ETV Bharat / city

ଆସିଲା BMCର ଦୁର୍ଗାପୂଜା ମାର୍ଗଦର୍ଶିକା: ସାଧାରଣ ଦର୍ଶନକୁ ନାଁ, କେବଳ ନୀତିକାନ୍ତିରେ ସରିବ ପୂଜା - Durga Puja advisory

ପାର୍ବଣ ପୂର୍ବରୁ ଆସିଲା BMC ମାର୍ଗଦର୍ଶିକା । ସାର୍ବଜନୀନ ପାଳନକୁ ନିଷେଧ । କେବଳ ନୀତିକାନ୍ତିରେ ଶେଷହେବ ମା’ଙ୍କ ପୂଜା। ମଣ୍ଡପରେ କୋଭିଡ ପ୍ରୋଟୋକଲକୁ ସର୍ବାଧିକାର । ଅଧିକ ପଢନ୍ତୁ....

ଆସିଲା BMCର ଦୁର୍ଗାପୂଜା ମାର୍ଗଦର୍ଶିକା: ସାଧାରଣ ଦର୍ଶନକୁ ନାଁ, କେବଳ ନୀତିକାନ୍ତିରେ ସରିବ ପୂଜା

author img

By

Published : Sep 23, 2021, 10:32 PM IST

ଭୁବନେଶ୍ବର: ପାର୍ବଣ ପାଖେଇ ଆସୁଥିବାବେଳେ ମାର୍ଗଦର୍ଶିକା ଜାରି କଲା ଭୁବନେଶ୍ବର ମହାନଗର ନିଗମ (BMC)। COVID-19 ସ୍ଥିତିକୁ ଦୃଷ୍ଟିରେ ରଖି ମହାନଗର ପକ୍ଷରୁ ପୂଜା ଓ ଉତ୍ସବପାଳନ ନେଇ ବ୍ୟାପକ ନିର୍ଦ୍ଦେଶନାମା ଜାରି କରାଯାଇଛି । ପାର୍ବଣ ଅବଧି ତଥା ୧୧ ଅକ୍ଟୋବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ ଏହି ଗାଇଡଲାଇନ ପାଳନ କରିବାକୁ ମାର୍ଗଦର୍ଶିକାରେ ନିର୍ଦ୍ଦେଶ ରହିଛି ।

ଆସିଲା BMCର ଦୁର୍ଗାପୂଜା ମାର୍ଗଦର୍ଶିକା: ସାଧାରଣ ଦର୍ଶନକୁ ନାଁ, କେବଳ ନୀତିକାନ୍ତିରେ ସରିବ ପୂଜା
ଆସିଲା BMCର ଦୁର୍ଗାପୂଜା ମାର୍ଗଦର୍ଶିକା: ସାଧାରଣ ଦର୍ଶନକୁ ନାଁ, କେବଳ ନୀତିକାନ୍ତିରେ ସରିବ ପୂଜା

ମାର୍ଗ ଦର୍ଶିକାରେ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ଗୁଡିକ:-

1. ସର୍ବସାଧାରଣ ପୂଜା ପାଳନ ପାଇଁ କୌଣସି ଧାର୍ମିକ ଏବଂ ସାଂସ୍କୃତିକ ମଣ୍ଡଳୀକୁ ଅନୁମତି ଦିଆଯିବ ନାହିଁ । ପୂଜା କମିଟି ବା ଆୟୋଜକମାନେ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ସ୍ବଛତା ଅବଲମ୍ବନ କରିବା ଭଳି ଅନ୍ୟ ସମସ୍ତ କୋଭିଡ ପ୍ରୋଟୋକଲକୁ ପାଳନ କରିବେ । ଏହାସହ ପୋଲିସ୍ କମିଶନରଙ୍କ ଅନୁମତି ପ୍ରାପ୍ତ ଅଧିକାରୀଙ୍କ ଅନୁମତି ମଧ୍ୟ ନେବାକୁ ପଡିବ ।

2. ପୂଜା କେବଳ ରୀତିନୀତି ଅନୁସାରେ ପାଳନ କରିବାକୁ ଅନୁମତି ଥିବାବେଳେ ସାଧାରଣ ଦର୍ଶନକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି ।

3. ପୁରୋହିତଙ୍କ ଦ୍ବାରା ରୀତିନୀତି ଅନୁଯାୟୀ ବ୍ୟବହାର ଉଦ୍ଦେଶ୍ୟରେ ମଣ୍ଡପ ବା ପେଣ୍ଡାଲଙ୍କୁ ତିନି ପାର୍ଶ୍ବରେ ବନ୍ଦ କରିବା କେବଳ ଗୋଟିଏ ପାର୍ଶ୍ବ ଖୋଲା ରଖି ପୂଜା ସମ୍ପନ୍ନ କରିବା ନେଇ ନିର୍ଦ୍ଦେଶାବଳୀରେ କୁହାଯାଇଛି ।

4. ମା’ଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ କମ୍ ହେବ । ମଣ୍ଡପରେ 7 ରୁ ଅଧିକ ବ୍ୟକ୍ତି ଅନୁମତି ପାଇବେ ନାହିଁ। ମଣ୍ଡପରେ ଆୟୋଜକ, ପୁରୋହିତ ଓ ସହାୟକ କର୍ମଚାରୀ ଉପସ୍ଥିତ ରହି ପୂଜା ରୀତିନୀତି ସମ୍ପନ୍ନ କରିବେ । ପୂଜା ପାଳନରେ ଅଂଶ ଗ୍ରହଣ କରିବା ପାଇଁ 2ଡୋଜ ସମ୍ପୂର୍ଣ୍ଣ ହୋଇଥିବା ବ୍ୟକ୍ତିଙ୍କୁ ହିଁ ଅନୁମତି ମିଳିଛି ।

5. ବୁଡ଼ ପକାଇବା ସମୟରେ ଉପଯୁକ୍ତ COVID ଆଚରଣକୁ ମାନିବାକୁ ମାନିବା ସହ ସର୍ବାଧିକ 10 ଜଣ ଉପସ୍ଥିତ ରହିବା ନେଇ ନିର୍ଦ୍ଦେଶ ରହିଛି । ପୂଜା ସମୟରେ କୌଣସି ପ୍ରକାରର ଧାର୍ମିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମ, ଶୋଭାଯାତ୍ରା ଅନୁଷ୍ଠିତ ହୋଇ ପାରିବ ନାହିଁ ।

6.ଭସାଣି ବେଳେ କେହି ବୁଡ଼ ପକାଇବେ ନାହିଁ ଏବଂ ଏହି ଉଦ୍ଦେଶ୍ୟରେ ବିଏମସି ଦ୍ବାରା ଉଦ୍ଦିଷ୍ଟ କୃତ୍ରିମ ପୋଖରୀରେ ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରାଯିବ ।

7.ପୂଜା କମିଟି କର୍ମକର୍ତ୍ତା ସେମାନଙ୍କ ସଦସ୍ୟଙ୍କୁ କଟକଣା ସମ୍ପର୍କରେ ଅବଗତ କରାଇବା ସହ ବ୍ୟକ୍ତିଗତ କୋଭିଡ ଟିକା ସାର୍ଟିଫିକେଟ ଅଧିକୃତ ଅଧିକାରୀଙ୍କ ଜରିଆରେ ଯାଞ୍ଚ ମଧ୍ୟ କରାଇବେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.