ETV Bharat / city

XIMB ସିଲ, 23 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ

XIMB କ୍ୟାମ୍ପସକୁ ସିଲ କଲା ଭୁବନେଶ୍ବର ମହାନଗର ନିଗମ । କ୍ୟାମ୍ପସ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରଖାଯାଇଛି । ଅଧିକ ପଢନ୍ତୁ...

author img

By

Published : Mar 22, 2021, 11:49 AM IST

Updated : Mar 22, 2021, 12:56 PM IST

ଘରୋଇ ଶିକ୍ଷାନୁଷ୍ଠାନ ସିଲ
ଘରୋଇ ଶିକ୍ଷାନୁଷ୍ଠାନ ସିଲ

ଭୁବନେଶ୍ବର: ବହୁ ସଂଖ୍ୟାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ XIMB କ୍ୟାମ୍ପସକୁ ସିଲ କଲା ଭୁବନେଶ୍ବର ମହାନଗର ନିଗମ । କ୍ୟାମ୍ପସ ଭିତରକୁ ପ୍ରବେଶ ଓ ପ୍ରସ୍ଥାନ ବନ୍ଦ ରଖାଯାଇଛି ।

ଘରୋଇ ଶିକ୍ଷାନୁଷ୍ଠାନ ଜାଭିଏର୍ସ ସିଲ
ଘରୋଇ ଶିକ୍ଷାନୁଷ୍ଠାନ ଜାଭିଏର୍ସ ସିଲ

୨୩ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ସ୍ଥିତ ଜାଭିଏର୍ସ ଇନଷ୍ଟିଚ୍ୟୁଟକୁ ସିଲ କଲା ବିଏମସି। ଏହାସହ ଏକ ସ୍ବତନ୍ତ୍ର ନିର୍ଦେଶନାମା ଜାରି କରିଛି ବିଏମସି । ଅଧିକ କୋରୋନା ସଂକ୍ରମଣ ଆଶଙ୍କା ଥିବାରୁ ଆଜି(ସୋମବାର) ଉକ୍ତ ଶିକ୍ଷାନୁଷ୍ଠାନକୁ ସିଲ କଲା ପରେ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନଙ୍କ କୋରୋନା ଟେଷ୍ଟ କରାଯାଉଛି।

ଜାଭିଅର୍ସରେ 23 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ

କିଛିଦିନର ନିରବତା ପରେ ପୁଣି ସକ୍ରିୟ ହୋଇଛି କୋରୋନା ଭାଇରସ । ସାରା ଦେଶ ସମେତ ରାଜ୍ୟରେ ପୁଣି ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାସହ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କର ମଧ୍ୟ କୋରୋନା ଟେଷ୍ଟ ହୋଇପାରେ ବୋଲି ସୂଚନା ମିଳିଛି । ଏନେଇ ଇଟିଭି-ଭାରତକୁ ପ୍ରତିକ୍ରିୟା ଦେଇଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ସଞ୍ଜୀବ କୁମାର ରାୟଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Mar 22, 2021, 12:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.