ETV Bharat / city

ଏଣିକି ବିଏମସି ବହନ କରିବ ଆହାର ଖର୍ଚ୍ଚ - BMC will bear the cost of Ahara

ଏଣିକି ବିଏମସି ବହନ କରିବ ଆହାର ଖର୍ଚ୍ଚ । ପୂର୍ବରୁ ବିଏମସି କେବଳ ଆହାର କେନ୍ଦ୍ର ଗୁଡିକ ପରିଚାଳନା କରୁଥିଲେ, ହେଲେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଗକୁ ବିଏମସି ସମସ୍ତ ଆହାର କେନ୍ଦ୍ରର ଉଭୟ ଖର୍ଚ୍ଚ ଏବଂ ପରିଚାଳନା କରିବେ। ସମ୍ପୂର୍ଣ୍ଣ ପଢନ୍ତୁ..

ଏଣିକି ବିଏମସି ବହନ କରିବ ଆହାର ଖର୍ଚ୍ଚ
ଏଣିକି ବିଏମସି ବହନ କରିବ ଆହାର ଖର୍ଚ୍ଚ
author img

By

Published : Dec 23, 2020, 9:33 AM IST

ଭୁବନେଶ୍ବର:ରାଜ୍ୟ ସରକାର ଆଉ ଆହାର ଖର୍ଚ୍ଚ ବହନ କରିବେନି । ଏଣିକି ବିଏମସି ବହନ କରିବ ଆହାର ଖର୍ଚ୍ଚ । ଆହାର ଯୋଜନାରେ ସରକାର ୫ ଟଙ୍କାରେ ଗରିବ ଲୋକଙ୍କୁ ଖାଇବାକୁ ଦେଉଥିଲେ । ମିଲ୍‌ ପିଛା ଖାଉଟି ୫ ଟଙ୍କା ଦେଉଥିବା ବେଳେ ସରକାର ୧୮ ଟଙ୍କା ଦେଉଥିଲେ, ହେଲେ ଖୁବ ଶୀଘ୍ର ସରକାରଙ୍କ ବଦଳରେ ଭୁବନେଶ୍ବରରେ ବିଏମସି ସମସ୍ତ ଖର୍ଚ୍ଚ ବହନ କରିବ ।

ଏଣିକି ବିଏମସି ବହନ କରିବ ଆହାର ଖର୍ଚ୍ଚ

ପୂର୍ବରୁ ବିଏମସି କେବଳ ଆହାର କେନ୍ଦ୍ର ଗୁଡିକ ପରିଚାଳନା କରୁଥିଲେ, ହେଲେ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଗକୁ ବିଏମସି ସମସ୍ତ ଆହାର କେନ୍ଦ୍ରର ଉଭୟ ଖର୍ଚ୍ଚ ଏବଂ ପରିଚାଳନା କରିବେ । ବିଭିନ୍ନ କମ୍ପାନୀ ମାନଙ୍କ ସାମାଜିକ ଦାୟିତ୍ବ ବୋଧ ଫଣ୍ଡ୍‌ର ସହାୟତା ନେବ ବିଏମସି, ଏଥିପାଇଁ ଭୁବନେଶ୍ବର ମହାନଗର ନିଗମରେ ବଡ ବଡ କମ୍ପାନୀ ପ୍ରତିନିଧି ମାନଙ୍କ ସହ ଆଲୋଚନା ହୋଇଛି । ଖୁଶଶୀଘ୍ର ଆଉ ଏକ ବୈଠକରେ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ ।

ବିଏମସି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ ବିଏମସି ଅଞ୍ଚଳରେ ୪ଟି ହସ୍ପିଟାଲ ନିକଟରେ ଥିବା ୫ଟି ଆହାର କେନ୍ଦ୍ର ଚାଲୁଥିଲାବେଳେ ରାଜଧାନୀର ପ୍ରମୁଖ ସ୍ଥାନରେ ଥିବା ବାକି ୭ଟି ଆହାର କେନ୍ଦ୍ର ରହିଛି । ବରମୁଣ୍ଡା ବସ ଷ୍ଟାଣ୍ଡ ଆହାର କେନ୍ଦ୍ର, କଳ୍ପନା ଛକ ଆହାର କେନ୍ଦ୍ର , ନୟାପଲ୍ଲୀ ଆହାର କେନ୍ଦ୍ର, ୟୁନିଟ- ୨ ଆହାର କେନ୍ଦ୍ର, ୩ ନଂ ମାଳି ସାହି ଆହାର କେନ୍ଦ୍ର, ମଞ୍ଚେଶ୍ବର ଆହାର କେନ୍ଦ୍ର, ମାଷ୍ଟର କ୍ୟାଣ୍ଟିନ ଆହାର କେନ୍ଦ୍ର । ସେହିପରି ଏମ୍ସ ହସ୍ପିଟାଲ ନିକଟରେ ୨ ଟି, କ୍ୟାପିଟାଲ ହସ୍ପିଟାଲ ନିକଟରେ ୨ ଟି, କଳିଙ୍ଗ ହସପିଟାଲ ନିକଟରେ ଗୋଟିଏ, ସମ ହସ୍ପିଟାଲ ନିକଟରେ ଗୋଟିଏ ଆହାର କେନ୍ଦ୍ର ଚାଲିଛି। ଏମିତି ୧୨ ଟି ଯାକ ଆହାର କେନ୍ଦ୍ରରେ ମୋଟ ୯୨୦୦ ମିଲ୍ସ ପରିବେଷଣ ହୁଏ। ପୂର୍ବାହ୍ନ ୧୧ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଖୋଲା ରୁହେ ଆହାର କେନ୍ଦ୍ର । ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ବ ମହିଳା ସ୍ବୟଂସହାୟକ ଗୋଷ୍ଠୀଙ୍କୁ ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.