ETV Bharat / city

ଟୀକାକରଣ କେନ୍ଦ୍ର ବୁଲିଲେ ପର୍ଯ୍ୟବେକ୍ଷକ

author img

By

Published : May 6, 2021, 4:50 PM IST

ଭୁବନେଶ୍ବରରେ ମଧ୍ୟ ୧୮ ବର୍ଷରୁ ୪୪ ବର୍ଷ ବୟସ ବ୍ୟକ୍ତିଙ୍କ ଟୀକାକରଣ ଜାରି ରହିଛି। ଏହାରି ମଧ୍ୟରେ ବିଭିନ୍ନ କେନ୍ଦ୍ରରେ କେମିତି ରହିଛି ବ୍ୟବସ୍ଥା, ସେ ନେଇ ଗୁରୁବାର ବିଭିନ୍ନ ଟୀକାକରଣ କେନ୍ଦ୍ର ବୁଲିଛନ୍ତି ବରିଷ୍ଠ ପ୍ରଶାସିକା ତଥା ଭୁବନେଶ୍ବର କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ । ଅଧିକ ପଢନ୍ତୁ...

ଟୀକାକରଣ କେନ୍ଦ୍ର ବୁଲିଲେ ପର୍ଯ୍ୟବେକ୍ଷକ
ଟୀକାକରଣ କେନ୍ଦ୍ର ବୁଲିଲେ ପର୍ଯ୍ୟବେକ୍ଷକ

ଭୁବନେଶ୍ବର: ସଂକ୍ରମଣକୁ ମାତ ଦେବା ପାଇଁ ସାରା ରାଜ୍ୟରେ ଲକଡାଉନ ଘୋଷଣା କରାଯାଇଛି । ଲକଡାଉନ ସମୟରେ କୋଭିଡ ଟୀକାକରଣ ଜାରି ରହିଛି। ଭୁବନେଶ୍ବରରେ ମଧ୍ୟ ୧୮ ବର୍ଷରୁ ୪୪ ବର୍ଷ ବୟସ ବ୍ୟକ୍ତିଙ୍କ ଟୀକାକରଣ ଜାରି ରହିଛି । ଏହାରି ମଧ୍ୟରେ ବିଭିନ୍ନ କେନ୍ଦ୍ରରେ କେମିତି ରହିଛି ବ୍ୟବସ୍ଥା ସେନେଇ ଗୁରୁବାର ବିଭିନ୍ନ ଟୀକାକରଣ କେନ୍ଦ୍ର ବୁଲିଛନ୍ତି ବରିଷ୍ଠ ପ୍ରଶାସିକା ତଥା ଭୁବନେଶ୍ବର କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ।

ଗୋଟିଏ ସ୍ଥାନରେ ଟୀକାକରଣ ଓ ଟେଷ୍ଟିଙ୍ଗ ନକରି ପୃଥକ ଭାବେ କରିବା, ମହିଳାଙ୍କ ପାଇଁ ସ୍ବତନ୍ତ୍ର ଲାଇନ, ଖରାଦିନ ଥିବାରୁ ଛାଇରେ ଟୀକାକରଣ ବ୍ୟବସ୍ଥା ଓ ପିଇବା ପାଣି ବ୍ୟବସ୍ଥା କରିବାକୁ ବିଏମସିକୁ ନିର୍ଦ୍ଦେଶ ଦେଇଛନ୍ତି ପର୍ଯ୍ୟବେକ୍ଷକ ।

ଭୁବନେଶ୍ବରର 3ଟି ଟିକା କେନ୍ଦ୍ର ପରିଦର୍ଶନ କଲେ ଜଳ ସମ୍ପଦ ବିଭାଗ ପ୍ରମୁଖ ସଚିବ ତଥା ବିଏମସିର କୋଭିଡ ପର୍ଯ୍ୟବେକ୍ଷକ ଅନୁ ଗର୍ଗ । ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଗ୍ରାଉଣ୍ଡ ଜିରୋରେ ସ୍ଥିତି ଅନୁଧ୍ୟାନ କଲେ ଅନୁ ଗର୍ଗ ।

ଲିଙ୍ଗରାଜ ମନ୍ଦିର ନିକଟ ବିଏମସି ହସ୍ପିଟାଲ, ବରଗଡ଼ ଓ ୟୁନିଟ-୩ ସ୍ଥିତ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଟୀକାକରଣ କେନ୍ଦ୍ର ବୁଲିଲେ। ବାରମ୍ବାର ପରାମର୍ଶ ସତ୍ତ୍ବେ କେତେକ କେନ୍ଦ୍ରରେ ଲୋକେ ବିନା ସ୍ଲଟ ବୁକିଂରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଥିଲା। ସେଠି ଲୋକଙ୍କୁ ବୁଝାଇଥିଲେ। ଅଯଥା ଭିଡ଼ ନଜମାଇବାକୁ ପରାମର୍ଶ ଦେଇଥିଲେ।

ଖରାରେ ଲମ୍ବା ଧାଡି ରହୁଥିବାରୁ ଛାଇ ଓ ପାଣିର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମହିଳାଙ୍କ ପାଇଁ ସ୍ବତନ୍ତ୍ର ଲାଇନ କରିବାକୁ କହିଥିଲେ। ଏହା ସହ ଟେଷ୍ଟିଂ ଓ ଟୀକାକରଣକୁ ପୃଥକ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିଭଳି ବହୁ କେନ୍ଦ୍ରରେ ଟେଷ୍ଟିଂ ଓ ଟୀକାକରଣ ପୃଥକ କରାଯାଇଥିବାବେଳେ ଅନ୍ୟ ସବୁ କେନ୍ଦ୍ରରେ ତୁରନ୍ତ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ । ଘରୋଇ ହସ୍ପିଟାଲ ଓ କ୍ଲିନିକରେ ଟୀକାକରଣ ବନ୍ଦ ଥିବାବେଳେ ଦ୍ବିତୀୟ ଡୋଜ ନେବାକୁ ଥିବା ଲୋକଙ୍କୁ ନିକଟସ୍ଥ ସରକାରୀ ଟୀକାକେନ୍ଦ୍ରରେ ଟିକା ଗ୍ରହଣ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.