ETV Bharat / city

ନମାଜ ପାଠ ବେଳେ ମସଜିଦରେ ଚଢାଉ, ତାଗିଦ କଲା ବିଏମସି

author img

By

Published : Mar 20, 2020, 8:49 PM IST

କୋରୋନା ଏସଓପି ପାଳନ ନକରିବାରୁ ମସଜିଦରେ ରେଡ଼ । ୧୦୦ ରୁ ଅଧିକ ମୁସଲିମ ସମ୍ପ୍ରଦାୟଙ୍କୁ ମସଜିଦ ଖାଲି କରିବା ପାଇଁ ନିର୍ଦ୍ଦେଶ । ଅଧିକ ପଢନ୍ତୁ....

BMC raid inside mosque
ମସଜିଦରେ ରେଡ଼

ଭୁବନେଶ୍ବର: ମହାମାରୀ କୋରୋନା ସଂକ୍ରମଣ ରୋକିବା ପାଇଁ ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । କୋରୋନା ଏସଓପି ପାଳନ ନକରିବାରୁ ଶୁକ୍ରବାର ଭୁବନେଶ୍ବର 4ନମ୍ବର ସ୍ଥିତ ମସଜିଦରେ ରେଡ଼ କରିଥିଲା ବିଏମସି ସ୍କାର୍ଡ । ସାମୁହିକ ନମାଜ ପାଠ ଚାଲିଥିଲା ବେଳେ ବିଏମସି ଅତିରିକ୍ତ କମିଶନର ଅବନିକାନ୍ତ ପଟ୍ଟନାୟକଙ୍କ ନେତୃତ୍ବରେ ବିଡିଏ ,ପୋଲିସ ପ୍ରଶାସନ ପକ୍ଷରୁ ରେଡ଼ କରାଯାଇଥିଲା ।

ମସଜିଦରେ ରେଡ଼

ସାମୁହିକ ନମାଜରେ ଉପସ୍ଥିତ ଥିବା ପ୍ରାୟ ୧୦୦ ରୁ ଅଧିକ ମୁସଲିମ ସମ୍ପ୍ରଦାୟଙ୍କୁ ମସଜିଦ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ସପ୍ତାହରେ ଥରେ ଶୁକ୍ରବାର ନମାଜ ପାଠ ହୁଏ,୫୦୦୦ରୁ ଅଧିକ ମୁସଲିମମାନେ ଆସି ନମାଜ ପଢ଼ନ୍ତି । ହେଲେ କୋରୋନା କଟକଣା ପାଇଁ ୧୦୦ ଜଣ ନମାଜ ପାଠ କରୁଥିଲା ବେଳେ ବିଏମସି ଆସି ଉଠାଇ ଦେଇଥିଲା । ଭାରତରେ ବିଭିନ୍ନ ପ୍ରାନ୍ତରେ ନମାଜ ପାଠରେ କୌଣସି ପ୍ରତିବନ୍ଧକ ଲଗାଯାଇନାହିଁ ହେଲେ ଭୁବନେଶ୍ବର ବିଏମସିର ଏଭଳି ପଦକ୍ଷେପ ଠିକ ନୁହେଁ ବୋଲି ବିଏମସି ପୂର୍ବତନ କର୍ପୋରେଟର କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.