ଭୁବନେଶ୍ବର: ବିଏମସି ଅଫିସରେ ଭିଜିଲାନ୍ସ ସପ୍ତାହ ପାଳନ। ତୃଣମୂଳ ସ୍ତରରେ ଦୁର୍ନୀତିର ମୂଳପୋଛ କରିବାକୁ ଶପଥ ନେଇଛନ୍ତି ବିଏମସି କର୍ମଚାରୀ। ଗୁରୁବାର ଭୁବନେଶ୍ବର ମହାନଗର ନିଗମରେ ଭିଜିଲାନ୍ସ ସପ୍ତାହ ପାଳିତ ହୋଇଯାଇଛି।
ଦୁର୍ନୀତିକୁ ପ୍ରଶନ ନଦେବାକୁ ବିଏମସି ପଦାଧିକାରୀ ଓ କର୍ମଚାରୀଙ୍କୁ ବିଏମସି ମୁଖ୍ୟ ଅଧିକାରୀ ବିତ ଲାବନ୍ୟ ଶବର ଶପଥପାଠ କରାଇଥିଲେ। ରାଜ୍ୟବ୍ୟାପୀ ଆରମ୍ଭ ହୋଇଥିବା ଭିଜିଲାନ୍ସ ସଚେତନତା ସପ୍ତାହ ଅବସରରେ ଏହି ଶପଥପାଠ କରାଯାଇଛି।
![vigilance week](https://etvbharatimages.akamaized.net/etvbharat/prod-images/4925801_bbsr.jpg)
ଦୁର୍ନୀତି ଦେଶର ଆର୍ଥିକ, ରାଜନୈତିକ ଏବଂ ସାମାଜିକ ଉନ୍ନତିର ପଥକୁ ଅବରୋଧ କରେ। ଆମକୁ ଦୁର୍ନୀତି ବିରୋଧରେ ଲଢେଇ ଜାରି ରଖିବାକୁ ଶପଥ ନିଆଯାଇଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ 'ମୋ ସରକାର' କାର୍ଯ୍ୟକ୍ରମ ମାଧ୍ୟମରେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବିଦା କରି ପ୍ରଶାସନିକ କଳରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ