ETV Bharat / city

ପ୍ରକାଶ ପାଇଲା BMC ସଂରକ୍ଷଣ ତାଲିକା

author img

By

Published : Nov 16, 2021, 12:33 PM IST

Updated : Nov 16, 2021, 7:27 PM IST

ବିଏମସିର ସଂରକ୍ଷଣ ତାଲିକା ଚୂଡାନ୍ତ । 2011 ଜନସଂଖ୍ୟ ଅନୁସାରେ ନିର୍ବାଚନ ହେବା ନେଇ ସ୍ପଷ୍ଟ କରିଛି ବିଏମସି । ଅଧିକ ପଢନ୍ତୁ

ପ୍ରକାଶ ପାଇଲା BMC ସଂରଣକ୍ଷଣ ତାଲିକା
ପ୍ରକାଶ ପାଇଲା BMC ସଂରଣକ୍ଷଣ ତାଲିକା

ଭୁବନେଶ୍ବର: ବିଏମସିର ସଂରକ୍ଷଣ ତାଲିକା ଚୂଡାନ୍ତ । ନଗର ଉନ୍ନୟନ ବିଭାଗକୁ ତାଲିକା ପ୍ରଦାନ କଲା ଭୁବନେଶ୍ବର ମ୍ୟୁନିସିପାଲ କର୍ପୋରେସନ । 2011 ଜନସଂଖ୍ୟା ଅନୁସାରେ ନିର୍ବାଚନ ହେବା ନେଇ ସ୍ପଷ୍ଟ କରିଛି ବିଏମସି ।

ବିଏମସି ଘୋଷଣା କରିଥିବା ତଥ୍ୟ ଅନୁସାରେ ଚଳିତ ନିର୍ବାଚନରେ ବିଏମସିର ୱାର୍ଡ ସଂଖ୍ୟା ବଢିବ ନାହିଁ । ପୂର୍ବଭଳି 67 ରେ ସୀମିତ ରହିବ ବିଏମସିର ୱାର୍ଡ ସଂଖ୍ୟା । ଏଥର ବିଏମସିରେ ସାମିଲ ହେବ 6 ଟି ପଞ୍ଚାୟତ । ସେଗୁଡିକ ହେଲା କଳାରାହଙ୍ଗ, ସୁବୁଦ୍ଧିପୁର, ପାତ୍ରପଡା, ଶଙ୍କରପୁର, ଭଗବାନପୁର ଓ ପାଇକରାୟପୁର ପଞ୍ଚାୟତ ।

ପ୍ରକାଶ ପାଇଲା BMC ସଂରକ୍ଷଣ ତାଲିକା

ମୋଟ 67ଟି ୱାର୍ଡ ମଧ୍ୟରୁ 6 ଟି ୱାର୍ଡ SC, 3ଟି ୱାର୍ଡ ST, 18ଟି ୱାର୍ଡ OBC, 20ଟି ୱାର୍ଡ ଜେନେପାଲ(ମହିଳା) ଏବଂ ଅବଶିଷ୍ଟ 20ଟି ୱାର୍ଡ ଅଣସଂରକ୍ଷିତ ରଖିଛି ବିଏମସି ।

ଗତ ନିର୍ବାଚନରେ ମହିଳାଙ୍କ ପାଇଁ ମୋଟ ୩୪ ଟି ଆସନ ସଂରକ୍ଷିତ ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ସଂଖ୍ୟା ମୋଟ ଆସନର ୫୦ ପ୍ରତିଶତ ରହିବ ବୋଲି ଜଣାପଡିଛି । ରାଜ୍ୟ ସରକାର ପଞ୍ଚାୟତସ୍ତରରେ ମଧ୍ୟ ମହିଳାଙ୍କ ନେତୃତ୍ବ ଉପରେ ଗୁରୁତ୍ବ ଦେଇଛନ୍ତି । ସମାନ ଭାବେ ପୌରାଞ୍ଚଳରେ ମଧ୍ୟ ଏହି ଗଣିତ ବଜାୟ ରଖିବ ରହିବ । ତୃଣମୂଳ ସ୍ତରରେ ମହିଳାଙ୍କ ଉପରେ ଗୁରୁତ୍ବ ଦେଉଥିବା ବେଳେ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷିତ ରହିବ ବୋଲି ପୂର୍ବତନ କର୍ପୋରେଟର ମାନେ ମତ ଦେଇଛନ୍ତି ।

ସେହିପରି ଅନୁସୂଚିତ ଜାତି ଓ ଜନଜାତି ବର୍ଗରେ ଗତ ଥର ୯ ଟି ଆସନ ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ଏହି ସଂଖ୍ୟା ପାଖାପାଖି ସମାନ ରହିପାରେ । ତେବେ ଆସନ୍ତା ନିର୍ବଚନରେ ପଛୁଆ ବର୍ଗ ପ୍ରାର୍ଥୀଙ୍କ ସଂଖ୍ୟା ବୃଦ୍ଧି ପାଇବ । ଗତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ୧୯ ଟି ଆସନ ସଂରକ୍ଷିତ ହୋଇଥିବା ବେଳେ ଆସନ୍ତା ନିର୍ବଚନରେ ଏହି ସଂଖ୍ୟା ପ୍ରାୟ ୨୫ ଛୁଇଁବାର ସମ୍ଭାବନା ରହିଛି । ଏହାବାଦ ବିଏମସିଠାରୁ ତାଲିକା ହସ୍ତଗତ ହେବା ପରେ ରାଜ୍ୟ ସରକାର ବିଧିବଦ୍ଧ ଭାବେ ଏହାକୁ ପ୍ରକାଶ କରିବେ ।

ଏହା ପରେ ଲୋକଙ୍କଠାରୁ ଆପତ୍ତି ଅଭିଯୋଗ ମଧ୍ୟ ଗ୍ରହଣ କରାଯିବ । ୱାର୍ଡ ସୀମା ଓ ସଂରକ୍ଷଣକୁ ନେଇ ଯଦି ଲୋକଙ୍କ ମଧ୍ୟରେ ବିବାଦ ଥିବ ତେବେ ସେମାନେ ନିଜର ଆପତ୍ତି ଅଭିଯୋଗ ଜଣାଇବା ପରେ ରାଜ୍ୟ ସରକାର ଏହାକୁ ଗ୍ରହଣ କରିବେ । ତେବେ ୨୦ ଜାନୁଆରୀ ୨୦୨୨ ପୂର୍ବରୁ ଚୁଡାନ୍ତ ରିପୋର୍ଟ ପ୍ରକାଶ ପାଇବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ବିଏମସିର ଏହି ସଂରକ୍ଷଣ ତାଲିକାକୁ ସ୍ବାଗତ କରିଛନ୍ତି ପୂର୍ବତନ କର୍ପୋରେଟର । ନିର୍ବାଚନ ପ୍ରକ୍ରିୟା 3 ବର୍ଷ ହେବ ବନ୍ଦ ପଡିଥିବା ବେଳେ ଏବେ ପ୍ରକ୍ରିୟାକୁ ନେଇ ବେଶ ଖୁସି ଲୋକ ପ୍ରତିନିଧି । ଆଉ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଆଗକୁ ପୁଣି ନିର୍ବାଚନ ଲଢି ଲୋକଙ୍କ ସେବା କରିବାର ସୁଯୋଗ ମିଳିବ ବୋଲି କହିଛନ୍ତି ପୂର୍ବତନ କର୍ପୋରେଟର।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Nov 16, 2021, 7:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.