ETV Bharat / city

ବିଏମସିର ନୂଆ ଗାଇଡଲାଇନ: ବିବାହରେ ସାମିଲ ହେବେ 100 ଲୋକ - ବିଏମସି ଗାଇଡଲାଇନ

କୋରୋନାର ଦ୍ବିତୀୟ ଲହରୀ ଆଶଙ୍କା କରି ବିଏମସିର ନୂଆ ଗାଇଡଲାଇନ । ବିବାହ କାର୍ଯ୍ୟରେ 200 ପରିବର୍ତ୍ତେ ଯୋଗ ଦେବେ 100 ଲୋକ । ଅଧିକ ପଢନ୍ତୁ...

ବିଏମସିର ନୂଆ ଗାଇଡଲାଇନ: ବିବାହରେ 200 ନୁହେଁ 100 ଲୋକ ହେବେ ସାମିଲ

author img

By

Published : Nov 11, 2020, 12:25 PM IST

ଭୁବନେଶ୍ବର: କୋରୋନାର ଦ୍ବିତୀୟ ଲହରୀ ପାଇଁ ବିଏମସିର ନୂଆ ନିର୍ଦ୍ଦେଶନାମା । ଏଣିକି ବିବାହ କାର୍ଯ୍ୟରେ 200 ପରିବର୍ତ୍ତେ ଯୋଗ ଦେବେ 100 ଲୋକ । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ 50 ଲୋକକୁ ଅନୁମତି ଦେଇଛି ବିଏମସି ।

ତେବେ ଗତ 6 ତାରିଖରେ ସ୍ବତନ୍ତ୍ର ରିଲିଫ କମିଶନର ଅନଲକ-6 ପାଇଁ ନୂଆ ଗାଇଡ ଲାଇନ ଜାରି କରିଥିଲେ । ଯେଉଁଥିରେ ବିବାହ କାର୍ଯ୍ୟରେ 200 ଲୋକଙ୍କୁ ଅନୁମତି ଦିଆଯାଇଥିଲା । ସେହିପରି ଅନ୍ତ୍ୟେଷ୍ଟି କ୍ରିୟାରେ 50 ପରିବର୍ତ୍ତେ 100 ଲୋକଙ୍କୁ ଅନୁମତି ମିଳିଥିଲା । ଏହାସହ କୋରୋନା ନିୟମ, ଯେପରି ସାମାଜିକ ଦୂରତା ପାଳନ କରିବା, ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଥିଲା । ହେଲେ କୋରୋନାର ସେକେଣ୍ଡ ଫେଜ୍‌କୁ ଦୃଷ୍ଟିରେ ରଖି ବିଏମସି ନୂଆ ନିର୍ଦ୍ଦେଶନାମା ଜାରି କରିଥିଲେ ।

ରାଜଧାନୀରେ ଯେପରି ସଂକ୍ରମଣ ନ ବଢେ ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି । ଶୀତ ବଢୁଥିବାରୁ କୋରୋନା ଦ୍ବିତୀୟ ଲହରୀ ସମ୍ଭାବନା ରହିଛି । ତେବେ ଏବେ ରାଜଧାନୀରେ ଦୈନିକ ସଂକ୍ରମଣ ହ୍ରାସ ପାଇଛି । ପୂର୍ବାଅପେକ୍ଷା କମ୍‌ ପଜିଟିଭ ଚିହ୍ନଟ ହେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.