ETV Bharat / city

ଦାରୁଠେଙ୍ଗ-ବିଏମସି ଆଲୋଚନା ସଫଳ, ଡମ୍ପିଙ୍ଗୟାର୍ଡରେ ପଡିବ ଅଳିଆ - ଦାରୁଠେଙ୍ଗ ଡମ୍ପିଙ୍ଗୟାର୍ଡ

ଦାରୁଠେଙ୍ଗ ଡମ୍ପିଙ୍ଗୟାର୍ଡରେ ପଡିବ ଅଳିଆ । ଶନିବାର ଗ୍ରାମବାସୀ ଓ ବିଏମସି ମଧ୍ୟରେ ଆଲୋଚନାରେ ନିଷ୍ପତ୍ତି ହୋଇଛି । ତେବେ କଣ ପ୍ରତିଶୃତି ଦେଲା ବିଏମସି ? ଅଧିକ ପଢନ୍ତୁ...

Bmc daruthenga
Bmc daruthenga
author img

By

Published : Jan 11, 2020, 11:16 PM IST

ଭୁବନେଶ୍ବର: ଦୀର୍ଘଦିନର ଛକାପଞ୍ଝା ଓ ମାରାଥନ ଆଲୋଚନା ପରେ ଆଜି (ଶନିବାର) ଦାରୁଠେଙ୍ଗ ଡମ୍ପିଙ୍ଗୟାର୍ଡକୁ ନେଇ ଏକ ନିର୍ଣ୍ଣାୟକ ମୋଡରେ ପହଞ୍ଚିଛି ବିଏମସି ।

ଦାରୁଠେଙ୍ଗ -ବିଏମସି ଆଲୋଚନା ସଫଳ; ଡମ୍ପିଙ୍ଗୟାର୍ଡରେ ପଡିବ ଅଳିଆ

ବିଏମସି କର୍ତ୍ତୃପକ୍ଷ ଏବଂ ଦାରୁଠେଙ୍ଗବାସୀଙ୍କ ମଧ୍ୟରେ ଦୀର୍ଘଦିନ ଧରି ବାଦ ବିବାଦ ପରେ ଶନିବାର ଏକ ସହମତିରେ ପହଞ୍ଚିଛି ବିଏମସି । ରବିବାର ଠାରୁ ଡମ୍ପିଙ୍ଗୟାର୍ଡକୁ ସ୍ବାଭାବିକ ଭାବେ ଅଳିଆ ଗାଡି ଯିବ । ଏନେଇ ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ । ନିଷ୍ପତ୍ତି ଅନୁସାରେ ବର୍ତ୍ତମାନ ଦାରୁଠେଙ୍ଗରେ ଅଳିଆ ପଡିବ । କିନ୍ତୁ ଏକ ବର୍ଷ ମଧ୍ୟରେ ଦାରୁଠେଙ୍ଗ ସ୍ଥିତ ଡମ୍ପିଙ୍ଗୟାର୍ଡରୁ ଧିରେ ଧିରେ ଅଳିଆ ଆବର୍ଜନା ଭୁବନେଶ୍ବରର ବିଭିନ୍ନ ଏମସିସିକୁ ସ୍ଥାନାନ୍ତରିତ କରାଯିବ । ପରେ ସେହି ସ୍ଥାନରେ ଏକ ବାଇଓ ମାଇନିଂ ପ୍ଲାଣ୍ଟ ନିର୍ମାଣ କରାଯିବା ଏନେଇ ବିଏମସି ଦାରୁଠେଙ୍ଗ ଗ୍ରାମବାସୀଙ୍କୁ ଲିଖିତ ପ୍ରତିଶୃତି ଦେଇଛି ।

ଏହାସହ ଦାରୁଠେଙ୍ଗ ଡମ୍ପିଙ୍ଗୟାର୍ଡରୁ ଅଳିଆ ଆବର୍ଜନା ଭୁବନେଶ୍ବରକୁ ସ୍ଥାନାନ୍ତରିତ ହେବା ପରେ ସେଠାରେ ଏକ ଉଦ୍ୟାନ ନିର୍ମାଣ କରାଯିବ । ପ୍ରତି ଦୁଇ ମାସରେ ଥରେ ଅଳିଆ ଉଠିବା ନେଇ ସମୀକ୍ଷା ହେବ । ଫଳରେ ଏକବର୍ଷ ପର୍ଯ୍ୟନ୍ତ ଦାରୁଠେଙ୍ଗରେ ଅଳିଆ ପଡିବ ବୋଲି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି ।

ଆଉ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମେ ଗ୍ରାମବାସୀଙ୍କ ନାମରେ ଥିବା ଫୌଜଦାରୀ ମୋକଦ୍ଦମା ପ୍ରତ୍ୟାହାର ନେଇ ଆଜି (ଶନିବାର) ବିଏମସି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି । ବୈଠକ ପରେ ବୋଲି ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ କହିଛନ୍ତି ଆଜି(ଶନିବାର) ଉଭୟ ପକ୍ଷ ବସି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଆଲୋଚନା କରିଛନ୍ତି । ଦିଆଯାଇଥିବା ପ୍ରତିଶୃତି ପାଳନ କରାଯିବ ବୋଲି ସେ କହିଛନ୍ତି । ତେବେ ବିଏମସି-ଦାରୁଠେଙ୍ଗବାସୀଙ୍କ ମଧ୍ୟରେ ହୋଇଥିବା ଆଲୋଚନା କେତେ ଦୂର ସଫଳ ହେଉଛି ଆଉ ବିଏମସି ନିଜ ପ୍ରତିଶୃତି ପାଳନ କରିବାରେ କେତେ ପ୍ରତିଶୃତିବଦ୍ଧ ହେଉଛି ତାକୁ ଅପେକ୍ଷା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଏଥର ପଡିବ ଅଳିଆ।

Body:ଦୀର୍ଘଦିନର ଛକା ପଞ୍ଚା ଓ ମାରାଥନ ଆଲୋଚନା ପରେ ଆଜି ଚୂଡାନ୍ତ ମୋହର ମାରିଛି ବିଏମସି। ବିଏମସି କତ୍ତୃପକ୍ଷ ଏବଂ ଦାରୁଠେଙ୍ଗ ଡ଼ମ୍ପିଙ୍ଗ ୟାର୍ଡ ନେଇ ଦୀର୍ଘଦିନର ବିବାଦର ଆପୋଷ ଆଲୋଚନା ମାଧ୍ୟମରେ ପଡିଛି ଯବନିକା।ଆଜିଠାରୁ ଡ଼ମ୍ପିଙ୍ଗ ୟାର୍ଡକୁ ସ୍ୱାଭାବିକ ହେବ ଅଳିଆ ଗାଡ଼ି ପଶିବା।ଏନେଇ ସୂଚନା ଦେଇଛନ୍ତି ବିଏମସି କତ୍ତୃପକ୍ଷ।ଦାରୁଠେଙ୍ଗ ଗ୍ରାମବାସୀଙ୍କ ପକ୍ଷରୁ ଲିଖିତ ପ୍ରତିଶୃତି ଦାବି ଆଜି କାର୍ଯ୍ୟକାରୀ ହୋଇଛି।ବର୍ଷକ ମଧ୍ୟରେ ଦାରୁଠେଙ୍ଗ ସ୍ଥିତ ଡମ୍ପିଙ୍ଗ ୟାର୍ଡରୁ ଧୀରେ ଧୀରେ ଅଳିଆ ଆବର୍ଜନା ଭୁବନେଶ୍ୱରରେ ବିଭିନ୍ନ ଏମସିସିକୁ ସ୍ଥାନାନ୍ତରିତ ହେବ ଏବଂ ପରେ ସେ ସ୍ଥାନରେ ଏକ ବାଇଓ ମାଇନିଂ ପ୍ଲାଣ୍ଟ ନିର୍ମାଣ କରାଯିବା ନେଇ ଲିଖିତ ପ୍ରତିଶୃତି ଗ୍ରାମବାସୀ ଙ୍କୁ ବିଏମସି କତ୍ତୃପକ୍ଷ ହସ୍ତାନ୍ତର କରିଛନ୍ତି।

ଦାରୁଠେଙ୍ଗ ଡମ୍ପିଙ୍ଗ ୟାର୍ଡରୁ ଅଳିଆ ଆବର୍ଜନା ଭୁବନେଶ୍ୱରକୁ ସ୍ଥାନାନ୍ତରିତ ହେବ।ପରେ ସେଠାରେ ଏକ ଉଦ୍ୟାନ ନିର୍ମାଣ କରାଯିବ।ପ୍ରତି ଦୁଇ ମାସରେ ଥରେ ମହିଳା ଉଠିବା ନେଇ ସମୀକ୍ଷା ହେବ।ବର୍ଷକ ପରେ ସେ ସ୍ଥାନରେ ଏକ ବାଇଓ ମାଇନିଂ ପ୍ଲାଣ୍ଟ ନିର୍ମାଣ ହେବ।ଆଜି ବିଏମସି ପକ୍ଷରୁ ଲିଖିତ ଦସ୍ତାବିଜ ଗ୍ରାମବାସୀଙ୍କୁ ହସ୍ତାନ୍ତର କରାଯାଇଛି।ଏବେ ଅଳିଆ ସେଠାରେ ପଡିବ ବୋଲି ଜଟଣୀ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

ଗ୍ରାମବାସୀ ଙ୍କ ନାମରେ ଥିବା ଫୌଜଦାରୀ ମୋକଦ୍ଦମା ପ୍ରତ୍ୟାହାର ନେଇ ଆଜି ବିଏମସି କତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଛନ୍ତି।ଆଜି ଚୂଡାନ୍ତ ବୈଠକ ବସି ନିଷ୍ପତ୍ତି ନିଆଯାଇଛି କି ପର୍ଯ୍ୟାୟକ୍ରମେ ଦାରୁଠେଙ୍ଗ ଡମ୍ପିଙ୍ଗ ୟାର୍ଡରୁ ଅଳିଆ ଭୁବନେଶ୍ୱର ବିଭିନ୍ନ ସ୍ଥାନକୁ ଯିବ।ବର୍ଷକ ପରେ ଡମ୍ପିଙ୍ଗ ୟାର୍ଡ ବନ୍ଦ ହେବ।ପ୍ରତି ଦୁଇ ମାସରେ ବନ୍ଦ ର ସମୀକ୍ଷା କରାଯିବ।ଏନେଇ ଏକ ଲିଖିତ ପ୍ରତିଶ୍ରୁତି ବିଏମସି କତ୍ତୃପକ୍ଷ ଦେଇଛନ୍ତି ବୋଲି ଦାରୁଠେଙ୍ଗର ତପନ ଚକ୍ରବର୍ତ୍ତୀ କହିଛନ୍ତି।

ଆଜି ଉଭୟପକ୍ଷ ବସି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି।ଆଗକୁ ବର୍ଷେ ଭିତରେ ସେ ସ୍ଥାନରୁ ଅଳିଆ ହଟା ଯିବ।ଆଗକୁ ସେଠାରେ ଏକ ବାଇଓ ମାଇନିଂ ପ୍ଲାଣ୍ଟ ନିର୍ମାଣ କରାଯିବ ବୋଲି ବିଏମସି ପ୍ରଶାସକ ସଂଗ୍ରାମଜିତ ନାୟକ କହିଛନ୍ତି।

ଦୀର୍ଘଦିନ ର ବିବାଦର ସମାଧାନ ହେଲା ସତ ହେଲେ ଆଗକୁ ବର୍ଷେ ଭିତରେ ଡମ୍ପିଙ୍ଗ ୟାର୍ଡ ଉଠିଯିବା ନେଇ ବିଏମସି ଲିଖିତ ପ୍ରତିଶ୍ରୁତି କେତେ କାର୍ଯ୍ୟକାରୀ ହେଉଛି ତାହା ସମୟ କହିବ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.