ETV Bharat / city

ଡିସେମ୍ବର ସୁଦ୍ଧା ରାଜ୍ୟର 100ଟି ସ୍ଥାନରେ ହେବ ବୋଟିଂ ବ୍ୟବସ୍ଥା

author img

By

Published : Jul 10, 2021, 7:09 AM IST

Updated : Jul 10, 2021, 10:00 AM IST

ପର୍ଯ୍ୟଟନର ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର । ଏନେଇ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ଏବଂ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ସହିତ ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ । ଅଧିକ ପଢନ୍ତୁ...

ଡିସେମ୍ବର ସୁଦ୍ଧା ରାଜ୍ୟର 100ଟି ସ୍ଥାନରେ ହେବ ବୋଟିଂ ବ୍ୟବସ୍ଥା
ଡିସେମ୍ବର ସୁଦ୍ଧା ରାଜ୍ୟର 100ଟି ସ୍ଥାନରେ ହେବ ବୋଟିଂ ବ୍ୟବସ୍ଥା

ଭୁବନେଶ୍ବର: ରାଜ୍ୟ ସରକାର ଇକୋ ଟୁରିଜିମ ଉପରେ ଗୁରୁତ୍ୱ ଦେଇଛନ୍ତି । ପର୍ଯ୍ୟଟନର ବିକାଶ ଓ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ପଦକ୍ଷେପ ହାତକୁ ନେଉଛନ୍ତି । କୋଭିଡ଼ ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ପର୍ଯ୍ୟଟନ ଶିଳ୍ପକୁ ନୂଆ ଦିଗ ଦେବା ପାଇଁ ପଦକ୍ଷେପ ନେବା ଆରମ୍ଭ କରିଛନ୍ତି ସରକାର । ଏନେଇ ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ଓ ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ସହିତ ବୈଠକ କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ଆସନ୍ତା ମାସ ମଧ୍ୟରେ ବୋଟିଂ ଲାଗି ସ୍ଥାନ ଚିହ୍ନଟ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହା ସହ ଡିସେମ୍ବର ସୁଦ୍ଧା ରାଜ୍ୟର ଶହେଟି ସ୍ଥାନରେ ବୋଟିଂ ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ କୋଭିଡ଼ ସ୍ଥିତିରେ ସୁଧାର ଆସୁଛି । ଆସନ୍ତା କିଛି ମାସ ମଧ୍ୟରେ ପର୍ଯ୍ୟଟନ ଋତୁ ପ୍ରବେଶ କରିବ । କୋଭିଡ଼ ଯୋଗୁଁ ପର୍ଯ୍ୟଟନ ଶିଳ୍ପ ବାଧାପ୍ରାପ୍ତ ହୋଇଛି । ପର୍ଯ୍ୟଟନ ଶିଳ୍ପକୁ କିପରି ଗତି ଦିଆଯିବ ଏନେଇ ଗତକାଲି(ଶୁକ୍ରବାର) ଅପରାହ୍ନରେ ଲୋକସେବା ଭବନରୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ ମୋଡରେ ଏକ ଉଚ୍ଚସ୍ତରୀୟ ବୈଠକ ବିସିଥିଲା । ବୈଠକରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ରାଜ୍ୟରେ ବୋଟିଂ ସମ୍ଭାବନା ଏବଂ ଭବିଷ୍ୟତ ବାବଦରେ ତଥ୍ୟ ଉପସ୍ଥାପନ କରିଛନ୍ତି ।

ରାଜ୍ୟର ବୋଟିଂ ଏବଂ ଜଳ କ୍ରୀଡ଼ା ସମ୍ଭାବନାକୁ ବିଚାର କରି ମୁଖ୍ୟ ଶାସନ ସଟିବ 3 ବିଭାଗକୁ ଗୁରୁତ୍ୱପୂର୍ଣ୍ଣ ଟାସ୍କ ଦେଇଛନ୍ତି । ଜଙ୍ଗଲ ଓ ପରିବେଶ, ଜଳ ସମ୍ପଦ ଏବଂ ପର୍ଯ୍ୟଟନ ବିଭାଗ ବୋଟିଂ ସୁବିଧା ଆରମ୍ଭ କରିବା ପାଇଁ ମିଳିତ ଭାବେ ପ୍ରାୟ 100 ଟି ସ୍ଥାନ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏକ ମାସ ମଧ୍ୟରେ ତାଲିକା ଚୂଡ଼ାନ୍ତ କରିବାକୁ ବିଭାଗଗୁଡ଼ିକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଶୀଘ୍ର ଭାସମାନ ଜେଟି ଏବଂ ଡଙ୍ଗା ସେଟ୍ ବ୍ୟବସ୍ଥା କରିବା ସହ କାର୍ଯ୍ୟକଳାପ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଆରମ୍ଭ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ।

ପର୍ଯ୍ୟଟନ ଓ ପୁଞ୍ଜି ନିବେଶକାରୀଙ୍କୁ ଆକୃଷ୍ଟ ପାଇଁ ପ୍ରକୃଷ୍ଠ ସ୍ଥାନ ସହ ଆନୁସଙ୍ଗିକ ବ୍ୟବସ୍ଥା କରିବା ଲାଗି ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏପରି ହେଲେ ବେସରକାରୀ ପୁଞ୍ଜିନିବେଶ ବୃଦ୍ଧି ପାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଏହା ରାଜ୍ୟର ଇକୋ-ଟୁରିଜିମକୁ ପରବର୍ତ୍ତୀ ଉଚ୍ଚସ୍ତରକୁ ନେଇଯିବ । ଡଙ୍ଗା ଏବଂ ବୋଟିଂ ସ୍ଥାନଗୁଡିକରେ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା କରିବାକୁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହିତ ପରିଚାଳନା ପାଇଁ ସ୍ଥାନୀୟ ସମ୍ପ୍ରଦାୟ, VSS ଏବଂ WSHG ଗୋଷ୍ଠୀକୁ ଉପଯୁକ୍ତ ତାଲିମ ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟରେ ଛୋଟ ବଡ଼ ପ୍ରାୟ 118ଟି ଡ୍ୟାମ ରହିଛି । ଓଡିଶାରେ ହିରାକୁଦ, ମାଣ୍ଡିରା, ପାଟୋରା, ଡେରାସ, ହଦଗଡ, ପିତାମହଲ, ଝିମକା, ଇନ୍ଦ୍ରାବତୀ, କୋଲାବ, କୁନାରିଆ, ସାରଫଗଡ, ଗୋଧହାଡା, କଞ୍ଜହାରୀ ଏବଂ ସରବଗଡ ଇତ୍ୟାଦି ପ୍ରମୁଖ ବଡ଼ ଡ୍ୟାମ ରହିଛି । ସେହିପରି ଚିଲିକା, ଅଂଶୁପା, ପାଟା, କାଞ୍ଜିଆ, ହିରାକୁଦ ପରି ପ୍ରାକୃତିକ ହ୍ରଦ ରହିଛି । ଏହା ଛଡା ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ୟା, ବଂଶଧାରା, ନଗବଳୀ, କୋଲାବ, ଇନ୍ଦ୍ରାବତୀ, ସୁବର୍ଣ୍ଣରେଖା ଏବଂ ବୁଢ଼ାବଳଙ୍ଗ ପରି ପ୍ରାୟ ଦଶଟି ପ୍ରମୁଖ ନଦୀ ଅବବାହିକା ଅଛି । ଏହା ବ୍ୟତୀତ ଏହି ନଦୀ ଏବଂ ସେମାନଙ୍କର ଉପନଦୀ ମଧ୍ୟରେ ଅନେକ ନଦୀ ସମ୍ମିଳନୀ ରହିଛି । ଏହି ସ୍ଥାନରେ ବୋଟିଂ ବ୍ୟବସ୍ଥା ଲାଗି ଉପଯୁକ୍ତ ସ୍ଥାନ ହୋଇପାରିବ । ଏହି ଆଲୋଚନାରେ ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବଙ୍କ ସହ ବିଭିନ୍ନ ଜିଲ୍ଲାପାଳ ଏବଂ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ରାଜ୍ୟରେ 2016ରୁ ଇକୋ-ଟୁରିଜିମ୍ ବ୍ୟବସ୍ଥା ଆରମ୍ଭ ହୋଇଛି । ଇକୋ-ଟୁରିଜିମ୍ ବ୍ୟବସ୍ଥା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ମାନସ ସନ୍ତାନ ବୋଲି କୁହାଯାଏ । କାରଣ ବନ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଥିବାବେଳେ ସୁରେଶଙ୍କ ପ୍ରୟାସରେ ଏହାର ପରିକଳ୍ପନା କରାଯାଇ କାର୍ଯ୍ୟକ୍ଷମ କରାଯାଇଥିଲା । ସେହି ଦିନଠାରୁ ଇକୋ-ଟୁରିଜିମ୍ ବର୍ଷ ବର୍ଷ ଧରି ଇକୋ-ଗନ୍ତବ୍ୟସ୍ଥଳକୁ ପରିଦର୍ଶକଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଇ ରେକର୍ଡ ସଂଖ୍ୟାରେ ପହଁଚିଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jul 10, 2021, 10:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.