ETV Bharat / city

ନେଡି ଗୁଡ କହୁଣୀକୁ ବୋହିଗଲା ପରେ ନିଦରୁ ଉଠିଲା BMC - ଭୁବନେଶ୍ୱରରେ କୋରୋନା

ଦିନକୁ ଦିନ ରାଜଧାନୀରେ ମାଳ ମାଳ ପଜିଟିଭି ଚିହ୍ନଟ ପରେ ବଢିଛି ମୁଣ୍ଡବିନ୍ଧା । ହସ୍ପିଟାଲ ଏବେ ସଂକ୍ରମଣର ହଟସ୍ପଟ ପାଲଟିଛି । ଏଭଳି ସ୍ଥିତିରେ ବିଏମସିର ଚେତା ପଶିଛି । ହୋମ ଆଇସୋଲେସନରେ ଥିବ ଆକ୍ରାନ୍ତଙ୍କ ଭେଷଜ ବର୍ଯ୍ୟ ସଂଗ୍ରହ ଓ ତାର ନଷ୍ଟ ନେଇ ଉଠାଇଛି ପଦକ୍ଷେପ । ତେବେ ଏହି ପଦକ୍ଷେପ ପାଇଁ ଦୀର୍ଘ 6 ମାସର ବିଳମ୍ବ କାହିଁକି ? ଉଠିଛି ପ୍ରଶ୍ନ ।

ନେଡି ଗୁଡ଼ କହୁଣୀକୁ ବୋହିଗଲା ପରେ ନିଦରୁ ଉଠିଲା ବିଏମସି

author img

By

Published : Sep 17, 2020, 6:05 PM IST

Updated : Sep 17, 2020, 8:28 PM IST

ଭୁବନେଶ୍ବର: ଗୃହ ସଙ୍ଗରୋଧ (ହୋମ ଆଇସୋଲେସନ) ଭେଷଜ ବର୍ଯ୍ୟ ପରିଚାଳନାରେ ବିଏମସି ପାସ ନା ଫେଲ ? କାରଣ ଦିନକୁ ଦିନ କୋରୋନା ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ରୋଗୀଙ୍କ ଭେଷଜ ବର୍ଯ୍ୟ ପରିଚାଳନା ବର୍ତ୍ତମାନ ସମୟରେ ସବୁଠୁ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଛି ।

ନେଡି ଗୁଡ଼ କହୁଣୀକୁ ବୋହିଗଲା ପରେ ନିଦରୁ ଉଠିଲା ବିଏମସି

ବର୍ତ୍ତମାନ ସ୍ଥିତିରେ ଦୈନିକ ଭୁବନେଶ୍ୱରରେ ଶତାଧିକ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏଭଳି କ୍ଷେତ୍ରରେ ବିଏମସିର ନୀତିଗତ ନିଷ୍ପତ୍ତି ନିର୍ଦ୍ଧିଷ୍ଟ ଭାବରେ ପ୍ରତ୍ୟେକ ସଙ୍ଗରୋଧ ଗୃହରୁ କୋଭିଡ ରୋଗୀଙ୍କ ଭେଷଜ ବର୍ଯ୍ୟ ସଂଗ୍ରହ କରାଯିବ ଓ ତାକୁ ଉପଯୁକ୍ତ ଭାବେ ପରିଚାଳନା କରାଯିବାକୁ ଅଧିକାଂଶ ସମର୍ଥନ କରୁଥିଲା ବେଳେ ଏହାକୁ ନେଇ ଉଠିଛି ପ୍ରଶ୍ନ । କାରଣ କୋରୋନା ଆରମ୍ଭର ୬ ମାସ ପରେ ଯାଇ ବିଏମସି ଏନେଇ ନିଷ୍ପତ୍ତି ନେଇଛି ।

ଯେତବେଳେ କି କିଛି ମାସ ତଳେ ଖୋର୍ଦ୍ଧାରେ କୋରୋନା ସ୍ଥିତି ଥଣ୍ଡା ପଡିଥିଲା ବେଳେ ପୁଣି ଏବେ ଏହା ଶୀର୍ଷରେ ପହଞ୍ଚିଛି । ଜିଲ୍ଲାରେ ଯେତିକି ସଂକ୍ରମଣ ହେଉଛି ତାର ପ୍ରାୟ ଦୁଇ ତୃତୀୟାଂଶ ହୋଇଛି କେବଳ ରାଜଧାନୀ ଭୁବନେଶ୍ବରରୁ । ଫଳରେ ଦିନକୁ ଦିନ ସ୍ଥିତି ସଙ୍ଗିନ ହେବାରେ ଲାଗିଛି । ଏଭଳି ସ୍ଥିତିରେ ବିଏମସିର ହୋମ ଆଇସୋଲେସନରେ ଥିବା ରୋଗୀଙ୍କ ବର୍ଯ୍ୟ ପରିଚାଳନା ପଦକ୍ଷେପ ବିଳମ୍ବରେ ନିଆଯାଇଛି ବୋଲି କୁହାଯାଇଛି । କାରଣ ଏହି ବିଳମ୍ବ କୋରୋନା ଆକ୍ରାନ୍ତ ବୃଦ୍ଧିର ଏକ ବଡ କାରଣ କହିଲେ ଭୁଲ ହେବ ନାହିଁ । ସେପଟେ ବିଏମସିର ଯୁକ୍ତି ଏପର୍ଯ୍ୟନ୍ତ ସବୁ ଠିକ ଠାକ ଚାଲିଛି । ଆଗକୁ ମଧ୍ୟ ଭେଷଜ ବର୍ଯ୍ୟ ଠିକ ପରିଚାଳନା କରାଯିବ। ବିଏମସି ଅଧିକାରୀଙ୍କ ମତରେ ଏହା ଦ୍ୱାରା ଭୁବନେଶ୍ୱର ରେ କୋଭିଡ ସଂକ୍ରମଣ ରୋକାଯାଇପାରିବ ଏବଂ କୋଭିଡର ଉପଯୁକ୍ତ ପରିଚାଳନା କରିବା ସହ ସ୍ୱଚ୍ଛତା କୁ ଅଗ୍ରାଧିକାର ଦିଆଯିବ।

କୋଭିଡ ପରିଚାଳନାକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି କି ଯେଉଁମାନେ ଗୃହ ସଙ୍ଗରୋଧରେ ରହୁଛନ୍ତି ସେଠାରୁ ସେମାନଙ୍କ ଭେଷଜ ବର୍ଯ୍ୟ ଉପଯୁକ୍ତ ପରିଚାଳନା କରାଯିବ । କିନ୍ତୁ ବିଏମସି ର ଏଭଳି ନିଷ୍ପତ୍ତି କୁ ନେଇ ଉଠିଛି ଅଙ୍ଗୁଳି । କାରଣ କୋରୋନା ମହାମାରୀ ଭୁବନେଶ୍ୱର ରେ ଏବେ ନୁହେଁ ଦୀର୍ଘ ୬ ମାସ ହେଲା ବଢିଚାଲିଛି।ପ୍ରଶ୍ନ ଉଠୁଛି ଏତେ ଲମ୍ବା ସମୟ ବ୍ୟବଧାନ ପରେ କିଭଳି ନୀତିଗତ ଭାବେ ବିଏମସି ର ମନେ ପଡ଼ିଲା କୋଭିଡ ଭେଷଜ ବର୍ଯ୍ୟ ପରିଚାଳନା । ତେବେ ସରକାରୀ ଭାବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପାଖେ ଆକ୍ରାନ୍ତଙ୍କ ତାଲିକା ଥାଇ ପାରେ କିନ୍ତୁ ଅନେକ ଲକ୍ଷଣବିହୀନ କୋଭିଡ ଆକ୍ରାନ୍ତ ମଧ୍ୟ ଅଛନ୍ତି । ଯାହାଙ୍କର ଭେଷଜ ବର୍ଯ୍ୟ ଠିକରେ ସଂଗ୍ରହ ହୋଇପାରିବ ନା ନାହିଁ ତାହା ଏବେ ସନ୍ଦେହ ଘେରରେ ।

ମିଳିଥିବା ସୂଚନା ଅନୁସାରେ ବିଏମସିରେ ଦୈନିକ ୩୦୦ ଟନ କଠିନ ବର୍ଜ୍ୟବସ୍ତୁ ସଂଗ୍ରହ କରାଯାଉଥିବା ବେଳେ, ସେ ଭିତରେ କୋଭିଡ ଭେଷଜ ବର୍ଯ୍ୟ ପ୍ରାୟ ୫୦ ଟନ ବାହାରିବା ନିଶ୍ଚିତ ରୂପେ ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିବ । ଭେଷଜ ବର୍ଯ୍ୟ ସଂଗ୍ରହ ପରିଚାଳନା ଦାୟିତ୍ବ ନେଇଥିବା ଜାଗୃତିର ଅଧିକାରୀଙ୍କ ମତରେ ଆମକୁ ନିର୍ଦ୍ଧେଶ ଅନୁଯାୟୀ ସ୍ବଚାରୁ ରୂପେ ଭେଷଜ ବର୍ଯ୍ୟ ସଂଗ୍ରହ କରାଯାଇ ଖୋର୍ଦ୍ଧା ଟାଙ୍ଗୀ ରେ ଥିବା ସାନି କ୍ଲିନ ଡ଼ମ୍ପିଙ୍ଗ ୟାର୍ଡ ରେ ଢଳାଯିବ । ଦୈନିକ ପ୍ରାୟ ୧୦୦ ଟି ସଙ୍ଗରୋଧ ଗୃହରୁ ସଂଗ୍ରହ କରାଯିବ ।

ବିଏମସିର କାର୍ଯ୍ୟଧାରାକୁ ନେଇ ଅତୀତରେ ଅନେକ ସମୟରେ ଉଠିଛି ପ୍ରଶ୍ନବାଚୀ । ବିଶେଷକରି ଏଥର କୋରୋନା କାଳରେ ସ୍ୱଚ୍ଛତା ଓ ପରିଛନ୍ନତାକୁ ଅବହେଳା କରାଯାଇଥିବା ନେଇ ଉଠିଛି ପ୍ରଶ୍ନ । ତେବେ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ କୋଭିଡ ଗୃହ ସଙ୍ଗରୋଧ ପରିଚାଳନା ସବୁଠୁ ବଡ ଚ୍ୟାଲେଞ୍ଜ ବୋଲି ମତ ପ୍ରକାଶ ପାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Sep 17, 2020, 8:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.