ETV Bharat / city

BMC ଗାଇଡଲାଇନ୍‌: ଫୁଟ୍‌ପାଥ ଓ ଡ୍ରେନ୍ ଉପରେ ରହିବନି ଖାଦ୍ୟ ଦୋକାନ - ଫୁଟପାଥରେ ଠେଲାଗାଡି ମନା

ରାଜଧାନୀରେ ଟ୍ରାଫିକ ସମସ୍ୟା ସୁଧାରିବାକୁ ବିଏମସିର ନୂଆ ଗାଇଡଲାଇନ । ଫୁଟ୍‌ପାଥ ଓ ଡ୍ରେନ୍ ଉପରେ ରହିବନି ଖାଦ୍ୟ ଦୋକାନ । ଅଧିକ ପଢନ୍ତୁ

BMC ଗାଇଡଲାଇନ: ଫୁଟ୍‌ପାଥ ଓ ଡ୍ରେନ୍ ଉପରେ ରହିବନି ଖାଦ୍ୟ ଦୋକାନ

author img

By

Published : Oct 8, 2022, 11:44 AM IST

ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ ଜାମ୍ ସୁଧାରିବା ପାଇଁ ନୂଆ ନିର୍ଦ୍ଦେଶନାମା ଜାରି କରିଛି ଭୁବନେଶ୍ବର ମହାନଗର ନିଗମ(BMC)। ଏଣିକି ପାର୍କିଂ ପାଇଁ ଜାଗା ନଥିଲେ ସିଜ୍‌ ହେବ ଖାଦ୍ୟ ଗାଡ଼ି ଓ ବାତିଲ ହେବ ଟ୍ରେଡ୍‌ ଲାଇସେନ୍ସ । ଏଭଳି କିଛି ପଦକ୍ଷେପ ନେଇ ଫୁଟପାଥ ଦୋକାନୀଙ୍କୁ(street food vendors) କଟକଣାର ଛାଟ ମାରିଛି ବିଏମସି । ଉଠା ଦୋକାନୀଙ୍କ ନେଇ ବିଏମସି ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛି ।

BMC ଗାଇଡଲାଇନ: ଫୁଟ୍‌ପାଥ ଓ ଡ୍ରେନ୍ ଉପରେ ରହିବନି ଖାଦ୍ୟ ଦୋକାନ
BMC ଗାଇଡଲାଇନ: ଫୁଟ୍‌ପାଥ ଓ ଡ୍ରେନ୍ ଉପରେ ରହିବନି ଖାଦ୍ୟ ଦୋକାନ

କାରଣ ସହରର ବିଭିନ୍ନ ସ୍ଥାନରେ ରାସ୍ତାକଡ଼‌ ଓ ଡ୍ରେନ୍‌ ଉପରେ ଦୋକାନ ରହିଥିବାବେଳେ, ଗ୍ରାହକ ରାସ୍ତା ଉପରେ ଛିଡ଼ା ହୋଇ ଖାଉଛନ୍ତି । ରାସ୍ତା ଉପରେ ଗାଡ଼ି ପାର୍କିଂ ବି କରୁଛନ୍ତି । ଫଳରେ ସହରରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବା ସହ ପରିମଳ ବ୍ୟବସ୍ଥା ଭୁଶୁଡ଼ି ପଡ଼ୁଛି । ଏହି ପରିପ୍ରେକ୍ଷୀରେ ସହରର ଟ୍ରାଫିକ ସମସ୍ୟାକୁ ବିଏମସି ନୂଆ ନିର୍ଦ୍ଦେଶନାମା ଜାରି କରିଛି(BMC issues guidelines for roadside food outlets)। ଏଥିରେ ‘ନୋ ଭେଣ୍ଡିଂ ଜୋନ୍‌’ ଚିହ୍ନଟ ହୋଇଥିବା ଜାଗାରେ ବୁଲା ବିକାଳି ଖାଦ୍ୟ ପସରା ମେଲାଇ ପାରିବେ ନାହିଁ । ରାସ୍ତା, ଡ୍ରେନ୍‌ ଓ ଚଲାପଥରେ କୌଣସି ପରିସ୍ଥିତିରେ ଖାଦ୍ୟ ସାମଗ୍ରୀ ବିକ୍ରି ହୋଇପାରିବ ନାହିଁ ।

ସେଥିପାଇଁ ଅନ୍ୟ ସ୍ଥାନଗୁଡ଼ିକରେ ଯେଉଁଠି ଏହି ଖାଦ୍ୟ ସାମଗ୍ରୀ ଦୋକାନ ଖୋଲିବ, ସେଠାରେ ଯଦି ପାର୍କିଂ ପାଇଁ ଜାଗା ନଥିବ, ତେବେ ସେମାନେ ସେଠାରେ ଲୋକଙ୍କୁ ଖାଇବା ପାଇଁ ଦେଇପାରିବେ ନାହିଁ । କେବଳ ପାର୍ସଲ ଦେଇପାରିବେ ନଚେତ ହୋମ୍‌ ଡେଲିଭରି ବ୍ୟବସ୍ଥା କରିବେ । ଯଦି ରାସ୍ତା ଉପରେ ପାର୍କିଂ ହୋଇଥିବ, ଗାଡ଼ି ସିଜ୍‌ କରାଯିବ ସହ ମୋଟା ଅଙ୍କର ଜରିମାନା କରାଯିବ । ଆବଶ୍ୟକ ପଡ଼ିଲେ ଟ୍ରେଡ୍‌ ଲାଇସେନ୍ସ ବାତିଲ କରାଯାଇ ଦୋକାନ ସିଲ୍‌ କରିଦିଆଯିବ ବୋଲି ଏହି ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଏହାସହ ସ୍ବାସ୍ଥ୍ୟକର ପରିବେଶରେ ଖାଦ୍ୟ ପ୍ରସ୍ତୁତ ଓ ପରିବେଷଣ ହେବା ଆବଶ୍ୟକ ।

ଖାଦ୍ୟ ରାନ୍ଧୁଥିବା ବା ପରଷୁଥିବା ଲୋକ ସଫା ପୋଷାକ, ଟୋପି, ଆପ୍ରୋନ୍, ହ୍ୟାଣ୍ଡ ଗ୍ଲୋଭ୍‌ସ୍‌ ଓ ମାସ୍କ ପିନ୍ଧି ଥିବେ ଏବଂ ଦୋକାନୀମାନେ ଦୁଇଟି ଡଷ୍ଟବିନ୍‌ ରଖିବେ । ସେଥିରେ ଓଦା ଓ ଶୁଖିଲା ଆବର୍ଜନା ପୃଥକ ପୃଥକ ରଖିବେ । ସେଗୁଡ଼ିକୁ ଆବର୍ଜନା ସଂଗ୍ରହ କରୁଥିବା ଗାଡ଼ିରେ ଦେବେ । ନିଜ ଦୋକାନ ଠାରୁ ୫ ମିଟର ପର୍ଯ୍ୟନ୍ତ ଅଞ୍ଚଳ ସଫା ରଖିବେ । ଖାଦ୍ୟ ନିରାପତ୍ତା ନିୟମ ନ ମାନିଲେ ବା ବ୍ୟତିକ୍ରମ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆସନ୍ତାକାଲିଠାରୁ ସ୍ବତନ୍ତ୍ର ଟିମ୍ ସହର ସାରା ବୁଲି ବିଭିନ୍ନ ଖାଦ୍ୟ ପଦାର୍ଥ ଦୋକାନରେ ଚଢ଼ଉ କରିବେ । ଅନ୍ୟପଟେ ସହରକୁ ସ୍ବଚ୍ଛ ରଖିବା ପାଇଁ ବିଭିନ୍ନ ବ୍ୟବସାୟୀ ସଂଗଠନମାନଙ୍କ ବିଏମସିର ଏହି ପରାମର୍ଶ ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.