ଭୁବନେଶ୍ବର: କଠୋର ହେଲା ବିଏମସି । ସିଲ ହେଲା ଅମ୍ବର ଶୋ ରୁମ୍ । ଭୁବନେଶ୍ବର ସ୍ଥିତ ଜନପଥ ଠାରେ ଅମ୍ବର ଶାଢ଼ୀ ସୋ ରୁମରେ ବିଏମସି ପକ୍ଷରୁ ଚଢ଼ାଉ କରାଯାଇ ସିଲ କରାଯାଇଛି ।
ସାମାଜିକ ଦୂରତ୍ବ ବଜାୟ ନ ରଖିବାରୁ ବିଏମସି ପକ୍ଷରୁ ଭୁବନେଶ୍ବରରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ସିଲ କରାଯାଇଛି । ଗୁରୁବାର ବିଏମସି, ବିଡିଏ ପକ୍ଷରୁ ଅମ୍ବର ଶାଢ଼ୀ ସୋ ରୁମକୁ ସିଲ କରାଯାଇଛି । କୋଭିଡ ୧୯ ନିୟମାବଳୀ ଓ ସାମାଜିକ ଦୂରତ୍ବ ନିୟମ ନ ମାନିବାରୁ ରାଜଧାନୀ ଭୁବନେଶ୍ବର ଜନପଥ ଠାରେ ଥିବା ବ୍ୟସ୍ତ ବହୁଳ ଅଗ୍ରଣୀ ପ୍ରତିଷ୍ଠାନ ଅମ୍ବର କୁ ସିଲ କରିଦିଆଯାଇଛ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ