ETV Bharat / city

କୋରୋନା ସଂକ୍ରମଣ ରୋକିବାକୁ ବିଏମସିର ମାଷ୍ଟର ପ୍ଲାନ

author img

By

Published : Sep 10, 2020, 6:13 PM IST

ଗଞ୍ଜାମ ଫର୍ମୁଲାକୁ ଭୁବନେଶ୍ବରରେ ଲାଗୁ କରିବା ସହ ବ୍ୟାପକ ହେଲ୍‌ଥ ସ୍କ୍ରିନିଂ ଓ ୫୬୫ ରାପିଡ଼ ରେସପନ୍ସ ଟିମ ଗଠନ କରିଛି ବିଏମସି । ଏହି ପ୍ଲାନ କୋରୋନା ଉପରେ ଲଗାମ ଲଗାଇବ ବୋଲି ଦାୟିତ୍ବରେ ଥିବା ସ୍ବତନ୍ତ୍ର ଅଧିକାରୀ ଏଡ଼ିଏମ ପାରୁଲ ପଟୁୱାରୀ କହିଛନ୍ତି । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ ରୋକିବାକୁ ବିଏମସିର ମାଷ୍ଟର ପ୍ଲାନ
କୋରୋନା ସଂକ୍ରମଣ ରୋକିବାକୁ ବିଏମସିର ମାଷ୍ଟର ପ୍ଲାନ

ଭୁବନେଶ୍ବର: ଦେଶ ଓ ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏଣୁ ରାଜଧାନୀ ଭୁବନେଶ୍ବରରେ ସଂକ୍ରମଣ ବର୍ତ୍ତମାନ କିଛି ନିର୍ଦ୍ଧିଷ୍ଟ ଅଞ୍ଚଳରେ ବଢୁଥିବାରୁ ଏହାକୁ ନିୟନ୍ତ୍ରଣ କରିବା ପାଇଁ ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି ବିଏମସି । ଗଞ୍ଜାମ ଫର୍ମୁଲାକୁ ଭୁବନେଶ୍ବରରେ ଲାଗୁ କରିବା ସହ ବ୍ୟାପକ ହେଲ୍‌ଥ ସ୍କ୍ରିନିଂ ଓ ୫୬୫ ରାପିଡ଼ ରେସପନ୍ସ ଟିମ ଗଠନ କରିଛି ବିଏମସି । ଏହି ପ୍ଲାନ କୋରୋନା ଉପରେ ଲଗାମ ଲଗାଇବ ବୋଲି ଦାୟିତ୍ବରେ ଥିବା ସ୍ବତନ୍ତ୍ର ଅଧିକାରୀ ଏଡ଼ିଏମ ପାରୁଲ ପଟୁୱାର କହିଛନ୍ତି ।

ଦୁଇସପ୍ତାହ ହେବ ଭୁବନେଶ୍ବରରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଏଥିରେ ବ୍ରେକ ଲଗାଇବା ପାଇଁ ଅଣ୍ଟା ଭିଡ଼ିଛି ବିଏମସି । ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଭୁବନେଶ୍ବରରେ ଗଞ୍ଜାମ ଫର୍ମୁଲା ଲାଗୁ ହେବ । ରାଜଧାନୀରେ ବ୍ୟାପକ ହେଲଥ ସ୍କ୍ରିନିଂ କରାଯିବ । ଏଥିଲାଗି ୫୬୫ ରାପିଡ଼ ରେପପନ୍ସ ଟିମ ଗଠନ କରାଯାଇଛି ।

ଏହି ଟିମ ବସ୍ତି ଏବଂ ଅନ୍ୟ ଅଞ୍ଚଳରେ ଅଧିକ ହେଲଥ ସ୍କ୍ରିନିଂ ଉପରେ ଫୋକସ କରିବେ । କୋରୋନା ନେଇ କୌଣସି ସନ୍ଦେହରେ ଥିଲେ ୧୯୨୯କୁ କଲ କରି ସଂପୂର୍ଣ୍ଣ ତଥ୍ୟ ପାଇପାରିବେ ରାଜଧାନୀ ବାସିନ୍ଦା । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ସ୍ବତନ୍ତ୍ର ଏଡ଼ିଏମ ପାରୁଲ ପଟୁୱାର। କେବଳ ସେତିକି ନୁହେଁ, ହୋମ ଆଇସୋଲେସନରେ ଥିବା ଘରୁ ବର୍ଜ୍ୟବସ୍ତୁ ସଂଗ୍ରହ କରିବ ବିଏମସି । ଏହାସହ ହୋମ ଆଇସୋଲେସନରେ ରୋଗୀକୁ ଭିଡ଼ିଓ ଜରିଆରେ ପରାମର୍ଶ ଦିଆଯିବାର ପ୍ରସ୍ତାବ ହୋଇଛି । ସେମାନେ କୋଭିଡ଼ ନିୟମ ମାନୁଛନ୍ତି କି ନାହିଁ ତାଙ୍କ ଉପରେ କଡ଼ାନଜର ରଖିବ ବିଏମସି । ଏହାସହ ଯେହେତୁ ରାଜଧାନୀରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି ତେଣୁ ହସ୍ପିଟାଲରେ ବେଡ଼ ସଂଖ୍ୟା ବଢାଇବାକୁ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.