ଭୁବନେଶ୍ବର: ଏଣିକି ପ୍ରତି ଶୁକ୍ରବାର ରାଜଧାନୀରେ ହେବ ସାଇକେଲଗିରି । ଏଥିପାଇଁ ଶୁକ୍ରବାର ଠାରୁ ମୋ ସାଇକେଲ ଟ୍ରାକରୁ ହଟିବ ଜବରଦଖଲ ।
ଭୁବନେଶ୍ବରରେ ପ୍ରତି ଶୁକ୍ରବାର ସାଇକେଲଗିରି କାର୍ଯ୍ୟକ୍ରମ ନେଇ ବିଏମସି ଓ ସ୍ମାର୍ଟସିଟି ପକ୍ଷରୁ ସଂକଳ୍ପ ନିଆଯାଇଛି । ସାଇକେଲ ଚାଳନା କୁ ଲୋକାଭିମୁଖୀ ଓ ପରିଚିତ କରିବା ପାଇଁ ବିଏମସି ପକ୍ଷରୁ ସ୍ମାର୍ଟସିଟି ଆରମ୍ଭ ହୋଇଛି " ସାଇକେଲଗିରି"।
ସାଇକେଲ ଟ୍ରାକ ଏବଂ ପବ୍ଲିକ ବାଇକ ସେୟାର ସିଷ୍ଟମ (ପିବିଏସ) ଷ୍ଟେସନ ଅବରୋଧ ମୁକ୍ତ କରିବାକୁ ପଦକ୍ଷେପ ନିଆଯିବ । ଏନେଇ ସ୍ବତନ୍ତ୍ର ସ୍କ୍ବାର୍ଡ ଗଠନ କରାଯାଇଛି । ବିଏମସି କମିଶନରଙ୍କ ସୂଚନା ଅନୁସାରେ ପ୍ରତି ଶୁକ୍ରବାର ସାଇକେଲ ଟ୍ରାକ ଓ ଷ୍ଟେସନରେ ଥିବା ଜବରଦଖଲ ଓ ବେଆଇନ ନିର୍ମାଣ କୁ ଉଚ୍ଛେଦ କରାଯିବ । ବିଏମସି ଓ ସ୍ମାର୍ଟସିଟି ପକ୍ଷରୁ ଏଭଳି ପଦକ୍ଷେପ ନିଆଯିବ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ