ETV Bharat / city

'ଫନି'ରେ ବିଏମସି ସହିଲା ୨୩୦ କୋଟିର କ୍ଷତି

ବାତ୍ୟା 'ଫନି' ସବୁ କିଛି ଛାରଖାର କରିଦେଇଛି । ଏଥିରେ ରାଜଧାନୀର ନାହିଁନଥିବା କ୍ଷୟକ୍ଷତି ହୋଇଛି । ଏହି କ୍ରମରେ ବିଏମସି ଦେଇଛି ୨୩୦ କୋଟି ଟଙ୍କା କ୍ଷୟକ୍ଷତିର ଆକଳନ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 20, 2019, 7:30 PM IST

ଭୁବନେଶ୍ବର: ବାତ୍ୟା 'ଫନି' ସବୁ କିଛି ଛାରଖାର କରିଦେଇଛି । ଏଥିରେ ରାଜଧାନୀର ନାହିଁନଥିବା କ୍ଷୟକ୍ଷତି ହୋଇଛି । ଏହି କ୍ରମରେ ବିଏମସି ଦେଇଛି ୨୩୦ କୋଟି ଟଙ୍କା କ୍ଷୟକ୍ଷତିର ଆକଳନ । ପ୍ରାରମ୍ଭିକ ଆକଳନରୁ ପାଖାପାଖି ୨୩୦ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ସାମ୍ନାକୁ ଆସିଛି । ଏନେଇ ବିଏମସି ପକ୍ଷରୁ ରାଜ୍ୟ ସରକାରଙ୍କୁ ତଥ୍ୟ ପ୍ରଦାନ କରାଯାଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଡ୍ରେନେଜ କ୍ଷୟକ୍ଷତି ଏବଂ ଏହାର ପୁନଋଦ୍ଧାର ନେଇ ୩୨ କୋଟି ୪୨ ଲକ୍ଷ ଟଙ୍କା , ଭୁବନେଶ୍ୱରରେ ଭାଙ୍ଗି ଯାଇଥିବା ମୁଖ୍ୟ ରାସ୍ତା ଓ ନାଳ ନର୍ଦ୍ଦମା (୫୦୦ କି.ମି) ପର୍ଯ୍ୟନ୍ତ କ୍ଷୟକ୍ଷତି ପାଇଁ ୧୫୬ କୋଟିର ଆକଳନ କରାଯାଇଛି । ସେହିଭଳି ୧୫୦୦ ରୁ ୧୮୦୦ ବିଜୁଳି ଖୁଣ୍ଟ ଭାଙ୍ଗିପଡିଛି , ୨୦୦୦ ଷ୍ଟ୍ରିଟ ଲାଇଟ, ୩୫ କିମି କେବଲ , ୪ ଟି ହାଇମାକ୍ସ୍ ଲାଇଟ ପାଇଁ ୫ କୋଟି ୩୯ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ ହୋଇଛି ।

ପାର୍କ, ରାସ୍ତା କଡ ସବୁଜିମା, ବିଭିନ୍ନ ମେଡ଼ିକାଲ, ଆହାର କେନ୍ଦ୍ର, କଲ୍ୟାଣ ମଣ୍ଡପ, କାଞ୍ଜିଆ ହୁଦା, ଅଫିସ କାର୍ଯ୍ୟାଳୟ, ସରକାରୀ ଆବାସ ସହ ଏ ସମସ୍ତ କ୍ଷୟକ୍ଷତି ପାଇଁ ୨୫ କୋଟି ୭୦ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ କ୍ଷୟକ୍ଷତି ପାଇଁ ୪ କୋଟି ଟଙ୍କା ସହ ମୋଟ ୨୩୦ କୋଟି ଟଙ୍କାର ଚିଠା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି ।

ବିଏମସି ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲ୍ଲିକଙ୍କ ସୂଚନା ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୩୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଉଛି ।

ସୂଚନାଥାଉ କି, ମେ ମାସ ୩ ତାରିଖରେ ସାମୁଦ୍ରିକ ଝଡ 'ଫନି' ପ୍ରଭାବରେ ସ୍ମାର୍ଟସିଟି ଭୁବନେଶ୍ୱରରେ ଡ୍ରେନେଜ, ଗୃହ, ସରକାରୀ କାର୍ଯ୍ୟାଳୟ, କଲ୍ୟାଣ ମଣ୍ଡପ, ହସ୍ପିଟାଲ , ବିଜୁଳି ସରବରାହ, ଆହାର କେନ୍ଦ୍ର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମୂଲ୍ୟବାନ ସମ୍ପତ୍ତି ନଷ୍ଟ ହୋଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

 ବିଏମସି ଦେଲା ୨୩୦ କୋଟି ଟଙ୍କା କ୍ଷୟ କ୍ଷତିର ଆକଳନ।ପ୍ରାରମ୍ଭିକ ଆକଳନରୁ ପାଖାପାଖି ୨୩୦ କୋଟି ଟଙ୍କାର କ୍ଷୟ କ୍ଷତି ସାମ୍ନାକୁ ଆସିଛି।ଏ ନେଇ ବିଏମସି ପକ୍ଷରୁ ରାଜ୍ୟ ସରକାରଙ୍କୁ ତଥ୍ୟ ପ୍ରଦାନ କରାଯାଇଛି।ଡ୍ରେନେଜ କ୍ଷୟକ୍ଷତି ଏବଂ ଏହାର ପୁନରୁଦ୍ଧାର ନେଇ ୩୨ କୋଟି ୪୨ ଲକ୍ଷଟଙ୍କା, ଭୁବନେଶ୍ୱରରେ  ଭାଙ୍ଗି ଯାଇଥିବା ମୁଖ୍ୟ ରାସ୍ତା ଓ ନାଳ ନର୍ଦମା (୫୦୦ କି.ମି)କ୍ଷୟକ୍ଷତି ପାଇଁ  ୧୫୬ କୋଟି ,୧୫୦୦ ରୁ ୧୮୦୦ ବିଜୁଳି ଖୁଣ୍ଟ ଭାଙ୍ଗିପଡିଛି,୨୦୦୦ ଷ୍ଟ୍ରୀଟ ଲାଇଟ,୩୫ କିମି କେଵଲ,୪ ଟି ହାଇ ମକ୍ସ୍ ଲାଇଟ ,ପାଇଁ ୫ କୋଟି ୩୯ ଲକ୍ଷ ଟଙ୍କାର କ୍ଷୟକ୍ଷତି,ପାର୍କ, ରାସ୍ତା କଡ ସବୁଜିମା, ବିଭିନ୍ନ ମେଡ଼ିକାଲ, ଆହାର କେନ୍ଦ୍ର, କଲ୍ୟାଣ ମଣ୍ଡପ, କାଞ୍ଜିଆ ହୁଦା, ଅଫିସ କାର୍ଯ୍ୟାଳୟ, ସରକାରୀ ଆବାସ ଏ ସମସ୍ତ କ୍ଷୟ କ୍ଷତି ପାଇଁ ୨୫ କୋଟି ୭୦ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ କ୍ଷୟକ୍ଷତି ପାଇଁ ୪ କୋଟି ଟଙ୍କା ଏ ସମସ୍ତ କ୍ଷୟକ୍ଷତିରେ ମୋଟ ୨୩୦ କୋଟି ଟଙ୍କାର ଚିଠା ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଛି।

ବିଏମସି ଅତିରିକ୍ତ ଆୟୁକ୍ତ ସୁରଥ ଚନ୍ଦ୍ର ମଲିକଙ୍କ ସୂଚନା ଅନୁସାରେ ପ୍ରାରମ୍ଭିକ ପର୍ଯ୍ୟାୟରେ ୨୩୦ କୋଟି ଟଙ୍କାର ସମ୍ପତି ନଷ୍ଟ ହୋଇଛି।ରାଜ୍ୟ ସରକାରଙ୍କୁ ୨୩୦ କୋଟି ଟଙ୍କା କ୍ଷୟକ୍ଷତି ଆକଳନର ରିପୋର୍ଟ ଦିଆଯାଇଛି।ଚୂଡାନ୍ତ ରିପୋର୍ଟ ପ୍ରସ୍ତୁତ କରାଯାଉଛି।

ସୂଚନା ଥାଉ କି ମେ ମାସ୩ ତାରିଖରେ ସାମୁଦ୍ରିକ ଝଡ ଫୋନି ପ୍ରଭାବରେ ସ୍ମାର୍ଟସିଟି ଭୁବନେଶ୍ୱର ରେ ଡ୍ରେନେଜ, ଗୃହ, ସରକାରୀ କାର୍ଯ୍ୟାଳୟ,କଲ୍ୟାଣ ମଣ୍ଡପ, ହସ୍ପିଟାଲ,ବିଜୁଳି ସରବରାହ,ଆହାର କେନ୍ଦ୍ର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର ମୂଲ୍ୟବାନ ସମ୍ପତି ନଷ୍ଟ ହୋଇଛି।ପାଖାପାଖି ୨୩୦ କୋଟି ଟଙ୍କାର କ୍ଷୟକ୍ଷତିର ରିପୋର୍ଟ ବିଏମସି ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.