ETV Bharat / city

ପୌର ଫାଇଟ: ଅସନ୍ତୋଷଙ୍କୁ ବୁଝାଉଛି ବିଜେଡି !

author img

By

Published : Mar 10, 2022, 9:21 PM IST

ପଞ୍ଚାୟତ ନିର୍ବାଚନରେ ବିଜେଡିର ପ୍ରଦର୍ଶନକୁ ଦେଖି ଦଳର ଅନେକ ଦାବିଦାର କର୍ପୋରେଟର ପାଇଁ ଦାବି କରୁଥିଲେ। ଏପରିକି ଅନେକ ପୁରୁଖା ନେତା ଯେଉଁମାନେ ୩ ଥର ୪ ଥର କର୍ପୋରେଟର ରହି ଆସିଛନ୍ତି ସେମାନେ ମଧ୍ୟ ଅନେକ ଆଶା କରିଥିଲେ ଦଳୀୟ ଟିକେଟ ପାଇଁ । ହେଲେ ତାହା ଏଥର ହେଲା ନାହିଁ। ଅଧିକ ପଢନ୍ତୁ

ପୌର ଫାଇଟ: ଅସନ୍ତୋଷଙ୍କୁ ବୁଝାଉଛି ବିଜେଡି !
ପୌର ଫାଇଟ: ଅସନ୍ତୋଷଙ୍କୁ ବୁଝାଉଛି ବିଜେଡି !

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନରେ ବିଜେଡିର ପ୍ରଦର୍ଶନକୁ ଦେଖି ଦଳର ଅନେକ ଦାବିଦାର କର୍ପୋରେଟର ପାଇଁ ଦାବି କରୁଥିଲେ। ଏପରିକି ଅନେକ ପୁରୁଖା ନେତା ଯେଉଁମାନେ ୩ରୁ ୪ ଥର କର୍ପୋରେଟର ରହି ଆସିଛନ୍ତି ସେମାନେ ମଧ୍ୟ ଅନେକ ଆଶା କରିଥିଲେ ଦଳୀୟ ଟିକେଟ ପାଇଁ । ହେଲେ ତାହା ଏଥର ହେଲା ନାହିଁ ।

ପୌର ଫାଇଟ: ଅସନ୍ତୋଷଙ୍କୁ ବୁଝାଉଛି ବିଜେଡି !

ଏଥର ଅନେକ ନୂଆ ମୁହଁକୁ ସୁଯୋଗ ମିଳିଛି । ଏହାକୁ ନେଇ ଦଳ ପାଇଁ କାର୍ଯ୍ୟ କରି ଆସୁଥିବା ଅନେକ ନେତା ବା କର୍ମୀ ଦଳୀୟ ଟିକେଟରୁ ମଧ୍ୟ ବାଦ ପଡି ଯାଇଛନ୍ତି । ଏହାକୁ ନେଇ ଭୁବନେଶ୍ବରର ଅନେକ ୱାର୍ଡରେ ଅସନ୍ତୋଷ ଦେଖାଯାଇଛି । ଆଉ ଟିକେଟ ନ ମିଳିବାରୁ ଆଶାୟୀ ପ୍ରାର୍ଥୀମାନେ ସ୍ୱାଧୀନରେ ନାମାଙ୍କନ ପତ୍ର ଭରିଛନ୍ତି । ୨୯ ନମ୍ବର ଓ୍ବାର୍ଡରେ ମଧ୍ୟ ସେଭଳି ପରିସ୍ଥିତି ଉପୁଜିଛି ।

ଏହାବି ପଢନ୍ତୁ : ପୌର ଫାଇଟ: ରାଜଧାନୀରେ ମହିଳାଙ୍କ ପାଇଁ ରହିବ ୫ ପିଙ୍କ୍‌ ବୁଥ୍‌

୨୯ ନମ୍ବର ଓ୍ବାର୍ଡରୁ ୬ ଥର କର୍ପୋରେଟର ହୋଇଥିବା ଶେଖ୍ ନିଜାମୁଦ୍ଦିନଙ୍କୁ ଟିକେଟ ଦେଇ ନଥିଲା ଦଳ । ସେହି ଓ୍ବାର୍ଡରୁ ଏ. ରାଜୁଙ୍କୁ ଦଳ ପ୍ରାର୍ଥୀ କରିଛି । ଫଳରେ ବିଦ୍ରୋହୀଙ୍କୁ ବୁଝାଇବା ପାଇଁ ପ୍ରୟାସ ଚଳାଇଛନ୍ତି ଦଳର ବରିଷ୍ଠ ନେତାମାନେ। ତେବେ କିଛି ଅଵୁଝାଙ୍କୁ ଦଳ ବୁଝିବାରେ ସକ୍ଷମ ହୋଇଛି । ତେଣୁ ଆସନ୍ତାକାଲି(ଶୁକ୍ରବାର) ବିଦ୍ରୋହୀ ପ୍ରାର୍ଥୀ ହୋଇଥିବା ୬ ଥରିଆ କର୍ପୋରେଟର୍‌ ଶେଖ୍ ନିଜାମୁଦ୍ଦିନ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବେ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.