ETV Bharat / city

ଶୁକ୍ରବାରଠୁ କିମ୍ସରେ କାର୍ଯ୍ୟକାରୀ ହେବ କୋଭିଡ଼ ହସ୍ପିଟାଲ - ବିଏମସି

କିମ୍ସରେ ଆସନ୍ତାକାଲି(ଶୁକ୍ରବାର) କୋଭିଡ ହସ୍ପିଟାଲ ଖୋଲିବାକୁ ଯାଉଛି । ଅଧିକ ପଢନ୍ତୁ...

ଆସନ୍ତାକାଲିଠୁ କିମ୍ସରେ କାର୍ଯ୍ୟକାରୀ ହେବ କୋଭିଡ଼ ହସ୍ପିଟାଲ

author img

By

Published : Apr 22, 2021, 9:45 AM IST

ଭୁବନେଶ୍ବର: ଆସନ୍ତାକାଲି(ଶୁକ୍ରବାର)ଠୁ କିମ୍ସରେ କୋଭିଡ଼ ହସ୍ପିଟାଲ କାର୍ଯ୍ୟକାରୀ ହେବାକୁ ଯାଉଛି । ଏହି ହସ୍ପିଟାଲ 500 ଶଯ୍ୟା ବିଶିଷ୍ଟ ହେବାକୁ ଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହିତ ବିଏମସିର ଚୁକ୍ତିନାମା ହୋଇଛି । ଏହାପରେ ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ହସ୍ପିଟାଲ ବୁଲି ସ୍ଥିତି ଅନୁଧ୍ୟାନ କରିଛନ୍ତି ।

ଆସନ୍ତାକାଲିଠୁ କିମ୍ସରେ ଆରମ୍ଭ ହେବ କୋଭିଡ଼ ହସ୍ପିଟାଲ

ସୂଚନା ଅନୁଯାୟୀ ଭୁବନେଶ୍ୱରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କୋଭିଡ ହସ୍ପିଟାଲ ଚାଲୁ ରହିଛି । ସମ ହସ୍ପିଟାଲରେ ୭୭୧ ବେଡ଼, ହାଇଟେକ ହସ୍ପିଟାଲରେ ୨୪୬ ବେଡ଼, ଆଦିତ୍ୟ ଅଶ୍ୱିନୀରେ ୨୦୦ ବେଡ଼ ଏବଂ ନୀଳାଚଳ ହସ୍ପିଟାଲରେ ୧୦୦ ବେଡ଼ର ବ୍ୟବସ୍ଥା କରାଯାଇଛି । ଖୁବଶୀଘ୍ର ବ୍ଲୁ ହୁଇଲ ହସ୍ପିଟାଲ, କିମ୍ସ ହସ୍ପିଟାଲ, କିଡ୍ସ ହସ୍ପିଟାଲ ଓ ସ୍ପର୍ଶ ହସ୍ପିଟାଲ କୋଭିଡ ଆକ୍ରାନ୍ତଙ୍କ ନିମନ୍ତେ ଖୋଲାଯିବ ।

ତେବେ ରାଜ୍ୟରେ ଭୟାନକ ହେବାରେ ଲାଗିଛି କୋରୋନା ସଂକ୍ରମଣ । ମହାମାରୀର ଦ୍ବିତୀୟ ଲହରୀ ଦ୍ରୁତ ଗତିରେ ବ୍ୟାପୁଥିବାରୁ ପ୍ରତିଦିନ ହଜାର ହଜାର ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାରି ମଧ୍ୟରେ ରାଜ୍ୟରେ ଗତ 24 ଘଣ୍ଟାରେ 6164 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 7 ଜଣଙ୍କ ଜୀବନ ନେଇଛି କୋରୋନା ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.