ETV Bharat / city

କାଲିଠୁ ଏସପ୍ଲାନେଡ ମଲରେ 45 ବର୍ଷରୁ ଉର୍ଦ୍ଧ୍ବଙ୍କୁ ମିଳିବ ଦ୍ବିତୀୟ ଡୋଜ ଟୀକା

author img

By

Published : May 7, 2021, 8:15 PM IST

ଶନିବାର ଭୁବନେଶ୍ବରରେ ମିଳିବ ଦ୍ବିତୀୟ ଡୋଜ କୋଭିଡ ଟୀକା। ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ମିଳିବ ଦ୍ବିତୀୟ ଡୋଜ ଟୀକା। ଟୀକାକରଣ କେନ୍ଦ୍ରରେ ଆସିବା ସମୟରେ ଆଧାରକାର୍ଡ ସହ ପୂର୍ବରୁ ଭ୍ୟାକ୍ସିନ ନେଇଥିବା ପରିଚୟ ନେବାକୁ ପଡିବ । ଅଧିକ ପଢନ୍ତୁ...

BMC second dose covid19 Vaccination from tomorrow
କାଲିଠୁ ଏସ୍ପ୍ଲାନେଡ ମଲରେ 45 ବର୍ଷରୁ ଉର୍ଦ୍ଧ୍ବଙ୍କୁ ମିଳିବ ଦ୍ବିତୀୟ ଡୋଜ ଟୀକା

ଭୁବନେଶ୍ବର: ଶନିବାର ଭୁବନେଶ୍ବରରେ ମିଳିବ ଦ୍ବିତୀୟ ଡୋଜ କୋଭିଡ ଟୀକା। ୪୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କଙ୍କୁ ମିଳିବ ଦ୍ବିତୀୟ ଡୋଜ ଟୀକା। ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଦ୍ବିତୀୟ ଡୋଜ ଟିକାକରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ରାଜଧାନୀରେ ପାଇଲଟ ପ୍ରକଳ୍ପ ଭାବେ ରସୁଲଗଡ଼ ଛକରେ ଥିବା ଏସପ୍ଲାନେଡ ମଲର ପାର୍କିଂ ସ୍ଥଳରେ ଆରମ୍ଭ ହେବ ଭ୍ରାମ୍ୟମାଣ ଟିକାକରଣ ବ୍ୟବସ୍ଥା। ପ୍ରଥମ ଦିନରେ ୪ଶହ ଓ ତାପରେ ଦୈନିକ ୫ଶହ ଲେଖାଏଁ ଟୀକା ଦିଆଯିବ। ସମସ୍ତଙ୍କୁ ଅନଲାଇନରେ ନିଜ ନିଜ ସ୍ଲଟ ବୁକିଂ କରିବାକୁ ହେବ। ଟୀକାକରଣ କେନ୍ଦ୍ରରେ ଆସିବା ସମୟରେ ଆଧାରକାର୍ଡ ସହ ପୂର୍ବରୁ ଭ୍ୟାକ୍ସିନ ନେଇଥିବା ପରିଚୟ ନେବାକୁ ପଡିବ ।

ଲକଡାଉନ ସମୟରେ ଯେଉଁମାନେ ଟୀକାକରଣ କେନ୍ଦ୍ରକୁ ଟୀକାକରଣ ପାଇଁ ଯିବେ ସେମାନେ ମୋଟର ସାଇକେଲରେ କେବଳ ଜଣେ ଏବଂ ଚାରି ଚକିଆ ଯାନରେ ହିତାଧିକାରୀ ଓ ତାଙ୍କ ଡ୍ରାଇଭର କେବଳ ଆସିପାରିବେ। ଗାଡ଼ିରେ ସାମାଜିକ ଦୂରତା ରକ୍ଷା ସମ୍ଭବପର ନଥିବା କାରଣରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆଗାମୀ ଦିନରେ ଲୋକଙ୍କ ସୁବିଧା ଦୃଷ୍ଟିରୁ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରେ ଏଭଳି ବ୍ୟବସ୍ଥା କରାଯିବ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.