ETV Bharat / city

ରାଜଧାନୀରେ ବଢିବ ତାତି, ବିଏମସିର ଗୁରୁତ୍ବପୂର୍ଣ୍ଣ ବୈଠକ - ଗୁରୁତ୍ବପୂର୍ଣ୍ଣ ବୈଠକ

ରାଜଧାନୀ ଭୁବନେଶ୍ବରରେ ଆଗକୁ ବଢିବ ତାତି । 37 ଡିଗ୍ରୀରୁ ଅଧିକ ତାପମାତ୍ରା ହେଲେ ଡିସ୍ପଲେ ମଧ୍ୟରେ ଜରୁରୀ ସଂକେତ ତଥା ଅଂଶୁଘାତ ଜନିତ ସମସ୍ତ ଜରୁରୀ ସୂଚନା ମିଳିବ । ଏନେଇ ବିଏମସିରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ରାଜଧାନୀରେ ବଢିବ ତାତି, ବିଏମସିରେ ଗୁରୁତ୍ବପୂର୍ଣ୍ଣ ବୈଠକ

author img

By

Published : Mar 7, 2020, 11:06 PM IST

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ବଢିବ ତାତି । ଏନେଇ ବିଏମସିରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। 37 ଡିଗ୍ରୀରୁ ଅଧିକ ତାପମାତ୍ରା ହେଲେ ଡିସ୍ପଲେ ମଧ୍ୟରେ ଜରୁରୀ ସଂକେତ ତଥା ଅଂଶୁଘାତ ଜନିତ ସମସ୍ତ ଜରୁରୀ ସୂଚନା ମିଳିବ ।

ଭୁବନେଶ୍ବର ସହରର ୧୦ଟି ହିଟ୍‌ ପଏଣ୍ଟରେ ଜଳଯୋଗାଣ ବ୍ୟବସ୍ଥାକୁ ଅଧିକ ତ୍ବରାନିତ ଏବଂ ଚଳିତ ବର୍ଷ ଏପ୍ରିଲ ଓ ମେ ମାସରେ ଅସହ୍ୟ ଗ୍ରୀଷ୍ମପ୍ରବାହ ନେଇ ବିଏମସି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଶନିବାର ଭୁବନେଶ୍ବର ମହାନଗର ନିଗମ ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଳିକଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ଗ୍ରୀଷ୍ମ ପ୍ରବାହକୁ ପ୍ରତିହତ କରିବା ନେଇ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

ରାଜଧାନୀରେ ବଢିବ ତାତି, ବିଏମସିରେ ଗୁରୁତ୍ବପୂର୍ଣ୍ଣ ବୈଠକ

ଗ୍ରୀଷ୍ମକାଳ ଅର୍ଥାତ ମାର୍ଚ୍ଚ, ଏପ୍ରିଲ ମାସରେ ବଢିବ ତାତି । ଏଥିପାଇଁ ଭୁବନେଶ୍ବର ସହରରେ ଥିବା ବିଭିନ୍ନ ବସ୍ତିରେ ଜଳଯୋଗାଣ, ହିଟ ୱେଭ କଣ୍ଟ୍ରୋଲ ରୁମ୍‌, ଜଳସେବା ଶିବିର, ୱାଟର ଏଟିଏମ , ନଳକୂପ ମରାମତି, ବର୍ଦ୍ଧିତ ଗ୍ରୀଷ୍ମପ୍ରବାହ ବାବଦରେ ସମାୟାନୁକ୍ରମିକ ସଚେତନତା, ୨୬ ଟି ଅର୍ବାନ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବତନ୍ତ୍ର ଅଂଶୁଘାତ ୱାର୍ଡ ସହ ଆପାତକାଳୀନ ବ୍ୟବସ୍ଥା ସହ ଆମ୍ବୁଲାନ୍ସ ସେବାକୁ ବ୍ୟବସ୍ଥିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ୱାଟକୋ ପକ୍ଷରୁ ପ୍ରତ୍ୟେକ ବସ୍ତିରେ ଦୁଇଟି ଲେଖାଏଁ ଜଳଭରଣା ଟାଙ୍କି ଯୋଗାଇ ଦିଆଯିବ । ଆଗକୁ ଖରା ବଢିବାର ସମ୍ଭାବନା ରହିଛି । ସେଥିପାଇଁ ପର୍ଯ୍ୟାପ୍ତ ଜଳଯୋଗାଣ ବ୍ୟବସ୍ଥା ସୁବିଧା କରାଯିବ । ସାଧାରଣ ଲୋକେ ଖରାକୁ ଦେଖି ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ବାହାରକୁ ବାହାରିବେ। ବିଏମସି ପକ୍ଷରୁ ୩୬ଟି ସ୍ଥାନରେ ଜଳଛତ୍ର ବ୍ୟବସ୍ଥା କରାଯିବ। ପ୍ରତି ୱାର୍ଡରେ ଲିଫଲେଟ୍‌, ଡ଼ାକବାଜି ଯନ୍ତ୍ର ଦ୍ବାରା ସଚେତନ କରାଯିବ।

ବିଏମସିର ପ୍ରାୟ ୨୨ଟି ଅର୍ବାନ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯିବା ନେଇ ବିଭିନ୍ନ ବିଭାଗର ଅଧିକାରୀମାନଙ୍କ ସହ ଆଲୋଚନା ହୋଇଛି। ଚଳିତବର୍ଷ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁସାରେ, ଭୁବନେଶ୍ବରରେ ତାପମାତ୍ରା ବୃଦ୍ଧି ପାଇବ। ହିଟ ୱେଭରୁ ରକ୍ଷା ପାଇଁ ଜନସାଧାରଣଙ୍କୁ ସଚେତନ କରାଯିବ। ବିଭିନ୍ନ ଜନସମାଗମ ସ୍ଥାନରେ ହୋଆର୍ଡିଙ୍ଗ ଲଗାଯିବ।

ସ୍କୁଲ, ଅଫିସର ସମୟ ପରିବର୍ତ୍ତନ କରାଯିବ । ଖରାକୁ ଦେଖି ଆଗୁଆ ସାବଧାନ ହେବାର ଆବଶ୍ୟକତା ରହିଛି । ଶ୍ରମିକ ମାନେ ମଧ୍ୟାହ୍ନ ୧୨ ଟା ରୁ ୩ ଟା ପର୍ଯ୍ୟନ୍ତ କାମ କରିବେ ନାହିଁ ବୋଲି ଓସଡାମାର ପାଣିପାଗ ଏକ୍ସପର୍ଟ ଏସ.କେ ଦସ୍ତିଦାର କହିଛନ୍ତି।

ତେବେ ଏହି ବୈଠକରେ ବିଏମସି ଯନ୍ତ୍ରୀ, ୱାଟକୋ ଅଧିକାରୀ, ଓସଡାମା ଅଧିକାରୀ, ମୁଖ୍ୟ ପୌର ଚିକିତ୍ସାଳୟ ଅଧିକାରୀ ଓ ବିଏମସି ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.