ଭୁବନେଶ୍ବର: ରାଜଧାନୀରେ ଅଳିଆ ନିୟମ ଖିଲାପକାରୀଙ୍କୁ ଏଣିକି ନିସ୍ତାର ନାହିଁ (garbage rules violators in Bhubaneswar ) । ପୃଥକୀକରଣ ଅଳିଆ ନିୟମ ଖିଲାପ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେଉଛି ଭୁବନେଶ୍ବର ମହାନଗର ନିଗମ । ମଙ୍ଗଳବାର ଏହାର ଏକ ଉଦାହରଣ ୱାର୍ଡ ନମ୍ବର ୬୦ରେ ଦେଖିବାକୁ ମିଳିଛି । ବାହାରେ ଅଳିଆ ପକାଉଥିବା ଏକ ଆପାର୍ଟମେଣ୍ଟ ଅଳିଆକୁ ସେହି ଆପାର୍ଟମେଣ୍ଟ ସାମ୍ନାରେ ପକାଇ ଦେଇଛି ବିଏମ୍ସି (BMC threw garbage in front of apartment) ।
ପୂର୍ବରୁ ଓଦା ଓ ଶୁଖିଆ ଅଳିଆକୁ ଅଲଗା ଅଲଗା ଗାଡିରେ ନପକାଇ ବାହାରେ ଗଦାଉଥିଲେ ୱାର୍ଡ ନମ୍ବର ୬୦ ବାସିନ୍ଦା । ଏଭଳି ନିୟମ ଖିଲାପ କରୁଥିବା କୈଳାସ ଆପାର୍ଟମେଣ୍ଟ ଲୋକଙ୍କ ବିରୋଧରେ ମଙ୍ଗଳବାର କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍ସି । ବାହାରେ ଗଦାଇଥିବା ଅଳିଆକୁ ସେହି ଆପାର୍ଟମେଣ୍ଟ ଗେଟ୍ ସାମ୍ନାରେ ପକାଇଛି ବିଏମ୍ସି ।
ଏହା ବି ପଢ଼ନ୍ତୁ ତୁଟିଲା ଦାରୁଠେଙ୍ଗ ବିବାଦ, ଟିଟିଏସରୁ ଉଠିଲା ଅଳିଆ
ରାଜଧାନୀରେ ସ୍ବଚ୍ଛତାକୁ ନେଇ କଠୋର ହୋଇଛି ବିଏମ୍ସି । କିଛିଦିନ ପୂର୍ବରୁ ଅଳିଆକୁ ନେଇ ଭୁବନେଶ୍ବରରେ ଅନେକ ବିବାଦ ଦେଖା ଦେଇଥିଲା(garbage rules violators in Bhubaneswar) । ଏହାପରେ ପ୍ରତିଦିନ ଘରକୁ ଘର ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଛି ବିଏମ୍ସିର ଗାଡ଼ି । ଲୋକଙ୍କଠାରୁ ଓଦା ଓ ଶୁଖିଲା ପୃଥକ ଭାବରେ ଅଳିଆ ସଂଗ୍ରହ କରାଯାଉଛି ।
ହେଲେ କିଛି ଦିନ ହେଲା କୈଳାସ ଆପାର୍ଟମେଣ୍ଟବାସୀ ଏହି ନିୟମ ମାନୁନଥିଲେ । ନିୟମ ଖିଲାପ କରି ପାଖରେ ଥିବା ଏକ ଖୋଲା ସ୍ଥାନରେ ମନଇଚ୍ଛା ଅଳିଆ ପକାଇ ଆସୁଥିଲେ । ଏହାକୁ ନେଇ ଅଭିଯୋଗ ହେବାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍ସି । ଆପାର୍ଟମେଣ୍ଟବାସୀ ଅଳିଆକୁ ଆପାର୍ଟମେଣ୍ଟ ସମ୍ମୁଖରେ ଗଦା କରି ବିଏମ୍ସି ଚେତାଇ ଦେଇଛି ଯେ ସହରକୁ ଅଳିଆ କଲେ ନିଜ ଘର ଅଳିଆ ହେବ ।
ଖାଲି ସେତିକି ନୁହେଁ, ସ୍ବଚ୍ଛତା ଆମ ସମସ୍ତଙ୍କର ଦାୟିତ୍ବ ବୋଲି କହିଛି ବିଏମ୍ସି । ରାଜଧାନୀର ଯେକୌଣସି ସ୍ଥାନରେ ଅଳିଆ ଗଦା ହେଲେ କିମ୍ବା ଏଭଳି ଅଭିଯୋଗ ଆସିଲେ ଯେସାକୁ ତେସା ନୀତି ଆପଣାଇବାକୁ ସ୍ଥିର କରିଛି ବିଏମ୍ସି ।