ETV Bharat / city

Cyclone Jawad: ଜିରୋ କାଜୁଆଲିଟି ଲକ୍ଷ୍ୟ, ହେଲ୍ପଲାଇନ ନମ୍ବର ଜାରି କଲା BMC - ବାତ୍ୟା ପାଇଁ ବିଏମସି ଜାରି କଲା ହେଲ୍ପଲାଇନ ନମ୍ବର

ସମ୍ଭାବ୍ୟ ବାତ୍ୟା ଜଓ୍ବାଦ (Cyclone Jawad)କୁ ନେଇ ବିଏମସି (Bhubaneswar Municipal Corporation)ର ପ୍ରସ୍ତୁତି ବୈଠକ । ଶତାଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି ଓ ବିଦ୍ୟୁତ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଧିକ ପଢନ୍ତୁ

bmc
Cyclone Jawad Upade: ଜଓ୍ବାଦକୁ ନେଇ BMCର ପ୍ରସ୍ତୁତି ବୈଠକ
author img

By

Published : Dec 4, 2021, 3:20 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଜଓ୍ବାଦ (Cyclone Jawad)କୁ ନେଇ ବିଏମସି (Bhubaneswar Municipal Corporation)ର ପ୍ରସ୍ତୁତି ବୈଠକ। ବିଏମସି କମିଶନର ସଞ୍ଜୟ ସିଂ( BMC Commissioner Sanjay Singh)ଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେଇ ସମୀକ୍ଷା ଓ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଏମସି ଅଞ୍ଚଳରେ ମୋଟ 72ଟି ଖାଲୁଆ ଅଞ୍ଚଳ ଚିହ୍ନଟ ହୋଇଥିବା ବେଳେ ଆବଶ୍ୟକ ସ୍ଥଳେ ଚିହ୍ନଟ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ବ୍ୟବସ୍ଥା କରାଯାଇଛି। ଶତାଧିକ ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଶୁଖିଲା ଓ ରନ୍ଧା ଖାଦ୍ୟ, ପାଣି ଓ ବିଦ୍ୟୁତ ସହ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦିଆଯାଇଛି ।

Cyclone Jawad Upade:  ଜଓ୍ବାଦକୁ ନେଇ BMCର ପ୍ରସ୍ତୁତି ବୈଠକ
Cyclone Jawad Upade: ଜଓ୍ବାଦକୁ ନେଇ BMCର ପ୍ରସ୍ତୁତି ବୈଠକ

ବିଏମସି ଓ ଅଗ୍ନିଶମ ବିଭାଗ (Fire Department)ର 27ଟି ଟିମ୍ ଜଳମଗ୍ନ ସ୍ଥାନରେ ମୋଟର ପମ୍ପ ସହ କର୍ମଚାରୀ ପ୍ରସ୍ତୁତ ହୋଇ ରହିଥିବା ସୂଚନା ମିଳିଛି । ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଓ ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି । ଜିରୋ କାଜୁଆଲିଟି ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସବୁ କର୍ମଚାରୀ ଓ ଅଧିକାରୀଙ୍କ ଛୁଟି ବାତିଲ କରାଯିବା ସହ ଭୁବନେଶ୍ୱର ନଛାଡିବାକୁ ନିର୍ଦ୍ଦେଶ ରହିଛି ।

ରାଜଧାନୀର ୬୭ଟି ୱାର୍ଡର ସମ୍ବେଦନଶୀଳ ଜାଗା ଗୁଡ଼ିକୁ ଚିହ୍ନଟ କରାଯାଇଛି । ବିଏମ୍‌ସିର ଇଞ୍ଜିନିୟରିଂ ବିଭାଗ ଏଭଳି ୩୬ଟି ଜାଗା ଚିହ୍ନଟ କରିଛି । ସେହିପରି ଗଛ କାଟିବା ପାଇଁ କଟର୍‌, ଟ୍ରାକ୍ଟର୍‌, ଜେସିବି, ଜେନେରେଟର ପ୍ରସ୍ତୁତ ରଖାଯାଇଛି । ଜରୁରୀ ପରିସ୍ଥିତିରେ ସଫେଇ କରିବାକୁ ପରିମଳ ବିଭାଗକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି । ପୂର୍ବରୁ ୨୪ଘଣ୍ଟା କାମ କରୁଥିବା ହେଲ୍ପ ଲାଇନ୍‌ ନମ୍ବର ୧୯୨୯କୁ ଫାୟାର ଷ୍ଟେସନ ସହ ସମନ୍ବିତ କରାଯାଇଛି । ତା’ ସହ ବିଏମ୍‌ସି ନିୟନ୍ତ୍ରଣ କକ୍ଷରେ ୦୬୭୪-୨୪୩୧୨୫୩ ଓ ଟୋଲ୍‌ ଫ୍ରି ୧୮୦୦୩୪୫୦୦୬୧ ନମ୍ବର ୨୪ ଘଣ୍ଟା କାମ କରିବ । ଏଣୁ ଯେ କୌଣସି ସମସ୍ୟା ହେଲେ ଏହି ସବୁ ନମ୍ବରରେ ଯୋଗାଯୋଗ କରିବା ପାଇଁ ବିଏମ୍‌ସି ପକ୍ଷରୁ କୁହାଯାଇଛି।

ସେହିଭଳି ସ୍ବାସ୍ଥ୍ୟକେନ୍ଦ୍ର ଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯେଗାଣ ପାଇଁ ଜେନେରେଟର୍ ରଖାଯାଇଛି। ଏହାସହ ହାଲୋଜିନ ବଟିକା, ସାପକାମୁଡ଼ା ଔଷଧ ଓ ଅନ୍ୟାନ୍ୟ ଔଷଧ ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ନିର୍ଦ୍ଦେଶ ରହିଛି । ନଭେମ୍ବର ଓ ଡିସେମ୍ବର ମାସ ପାଇଁ ପିଡିଏସ୍ ସାମଗ୍ରୀ ବାଣ୍ଟି ଦିଆଯାଇଥିବା ବେଳେ ପାନୀୟ ଜଳାଭାବ ଦୂର କରିବା ପାଇଁ ପାଣି ଟ୍ୟାଙ୍କର ପ୍ରସ୍ତୁତ ରଖିବାକୁ ୱାଟକୋକୁ କୁହାଯାଇଛି। ସମ୍ବେଦନଶୀଳ ଜାଗାଗୁଡ଼ିକରୁ ଲୋକମାନଙ୍କୁ ପାଖ ସ୍କୁଲ, ବାତ୍ୟା ଆଶ୍ରୟସ୍ଥଳୀ ବା ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ କମିସନର ନିର୍ଦ୍ଦେଶ ଦେଇଛନ୍ତି। ବାସହୀନ, ଖୋଲା ଆକାଶ ତଳେ ଶୋଉଥିବା କିମ୍ବା ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଏଥିରେ ପ୍ରାଥମିକତା ଦିଆଯାଇଛି । ଏଭଳି କାମ ପାଇଁ ଏନଜିଓଙ୍କୁ ଦାୟିତ୍ବ ଦିଆଯାଇଛି।

ମେ’ ୫ ତାରିଖ ପର୍ଯ୍ୟନ୍ତ ଏହି ଦୁଇଟି କେନ୍ଦ୍ରକୁ ପ୍ରସ୍ତୁତ ରଖାଯାଇଛି । ୩ରୁ ୬ ତାରିଖ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯିବା ସହ ୨୪ ଘଣ୍ଟା ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବିଭିନ୍ନ ସ୍କୁଲ ଓ କଲେଜର ସ୍ଥିତି ମଧ୍ୟ ଦେଖିଛନ୍ତି । ସ୍କୁଲଗୁଡ଼ିକୁ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଓ ସମାଜ କଲ୍ୟାଣ ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।

ଆଜି ଅନୁଷ୍ଠିତ ଏହି ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ଅଗ୍ନିଶମ, ପୂର୍ତ୍ତ, ୱାଟକୋ ଓ ବିଦ୍ୟୁତ ଭଳି ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗୀୟ ଅଧିକାରୀ ମଧ୍ୟ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.