ETV Bharat / city

କୋରୋନା କାଳରେ ଦହଗଞ୍ଜ ରାଜଧାନୀ ବାସିନ୍ଦା, ଦୁଃଖ ଶୁଣିନି ବିଏମସି - BMC not addressing smart city people problems

କୋରୋନା ସଂକ୍ରମଣ ବଢ଼ୁଥିବାରୁ ବିଏମସି ଅଫିସକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ଲଗାଯାଇଛି କଟକଣା । ମାତ୍ର କୋରୋନାକୁ ଆଳ କରି ମନମାନି କରୁଛି ବିଏମସି । ଲୋକଙ୍କ ଅଭାବ ଅସୁବିଧା ସମୟରେ କୋରୋନାକୁ ଆଳ କରି ନିଜ ଦାୟିତ୍ବରୁ ବିଏମସି ମୁହଁ ଫେରାଉଥିବା ଅଭିଯୋଗ ହୋଇଛି ।

BMC
କୋରୋନା କାଳରେ ଦହଗଞ୍ଜ ଭୁବନେଶ୍ବରବାସୀ
author img

By

Published : Aug 15, 2020, 1:16 PM IST

ଭୁବନେଶ୍ବର: ଦିନକୁ ଦିନ ଭୁବନେଶ୍ବରରେ କୋରୋନା ସଂକ୍ରମଣ ବଢ଼ୁଥିବାବେଳେ ବିଏମସି ଅଫିସକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ମାତ୍ର କୋରୋନା ଆଳରେ ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ମଧ୍ୟ ବିଏମସି ଅଣଦେଖା କରୁଥିବା ଅଭିଯୋଗ ହୋଇଛି । ଏହି ବାସ୍ତବତା ହେଉଛି ଭୁବନେଶ୍ବର ମହାନଗର ନିଗମ କାର୍ଯ୍ୟାଳୟର।

ଲୋକଙ୍କ ଅଭାବ ଅସୁବିଧା ସମୟରେ କୋରୋନାକୁ ଆଳ କରି ନିଜ ଦାୟିତ୍ବରୁ ମୁହଁ ଫେରାଉଛି ବିଏମସି । ସାଧାରଣ ଲୋକଟେ ହେଉ କି କଣ୍ଟ୍ରାକ୍ଟର ହେଉ, ସେ ଲୋକପ୍ରତିନିଧି ହେଉ କେହି ବିଏମସି ଅଧିକାରୀଙ୍କୁ ଭେଟି ପାରୁନାହାଁନ୍ତି।

କୋରୋନା କାଳରେ ଦହଗଞ୍ଜ ରାଜଧାନୀ ବାସିନ୍ଦା, ଦୁଃଖ ବୁଝୁନି ବିଏମସି

ଅନ୍ୟପଟେ ବିଏମସି ଅଫିସ ଲୋକଙ୍କ ସମସ୍ୟା ବୁଝିବା ପାଇଁ ଅଛି ସତ, ହେଲେ ଲୋକଙ୍କ ସମସ୍ୟାର ସମାଧାନ ହୋଇପାରୁନି । ଯେଉଁଥିପାଇଁ ଶହ ଶହ ଲୋକ ଦୈନିକ ଫେରୁଛନ୍ତି। ଲୋକଙ୍କ ଦୁଖ ଦୁର୍ଦ୍ଦଶା କହିଲେ ନସରେ। ସାଧାରଣ ଲୋକଟେ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।

ଭୁବନେଶ୍ବରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.