ଭୁବନେଶ୍ବର: ରାଜଧାନୀ ଉପକଣ୍ଠରେ ଥିବା ଭରତପୁର ଠାରେ ଅନ୍ତିମ ସଂସ୍କାର କାର୍ଯ୍ୟ ଆରମ୍ଭ କରିବାକୁ ଚୁକ୍ତିନାମା ହୋଇଛି । ବିଏମସି ସହ ଏନଜିଓ ପ୍ରଦୀପ ସେବା ଟ୍ରଷ୍ଟ ଚୁକ୍ତିନାମା କରିଛି । ସନ୍ତୋଷଜନକ କାର୍ଯ୍ୟ ପ୍ରଦର୍ଶନ ପରେ ପରବର୍ତ୍ତୀ ସମୟରେ ଅବଧି ବୃଦ୍ଧି କରାଯିବ ବୋଲି ଜଣାପଡ଼ିଛି ।
ଯାହା ଦିନରାତି 24 ଘଣ୍ଟା କାର୍ଯ୍ୟକ୍ଷମ ହେବ । ଏହି ସମାଧିସ୍ଥଳକୁ ଉଭୟ କୋରୋନା ଆକ୍ରାନ୍ତ ଏବଂ ବିନା ଆକ୍ରାନ୍ତଙ୍କ ମୃତଦେହକୁ ଦାହ କରିବା ପାଇଁ ବ୍ୟବହାର କରାଯାଇପାରିବ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ସମୟରେ ସର୍ବାଧିକ ଆଠଟି ମୃତଦେହକୁ ଦାହ କରାଯାଇପାରିବ । ମୃତଦେହ ଦାହ ପାଇଁ କେବଳ ପରିବାର ସଦସ୍ୟ କିମ୍ବା ସମ୍ପର୍କୀୟଙ୍କଠାରୁ 2500 ଟଙ୍କା ନିଆଯିବ ବୋଲି ବିଏମସି ତରଫ ସୂଚନା ଦିଆଯାଇଛି । ଶୁକ୍ରବାର ବିଏମସି ଡେପୁଟି କମିଶନର ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରତିନିଧି ଚୁକ୍ତିନାମା ସ୍ବାକ୍ଷରିତ କରିଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ