ETV Bharat / city

ଜନଗଣନା ନେଇ ପ୍ରସ୍ତୁତ ବିଏମସି - bhubaneswar news

ଜନଗଣନା ନେଇ ବିଏମସି ପ୍ରସ୍ତୁତି । ଜନଗଣନା ନିମନ୍ତେ ନ୍ୟାସନାଲ ପପୁଲେସନ ରେଜିଷ୍ଟ୍ରାରକୁ ପାଥେୟ କରି ଗୃହ ତାଲିକା ଏବଂ ଜନଗଣନା କରାଯିବ । ଅଧିକ ପଢନ୍ତୁ...

bmc ready for 2021 census
Vଜନଗଣନା ନେଇ ବିଏମସି ପ୍ରସ୍ତୁତି
author img

By

Published : Feb 14, 2020, 1:44 AM IST

ଭୁବନେଶ୍ବର: 2021 ଜନଗଣନା ନେଇ ବିଏମସିର ସଜବାଜ। ଆସନ୍ତା ୨୦୨୧ ଜନଗଣନା ନେଇ ବିଏମସିର ଚାଲିଛି ପ୍ରାକ ପ୍ରସ୍ତୁତି । ଭୁବନେଶ୍ବରରେ ଜନଗଣନା ନେଇ ୧୯୦୨ ଜଣ ଏନୋମରେଟର ଏବଂ ୩୧୮ ଜଣ ସୁପରଭାଇଜର ଆବଶ୍ୟକତା ନେଇ ବିଭିନ୍ନ ବିଭାଗକୁ ଚିଠି ଲେଖିଲେ ବିଏମସି କତ୍ତୃପକ୍ଷ । ଦିନକୁ ଦିନ ଜନଗଣନା ଅଧିକରୁ ଅଧିକ ବିଜ୍ଞାନସମ୍ମତ ହୋଇଆସୁଥିବାବେଳେ ଏଥିରେ ସମାଜର ବିବିଧ ବର୍ଗର ସ୍ପଷ୍ଟୀକରଣ ଏବଂ ପାରିବାରିକ ସୂଚକଙ୍କୁ ଗୁରୁତ୍ବ ଦିଆଯାଇ ଜନଗଣନା ଲୋକାଭିମୁଖୀ କରାଯାଉଛି ।

ଜନଗଣନା ନେଇ ବିଏମସି ପ୍ରସ୍ତୁତି

ସର୍ବେକ୍ଷଣ ଚିତ୍ରପଟ ଅନୁସାରେ ୨୦୨୧ ଜନଗଣନାରେ ଭୁବନେଶ୍ବର ସଂଲଗ୍ନ କେତୋଟି ଅଞ୍ଚଳ ଯେଉଁଠାରେ କି ସହରାଞ୍ଚଳ ଚାଲିଚଳଣ ରହିଛି । ସେଗୁଡିକୁ ମଧ୍ୟ ଅର୍ବାନ ଆଉଟ ଗ୍ରୋଥ ଭାବେ ଗଣନା କରାଯିବ । ଏହି ରୀତିରେ ଚଳିତ ଜନଗଣନାରେ ସମୁଦାୟ ୨୦ଟି ଅର୍ବାନ ଆଉଟଗ୍ରୋଥ ଭୁବନେଶ୍ବର ସହିତ ସହିତ ମିଶିବାର ଯୋଜନା ରହିଛି ବୋଲି ବିଏମସି ଡେପୁଟି କମିଶନର ଜନଗଣନା ଶ୍ୟାମ ସୁନ୍ଦର ସେଠି କହିଛନ୍ତି ।

ବିଏମସି ପକ୍ଷରୁ ଭୁବନେଶ୍ବର ଅଞ୍ଚଳରେ ଥିବା ବିଭିନ୍ନ ବିଭାଗ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗ, ଶିକ୍ଷା ବିଭାଗ, ବିଡିଏ ଇତ୍ୟାଦିଙ୍କୁ ଚିଠି ଲେଖି ଆବଶ୍ୟକୀୟ କର୍ମଚାରୀ ଯୋଗାଇ ଦେବାକୁ ଅନୁରୋଧ କରାଯାଇଛି । ଜନଗଣନା ନିମନ୍ତେ ନ୍ୟାସନାଲ ପପୁଲେସନ ରେଜିଷ୍ଟ୍ରାରକୁ ପାଥେୟ କରି ଗୃହ ତାଲିକା ଏବଂ ଜନଗଣନା କରାଯିବ । ସମୟସୀମା ମଧ୍ୟରେ ଆବଶ୍ୟକୀୟ ଜନସମ୍ବଲ ଯୋଗାଡ଼ ଏବଂ ନିୟମିତ ସମୀକ୍ଷା କରାଯିବ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.