଟରେ ମୃତ ଓଡିଆ ଶ୍ରମିକଙ୍କ ମୃତଦେହ
ଆଜି ଓଡିଶା ପହଞ୍ଚିବ ମସ୍କଟରେ ମୃତ ଓଡିଆ ଶ୍ରମିକଙ୍କ ମୃତଦେହଆଜି ଓଡିଶା ପହଞ୍ଚିବ ମସ୍କଟରେ ମୃତ ଓଡିଆ ଶ୍ରମିକଙ୍କ ମୃତଦେହ
author img

By

Published : Sep 22, 2021, 6:14 PM IST

ଭୁବନେଶ୍ବର: ଓମାନ ରାଜଧାନୀ ମସ୍କଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶ୍ରମିକଙ୍କ ମୃତଦେହ ଓଡିଶା ଅଣାଯାଉଛି । ବାହାରିନ୍‌ ପ୍ରବାସୀ ଓଡ଼ିଆ ସମାଜର ପ୍ରତିଷ୍ଠାତା ସଭାପତି ତଥା ବିଶ୍ବ ଓଡ଼ିଶା ଆନ୍ତର୍ଜାତିକ ପରିଷଦର ଅଧ୍ୟକ୍ଷ ଡ.ଅରୁଣ କୁମାର ପ୍ରହରାଜଙ୍କ ପ୍ରୟାସ କ୍ରମେ ମୃତଦେହ ଜନ୍ମମାଟିକୁ ଫେରାଇ ଅଣାଯାଉଥିବା ସୂଚନା ରହିଛି । ମୃତ ଶ୍ରମିକଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା‌ କମଳାପଦରର ପ୍ରଦୀପ ପାହାନ । ପ୍ରଦୀପ ସେଠାରେ ଏକ କମ୍ପାନୀରେ କାମ କରୁଥିବାବେଳେ ଗତ ୧୪ ତାରିଖରେ ରାସ୍ତା ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

ଆଜି ଓଡିଶା ପହଞ୍ଚିବ ମସ୍କଟରେ ମୃତ ଓଡିଆ ଶ୍ରମିକଙ୍କ ମୃତଦେହ

ପ୍ରଦୀପଙ୍କ ଜଣେ ସମ୍ପର୍କୀୟ ଭାଇ ହର୍ଷ ପାହାନଙ୍କଠାରୁ ଖବର ପାଇ ଡ.ପ୍ରହରାଜ ଓମାନରେ ଭାରତୀୟ ଦୂତାବାସ, ବୈଦେଶିକ ବ୍ୟାପାର ମନ୍ତ୍ରାଳୟ, ଓଡ଼ିଶା ମୁଖ୍ୟମନ୍ତ୍ରୀ, ଓଡ଼ିଶା ମୋ ପରିବାର ଓ କମ୍ପାନୀର ମ୍ୟାନେଜର୍ ପରଭେଜ୍‌ଙ୍କ ସହ ଯୋଗଯୋଗ କରିଥିଲେ । ପରେ ମୃତଦେହ ଅଣାଯିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଖୁବ୍‌ଶୀଘ୍ର ପ୍ରଦୀପଙ୍କ ମୃତଦେହ ଓଡ଼ିଶା‌‌ରେ ତାଙ୍କ ପରିବାର ଲୋକଙ୍କ ପାଖରେ ପହଞ୍ଚିବ ବୋଲି ଡ.ପ୍ରହରାଜ ପ୍ରତିଶ୍ରୁତି ଦେଇଛନ୍ତି ।

ବାହାରିନ ଓଡିଆ ସମାଜ ପକ୍ଷରୁ କରାଯାଇଥିବା ବ୍ୟବସ୍ଥା ଅନୁସାରେ, ମୃତଦେହ ଏୟାର ଇଣ୍ଡିଆ ବିମାନ ଯୋଗେ ମସ୍କଟରୁ ମୁମ୍ବାଇ ଦେଇ ଆଜି( ବୁଧବାର) ଭୁବନେଶ୍ବରରେ ପହଞ୍ଚିବ ବୋଲି ଜଣାପଡିଛି । ଅନ୍ୟ ଏକ ଘଟଣାକ୍ରମରେ ଓମାନର ଡଲଫିନ ଶ୍ରମ ଶିବିରରେ ଫସି ରହିଥିବା ଅନ୍ୟ ୯ଜଣ ଶ୍ରମିକଙ୍କୁ ଫେରାଇ ଆଣିବା ପାଇଁ ମଧ୍ୟ ପ୍ରଚେଷ୍ଟା ଜାରି ରହିଥିବା ଡ. ପ୍ରହରାଜ ସୂଚନା ଦେଇଛନ୍ତି । ଫସି ରହିଥିବ ଶ୍ରମିକମାନେ ଭିଡିଓ ବାର୍ତ୍ତା ମାଧ୍ୟମରେ ଉଦ୍ଧାର ପାଇଁ ନିବେଦନ କରିଥିବା ଦେଖିବାକୁୁ ମିଳିଥିଲା ।

୩୦ ସେପ୍ଟେମ୍ବର ଭିତରେ ସମସ୍ତ ଶ୍ରମିକଙ୍କୁ ଫେରାଇ ଆଣିବାର ବ୍ୟବସ୍ଥା କରାଯାଉଥିବା ନେଇ ବିଦେଶ ମନ୍ତ୍ରାଳୟରୁ ପ୍ରତିଶ୍ରୁତି ମିଳିଥିବା ଡ. ପ୍ରହରାଜ ସୂଚନା ଦେଇଛନ୍ତି । ସେ ଏହି ଅଭିଯାନ ପାାଇଁ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟ ଶଙ୍କର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ଓଡ଼ିଶା ମୋ ପରିବାର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଓ ଭାରତୀୟ ଦୂତାବାସକୁ ସେ ଧନ୍ୟବାଦ ମଧ୍ୟ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.