ETV Bharat / city

ଅସରାଏ ବର୍ଷାରେ ବେହାଲ ସ୍ମାର୍ଟସିଟି, କେତେ ପ୍ରସ୍ତୁତ BMC ?

ସ୍ମାର୍ଟସିଟିକୁ ଜଳବନ୍ଦୀ ମୁକ୍ତ କରିବା ପାଇଁ BMCର ବ୍ଲୁପ୍ରିଣ୍ଟ । ପୂର୍ବ ବର୍ଷ ଭଳି ଚିରାଚରିତ ଢଙ୍ଗରେ ଡ୍ରେନର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ।

author img

By

Published : Jun 24, 2021, 9:43 AM IST

bmc meeting held in bhubaneswar
ସ୍ମାର୍ଟସିଟିକୁ ଜଳବନ୍ଦୀ ମୁକ୍ତ କରିବା ପାଇଁ BMCର ବ୍ଲୁପ୍ରିଣ୍ଟ

ଭୁବନେଶ୍ବର: ଅସରାଏ ବର୍ଷା ହେଲେ ଜଳବନ୍ଦୀ ହୋଇ ପଡେ ସ୍ମାର୍ଟସିଟି । ଯାହାକୁ ନେଇ ସ୍ଥାନୀୟ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ସହରର ଜଳବନ୍ଦୀ ସମସ୍ୟା ସମାଧାନ ନେଇ ବିଏମସି କମିଶନରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ହୋଇଥିଲା । ବିଭାଗୀୟ ଅଧିକାରୀଙ୍କ ସହ ସମନ୍ବୟ ବୌଠକ କରି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ନେଇ ସୂଚନା ଦେଇଛି ବିଏମସି । ପୂର୍ବ ବର୍ଷ ଭଳି ଚିରାଚରିତ ଢଙ୍ଗରେ ଡ୍ରେନର ପୁନରୁଦ୍ଧାର କାର୍ଯ୍ୟ ଚାଲିଛି ।

ଏହାସହ ପ୍ରତି ଓ୍ବାର୍ଡ ପାଇଁ ସ୍ବତନ୍ତ୍ର ମ୍ୟାନ୍ ପାଓ୍ବାର ନିୟୋଜିତ କରାଯିବା ସହ କେଉଁଠି ମ୍ୟାନ୍ ହୋଲ୍ ରହିଛି । କେଉଁଠି ସ୍ଲାବ୍ ନାହିଁ ସେ ସବୁ ଅନୁଧ୍ୟାନ କରି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି । ଡ୍ରେନେଜ ଜବର ଦଖଲ, ପୋତି ହେବା, ଆବର୍ଜନା ଜମିବା, ସ୍ଲାପ ଭାଙ୍ଗିବା ଆଦି ଏବେବି ସଜଡା ହୋଇନାହିଁ । ରାଜଧାନୀର ମୋଟ ୧୦ଟି ବଡ ପ୍ରାକୃତିକ ଡ୍ରେନ୍ ରହିଛି । ଯାହା ବଡ ବଡ କେନାଲକୁ ସଂଯୋଗ ହୋଇ ନଦୀରେ ମିଶ୍ରଣ ହୋଇଛି । ତେବେ ସହରରେ ଜଳବନ୍ଦୀ ସମସ୍ୟାର ସମାଧାନ କରିବା ପାଇଁ ଦେଢ ବର୍ଷରୁ ଅଧିକ ଚାଲିଥିବା ନୂତନ ଡ୍ରେନ୍ କାମ ଏଯାଏଁ ଶେଷ ହୋଇପାରନି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆଶା ଆଶଙ୍କା ଦେଖାଦେଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.