ETV Bharat / city

ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ବିରୋଧ କରି ବିଏମସି ଘେରାଉ - ଭୁବନେଶ୍ବର ଖବର

ରାଜଧାନୀରେ ହୋଲଡିଂ ଟ୍ୟାକ୍ସ ଅହେତୁକ ବୃଦ୍ଧିକୁ ନେଇ ବିଏମସିକୁ ଘେରିଲେ ବିଭିନ୍ନ ରାଜନୈତିକ ଦଳ। ବିଏମସି ପକ୍ଷରୁ ନଭେମ୍ବର ପହିଲାରୁ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସ ପିଛିଲା ଭାବରେ ୨୦୧୯ ମସିହା ଏପ୍ରିଲ ୧ ତାରିଖରୁ ଆଦାୟ କରାଯିବ ବୋଲି ପ୍ରସ୍ତାଵ ରହିଥିଲା । ଅଧିକ ଖବର ପଢନ୍ତୁ...

ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ବିରୋଧକରି ବିଏମସି ଘେରାଓ
author img

By

Published : Nov 1, 2019, 10:49 PM IST

ଭୁବନେଶ୍ବର: ହୋଲଡିଂ ଟ୍ୟାକ୍ସ ଆଦାୟ ପୂର୍ବରୁ ବିଏମସି ସମ୍ମୁଖରେ ବିରୋଧ ପଦର୍ଶନ। ରାଜଧାନୀରେ ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ଶୁକ୍ରବାର ଭୁବନେଶ୍ବର ମହାନଗର ନିଗମ ସାମ୍ନାରେ ସମାଜବାଦୀ ପାର୍ଟି, ସିପିଆଇ,ସିପିଆଇ (ଏମ),ସିପିଆଇ(ଏମ-ଏଲ) ଲିବରେସନ ଓ ଫରୱାର୍ଡ ବ୍ଲକ ପକ୍ଷରୁ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ କରାଯାଇଛି ।

ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ବିରୋଧକରି ବିଏମସି ଘେରାଓ

ଏହାସହ ସମସ୍ତ ଦଳ ବିଏମସି ସମ୍ମୁଖରେ ଧାରଣା ଦେବା ସହ ବିଏମସି କମିଶନରଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଯେ ପର୍ଯ୍ୟନ୍ତ ବିଏମସିର ଏକ ନିର୍ବାଚିତ କର୍ପୋରେସନ ଗଠନ ନହୋଇଛି ସେ ପର୍ଯ୍ୟନ୍ତ ହୋଲଡିଂ ଟିକସ ବୃଦ୍ଧି ନିଷ୍ପତ୍ତିକୁ ବନ୍ଦ ରଖାଯାଉ।

ବିଗତ ୧୦ ବର୍ଷ ଧରି ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ରାଜଧାନୀ ବାସିନ୍ଦାଙ୍କ ଠାରୁ ବେଆଇନ ପାର୍କିଂ ଫି ଆଦାୟ କରାଯାଉଛି। ସେଥିରୁ ଆର୍ଥିକ ଅନିୟମିତତା ପ୍ରକାଶ ପାଇଛି ,ଏହି ବେଆଇନ ପାର୍କିଂ ଫି ର କ୍ରାଇମବ୍ରାଞ୍ଚ ତଦନ୍ତ କରି ଉତ୍ତରଦାୟିତ୍ଵ ନିର୍ଦ୍ଧାରଣ କରିବାକୁ ଦାବି କରିଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା। ଯଦି ଏଥିରେ କୌଣସି ସୁଧାର ନଆସେ ଆଗାମୀ ଦିନରେ ବିଏମସିକୁ ଅଚଳ କରିଦିଆଯିବ ବୋଲି ରବି ବେହେରା କହିଛନ୍ତି।

ଅନ୍ୟପକ୍ଷର ବିଭିନ୍ନ ଦଳ ପକ୍ଷରୁ ଆଜି ବିଏମସି ସମ୍ମୁଖରେ ପ୍ରତିବାଦ ଧାରଣା ଦିଆଯାଇଥିଲା। ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ସ୍ଥଗିତ ରଖାଯାଉ ବୋଲି ଏକ ସ୍ମାରକପତ୍ର ଆମର ହସ୍ତଗତ ହୋଇଛି। ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟକାରୀ କରାଯିବ ବୋଲି ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲିକ କହିଛନ୍ତି।

ସୂଚନାଥାଉ କି, ଭୁବନେଶ୍ବରରେ ୧୯୯୮ ମସିହାରେ ବେଞ୍ଚମାର୍କ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିଲା। ପୁଣି ଦୀର୍ଘ ୧୯ ବର୍ଷ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂତନ ବେଞ୍ଚମାର୍କ ମୁଲ୍ୟ ବୃଦ୍ଧି କରାଯାଇଛି। ଏହାପରେ ବର୍ଷକୁ ୬ ହଜାର ଟଙ୍କା ହୋଲଡିଂ ଟ୍ୟାକ୍ସ ଦେଉଥିବା ଘର ମାଲିକମାନଙ୍କୁ ୧୮ ହଜାର ଟଙ୍କା ବାର୍ଷିକ ହୋଲଡିଂ ଟ୍ୟାକ୍ସ ଦେବାକୁ ପଡିବ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:ଭୁବନେଶ୍ୱର ରେ ହୋଲଡିଂ ଟ୍ୟାକ୍ସ ଅହେତୁକ ବୃଦ୍ଧି କୁ ନେଇ ବିଏମସି କୁ ଘେରିଲେ ବିଭିନ୍ନ ରାଜନୈତିକ ଦଳ।

Body:ବିଏମସି ପକ୍ଷରୁ ନଭେମ୍ବର ପହିଲାରୁ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସପିଛିଲା ଭାବରେ ୨୦୧୯ ମସିହା ଅପ୍ରେଲ ୧ତାରିଖରୁ ଆଦାୟ କରାଯିବ ବୋଲି ପ୍ରସ୍ତାଵ ରହିଥିଲା।ହୋଲଡିଂ ଟ୍ୟାକ୍ସ ଆଦାୟ ପୂର୍ବରୁ, ବିଏମସି ସମ୍ମୁଖରେ ବିରୋଧ ପଦର୍ଶନ।ରାଜଧାନୀ ଭୁବନେଶ୍ୱରରେ ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ନେଇ ଶୁକ୍ରବାର ଭୁବନେଶ୍ୱର ମହାନଗର ନିଗମ ସାମ୍ନାରେ ସମାଜବାଦୀ ପାର୍ଟି, ସିପିଆଇ,ସିପିଆଇ (ଏମ),ସିପିଆଇ(ଏମ-ଏଲ) ଲିବରେସନ ଓ ଫରୱାର୍ଡ ବ୍ଲକ ପକ୍ଷରୁ ଏକ ପ୍ରତିବାଦ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଭୁବନେଶ୍ୱରରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତିକୁ ଆଳ କରି ଜମିର ବେଞ୍ଚମାର୍କ ମୁଲ୍ୟ ବୃଦ୍ଧି ଅନୁଯାୟୀ ଏହି ହୋଲଡିଂ ଟିକସ ବିଏମସି ଆଦାୟ କରିବ ବୋଲି ନିଷ୍ପତ୍ତି କୁ ସମାଜବାଦୀ ପାର୍ଟି ଓ ଅନ୍ୟ ଦଳ ଗୁଡିକ ବିରୋଧ କରି ବିଏମସି ସମ୍ମୁଖରେ ଧାରଣା ଦିଆଯାଇ ବିଏମସି କମିଶନର ଙ୍କ ଉଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।ଯେ ପର୍ଯ୍ୟନ୍ତ ବିଏମସିର ଏକ ନିର୍ବାଚିତ କର୍ପୋରେସନ ଗଠନ ନହୋଇଛି ସେ ପର୍ଯ୍ୟନ୍ତ ହୋଲଡିଂ ଟିକସ ବୃଦ୍ଧି ନିଷ୍ପତ୍ତି କୁ ବନ୍ଦ ରଖାଯାଉ।ଏବଂ ବିଗତ ୧୦ ବର୍ଷ ଧରି ବିଏମସି ପକ୍ଷରୁ ବିଭିନ୍ନ ସ୍ଥାନରେ ରାଜଧାନୀ ବାସିନ୍ଦାଙ୍କ ଠାରୁ ବେଆଇନ ପାର୍କିଂଗ ଫୀ ଆଦାୟ କରାଯାଉଛି ସେଥିରୁ ଆର୍ଥିକ ଅନିୟମିତତା ପ୍ରକାଶ ପାଇଛି ,ଏହି ବେଆଇନ ପାର୍କିଂ ଫି ର କ୍ରାଇମବ୍ରାଞ୍ଚ ତଦନ୍ତ କରି ଉତରଦାଇତ୍ଵ ନିର୍ଦ୍ଧାରଣ କରିବାକୁ ଦାବି କରିଛନ୍ତି ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା।ଯଦି ଏଥିରେ କୌଣସି ସୁଧାର ନ ଆସେ ଆଗାମୀ ଦିନରେ ବିଏମସି କୁ ଅଚଳ କରିଦିଆଯିବ ବୋଲି ରବି ବେହେରା କହିଛନ୍ତି

ଅନ୍ୟପକ୍ଷର ବିଭିନ୍ନ ଦଳ ପକ୍ଷରୁ ଆଜି ବିଏମସି ସମ୍ମୁଖରେ ପ୍ରତିବାଦ ଧାରଣା ଦିଆଯାଇଥିଲା।ହୋଲଡିଂ ଟ୍ୟାକ୍ସ ବୃଦ୍ଧିକୁ ସ୍ଥଗିଦ ରଖାଯାଉ ବୋଲି ଏକ ସ୍ମାରକପତ୍ର ଆମର ହସ୍ତଗତ ହୋଇଛି।ସରକାରଙ୍କ ନିୟମ ଅନୁଯାୟୀ କାର୍ଯ୍ୟକାରୀ କରାଯିବ ବୋଲି ବିଏମସି ଅତିରିକ୍ତ କମିଶନର ସୁରଥ ଚନ୍ଦ୍ର ମଲିକ କହିଛନ୍ତି।

ସୂଚନାଥାଉ କି ଭୁବନେଶ୍ୱର ରେ ୧୯୯୮ ମସିହାରେ ବେଞ୍ଚମାର୍କ ମୁଲ୍ୟ ନିର୍ଦ୍ଧାରଣ କରାଯାଇଥିଲା।ପୁଣି ଦୀର୍ଘ ୧୯ ବର୍ଷ ପରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନୂତନ ବେଞ୍ଚମାର୍କ ମୁଲ୍ୟ ବୃଦ୍ଧି କରାଯାଇଛି।ସୂଚନା ଅନୁସାରେ ବର୍ଷକୁ ୬ ହଜାର ଟଙ୍କା ହୋଲଡିଂ ଟ୍ୟାକ୍ସ ଦେଉଥିବା ଘର ମାଲିକମାନଙ୍କୁ ୧୮ ହଜାର ଟଙ୍କା ବାର୍ଷିକ ହୋଲଡିଂ ଟ୍ୟାକ୍ସ ଦେବାକୁ ପଡିବ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.