ETV Bharat / city

ସର୍ବସାଧାରଣରେ ବଣ୍ଟା ଯିବନି ପଣା, ରମଜାନରେ 50 ପ୍ରତିଶତଙ୍କୁ ନମାଜ ପାଠ ଅନୁମତି - ପଣା ସଂକ୍ରାନ୍ତି ପାଳନ ଉପରେ ବିଏମସିର କଟକଣା

ରାଜଧାନୀରେ ସର୍ବସାଧାରଣରେ ପଣା ସଂକ୍ରାନ୍ତି ପାଳନରେ ରୋକ ଲଗାଇଲା ବିଏମସି । ଗତକାଲି (ସୋମବାର) ଠାରୁ ଆରମ୍ଭ ହୋଇଛି ମୁସଲମାନ ସମ୍ପ୍ରଦାୟର ରମଜାନ ପର୍ବ । ସେପଟେ ଆସନ୍ତାକାଲି (ବୁଧବାର) ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଉଭୟ ପର୍ବ ପାଇଁ ବିଏମସି ପକ୍ଷରୁ ଜାରି ହୋଇଛି କଟକଣା । ଅଧିକ ପଢନ୍ତୁ...

ରମଜାନ ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା
ରମଜାନ ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା
author img

By

Published : Apr 13, 2021, 4:50 PM IST

ଭୁବନେଶ୍ବର: ରାଜଧାନୀରେ ସର୍ବସାଧାରଣରେ ପଣା ସଂକ୍ରାନ୍ତି ପାଳନ ଉପରେ ରୋକ ଲଗାଇଲା ବିଏମସି । ଗତକାଲି (ସୋମବାର) ଠାରୁ ଆରମ୍ଭ ହୋଇଛି ମୁସଲମାନ ସମ୍ପ୍ରଦାୟର ରମଜାନ ପର୍ବ । ସେପଟେ ଆସନ୍ତାକାଲି (ବୁଧବାର) ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି । ଉଭୟ ପର୍ବ ପାଇଁ ବିଏମସି ପକ୍ଷରୁ ଜାରି ହୋଇଛି କଟକଣା । ସର୍ବସାଧାରଣ ସ୍ଥାନରେ ହୋଇପାରିବନି ପଣା ବଣ୍ଟନ କାର୍ଯ୍ୟକ୍ରମ । କେବଳ ଧାର୍ମିକ ଅନୁଷ୍ଠାନରେ ରୀତିନୀତି ପ୍ରକାରେ ସେବାୟତ ବା ପୂଜକ କରିପାରିବେ ସଂକ୍ରାନ୍ତି । ଭକ୍ତଙ୍କୁ ସମ୍ପୂର୍ଣ୍ଣ ମନା । ଶ୍ରଦ୍ଧାଳୁ ମାନେ କୌଣସି ଉତ୍ସବ ପାଳନରେ ଭାଗ ନେଇ ପାରିବେ ନାହିଁ ।

ରମଜାନ ଓ ପଣା ସଂକ୍ରାନ୍ତି ପାଳନ ଉପରେ କଟକଣା

ସେହିଭଳି ରମଜାନ ପାଇଁ ମୁସଲମାନଙ୍କ ଦୁଇଟି ଗ୍ରୁପ କର୍ମକର୍ତ୍ତାଙ୍କ ସହିତ ଆଲୋଚନା ହୋଇଛି । ଖୁବଶୀଘ୍ର ଜାରି ହେବ ଏସଓପି । ଶୁକ୍ରବାର ହେଉଥିବା ନମାଜ ପାଠ ପାଇଁ ସମ୍ପୃକ୍ତ ଧାର୍ମିକ ଅନୁଷ୍ଠାନର ଧାରଣ କ୍ଷମତା ଠାରୁ ଶତକଡା 50 ଭାଗ ଲୋକଙ୍କୁ ଦିଆଯିବ ଅନୁମତି । ମାସ୍କ, ସାନିଟାଇଜର ଓ 6 ଫୁଟର ସାମାଜିକ ଦୂରତା ବାଧ୍ୟତାମୂଳକ । ଏନେଇ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ଗାଇଡ଼ଲାଇନ ଜାରି କରିଛନ୍ତି । ସାମାଜିକ ଦୂରତା ରକ୍ଷା କରିବା ଏବଂ ମାସ୍କ ପରିଧାନ ବାଧ୍ୟତାମୂଳକ । ନିୟମକୁ ବିଏମସି ପକ୍ଷରୁ କଡାକଡି କାର୍ଯ୍ୟକାରୀ କରାଯିବ ବୋଲି ସୂଚନା ଦେଲେ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.