ETV Bharat / city

ଅନିର୍ଦ୍ଦିଷ୍ଟ କାଳ ପାଇଁ ବାପୁଜୀ ନଗର ସିଲ କଲା ବିଏମସି - ମହାମାରୀ କୋରୋନା

ମହାମାରୀ କୋରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ସରକାର ସାମାଜିକ ଦୂରତ୍ୱ ରଖିବାକୁ ବାରମ୍ବାର ନିର୍ଦ୍ଦେଶ ଦେଇ ଆସୁଥିଲେ ସୁଦ୍ଧା ବାପୁଜୀ ନଗର ବ୍ୟବସାୟୀ ମାନେ କୋରୋନା ଗାଇଡଳାଇନକୁ ମାନୁ ନଥିବାରୁ ସେ ଅଞ୍ଚଳକୁ ସିଲ କରିଛି ବିଏମସି । ଅଧିକ ପଢନ୍ତୁ...

BMC sealed Bapuji Nagar indefinitely
ଅନିର୍ଦ୍ଦିଷ୍ଟ କାଳ ପାଇଁ ବାପୁଜୀ ନଗର ସିଲ କଲା ବିଏମସି
author img

By

Published : May 12, 2020, 5:44 PM IST

ଭୁବନେଶ୍ବର: ସାରାବିଶ୍ବରେ ଏବେ ତାଣ୍ଡବ ରଚୁଛି ମହାମାରୀ କୋରୋନା । ଭୁବନେଶ୍ୱର ସହରର ଲାଇଫ ଲାଇନ କୁହାଯାଉଥିବା ବ୍ୟବସାୟିକ ପେଣ୍ଠସ୍ଥଳି ବାପୁଜୀ ନଗରକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ କରିଛି ବିଏମସି । ମହାମାରୀ କୋରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ସରକାର ସାମାଜିକ ଦୂରତ୍ୱ ରଖିବାକୁ ବାରମ୍ବାର ଲୋକଙ୍କୁ ନିର୍ଦ୍ଦେଶ ଦେଇ ଆସୁଛନ୍ତି । କିନ୍ତୁ ବାପୁଜୀ ନଗର ବ୍ୟବସାୟୀ ମାନେ କୋରୋନା ଗାଇଡଲାଇନକୁ ମାନୁ ନଥିବାରୁ ସେ ଅଞ୍ଚଳକୁ ସିଲ କରାଯାଇଛି ।

ଅନିର୍ଦ୍ଦିଷ୍ଟ କାଳ ପାଇଁ ବାପୁଜୀ ନଗର ସିଲ କଲା ବିଏମସି

ଜରୁରୀ ସେବା ଯୋଗାଉଥିବା ଦୋକାନ ଗୁଡିକୁ ଛାଡି ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ। ଲୋକମାନେ ସାମାଜିକ ଦୂରତା ବଜାୟ ରଖୁ ନଥିବାରୁ ବାଧ୍ୟ ହୋଇ ବିଏମସି ପକ୍ଷରୁ ଏଭଳି କଠୋର ନିଷ୍ପତ୍ତି ନିଆଯାଇଛି । ତେବେ ବ୍ୟବସାୟୀ ମାନଙ୍କ ସହ ଆଲୋଚନା କରାଯିବା ପରେ ଦୋକାନ ଖୋଲିବାକୁ ଅନୁମତି ଦିଆଯିବ ଏବଂ ଏହା ସହ ଖୁବଶୀଘ୍ର ବିଏମସି ପକ୍ଷରୁ ବାପୁଜୀ ନଗର ବ୍ୟବସାୟୀଙ୍କ ପାଇଁ ନୂଆ ଏସଓପି ଜାରି କରାଯିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.