ଭୁବନେଶ୍ବର: ଇଜ ଅଫ ଲିଭିଙ୍ଗ ଇଣ୍ଡେକ୍ସରେ ଭୁବନେଶ୍ବର ଦ୍ବିତୀୟ ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ବିଏମସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର । 100ରୁ ଊର୍ଦ୍ଧ୍ବ ମାନଦଣ୍ଡ ଯେପରିକି ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ, ଆଶ୍ରୟସ୍ଥଳ, ସ୍ବଚ୍ଛତା, ବର୍ଜ୍ୟବସ୍ତୁ ପରିଚାଳନା, ରିକ୍ରିଏସନ, ପରିବେଶ, ସବୁଜ ସ୍ଥାନ, ଶକ୍ତିପରିଚାଳନା ଇତ୍ୟାଦି କ୍ଷେତ୍ରରେ ଲୋକମାନେ କେତେ ସହଜରେ ସୁବିଧା ପାଉଛନ୍ତି ସେନେଇ ସର୍ଭେ ହୋଇଛି ବୋଲି ସୂଚନା ଦେଇଛନ୍ତି ଡେପୁଟି କମିଶନର ।
କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ 2020 ଏହି ଇଜ ଅଫ ଲିଭିଙ୍ଗ ସର୍ଭେ କରାଯାଇଥିଲା । ୧୦ ଲକ୍ଷରୁ କମ ଜନସଂଖ୍ୟା ଶ୍ରେଣୀରେ ସିମଲା ପ୍ରଥମ ସ୍ଥାନ ପାଇଥିବାବେଳେ ଭୁବନେଶ୍ବରକୁ ମିଳିଛି ଦ୍ବିତୀୟ ସ୍ଥାନ । ସିମଲା ୬୦.୯ ସ୍କୋର ରଖିଥିବାବେଳେ ଭୁବନେଶ୍ବରକୁ ୫୯.୮୫ ପଏଣ୍ଟ ମିଳିଛି । ସମସ୍ତ ମାପଦଣ୍ଡ ଭିତ୍ତିରେ ସହରବାସୀ କିପରି ଓ କେତେ ସହଜରେ ସୁବିଧା ପାଉଛନ୍ତି ତାହା ଉପରେ ସର୍ଭେ ପର୍ଯ୍ୟବେସିତ ଥିଲା ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ