ETV Bharat / city

ରାଜଧାନୀରେ ରଜ ଭିଡ: କୋରୋନା ନିୟମ ଉଂଲ୍ଲଘନ କଲେ କଟୁଛି ଫାଇନ - କୋଭିଡ-19 ର ନିର୍ଦ୍ଦେଶନାମାର ଉଂଲ୍ଲଘନ

କୋଭିଡ-19 ର ନିର୍ଦ୍ଦେଶନାମା ପାଳନ କରିବାକୁ ନିୟମ ରହିଥିବାବେଳେ ଏହାର ଉଲ୍ଲଂଘନକାରୀଙ୍କ ଉପରେ ମଧ୍ୟ କଡା ନଜର ରଖିଛି ଭୁବନେଶ୍ବର ମହାନଗର ନିଗମ । ଆଉ ଏହାର ଉଂଲ୍ଲଘନ କଲେ ଖିଲାପକାରୀଙ୍କୁ ସବାଡ଼ କରିବା ସହ ତାଙ୍କଠାରୁ ବିଏମସି ଆଦାୟ କରୁଛି ଫାଇନ ।

BMC fined people
ବିଏମସି କାଟୁଛି ଫାଇନ
author img

By

Published : Jun 12, 2020, 4:19 PM IST

ଭୁବନେଶ୍ୱର: ରଜ ପର୍ବକୁ ନେଇ ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ । ସବୁଠି ରଜ ମାର୍କେଟିଂକୁ ନେଇ ବଢୁଛି ଲୋକଙ୍କ ଭିଡ । ଦୋକାନ ବଜାର ରାସ୍ତାଘାଟ ସବୁଠି ଗହଳି ଚହଳି । ମାତ୍ର ଏହାରି ମଧ୍ୟରେ କୋଭିଡ-19 ର ନିର୍ଦ୍ଦେଶନାମା ପାଳନ କରିବାକୁ ନିୟମ ରହିଥିବାବେଳେ ଏହାର ଉଲ୍ଲଂଘନକାରୀଙ୍କ ଉପରେ ମଧ୍ୟ କଡା ନଜର ରଖିଛି ଭୁବନେଶ୍ବର ମହାନଗର ନିଗମ । ଆଉ ଏହାର ଉଂଲ୍ଲଘନ କଲେ ଖିଲାପକାରୀଙ୍କୁ ସାବାଡ଼ କରିବା ସହ ତାଙ୍କଠାରୁ ବିଏମସି ଆଦାୟ କରୁଛି ଫାଇନ ।

ବିଏମସି କାଟୁଛି ଫାଇନ

ଏନେଇ ମହାନଗର ନିଗମ ଅଞ୍ଚଳର ବିଭିନ୍ନ ହାଟ ବଜାର ମାନଙ୍କରେ ସ୍କ୍ୱାର୍ଡ ପକ୍ଷରୁ ଏକ ଟିମ ଗଠିତ କରାଯାଇ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଚଢାଉ କରାଯାଉଛି । ଏହାସହ ମାସ୍କ ପିନ୍ଧି ନଥିବା ବ୍ୟକ୍ତି, ସାମାଜିକ ଦୂରତ୍ୱ ମାନୁ ନଥିବା ଲୋକ ଓ ବେପାରୀମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଛି।

ଲୋକଙ୍କ ମଧ୍ୟରେ ରଜ ଉତ୍ସାହକୁ ଦେଖି କିଛିଟା କଟକଣାକୁ କୋହଳ କରାଯାଇଛି । ଯେଉଁଥିରେ ଲାଗୁ ହେଉଥିବା କର୍ଫ୍ୟୁ ସମୟକୁ ସଂନ୍ଧ୍ୟା 7 ଟା ପରିବର୍ତ୍ତେ ରାତି 10 ଟାକୁ ବୃଦ୍ଧି କରାଯାଇଛି । ତେବେ ଏହି ସମୟ ମଧ୍ୟରେ ଲୋକମାନେ ସାବଧାନତା ଓ ସତର୍କତା ସ୍ୱରୂପ ବଜାର ଆସିବା ବେଳେ କୋରୋନା ନିର୍ଦ୍ଦେଶନାମା ପାଳନ କରିବାକୁ ବିଏମସି ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.