ଭୁବନେଶ୍ବର: ଭୁବନେଶ୍ବର ରେଲୱେ ଷ୍ଟେସନ ଓ ବିମାନବନ୍ଦର ପରିଦର୍ଶନ କରି ସ୍କ୍ରିନିଂ ଓ ଟେଷ୍ଟିଂକୁ ତଦାରଖ କରିଛନ୍ତି ବିଏମସି କମିଶନର । ଏଣିକି ପ୍ରତିଦିନ ରେଲୱେ ଷ୍ଟେସନରେ ଏହା ସାଙ୍ଗରେ ୨୦୦ ଲୋକଙ୍କୁ ଟେଷ୍ଟିଙ୍ଗ କରାଯିବ ।
ପୂର୍ବରୁ ଯେଉଁମାନଙ୍କର ଲକ୍ଷଣ ଥିଲା ସେହିମାନଙ୍କର ଟେଷ୍ଟ କରାଯାଉଥିଲା । କିନ୍ତୁ ବର୍ତ୍ତମାନ କୋଭିଡ ସଂକ୍ରମଣ ବୃଦ୍ଧି ପାଉଥିବାରୁ ବିନା ଲକ୍ଷଣରେ ଭାଇରସ ଥିବା ଲୋକ ଆସୁଛନ୍ତି, ତେଣୁ ରେଡ ଫ୍ଲାଗ ଓ ଏବଂ ଅନ୍ୟ ରାଜ୍ୟମାନଙ୍କରୁ ଆସୁଥିବା ଲୋକଙ୍କ ରାଣ୍ଡମ ଟେଷ୍ଟିଙ୍ଗ କରାଯିବ ।
ଏହିଭଳି ଟେଷ୍ଟିଙ୍ଗ ବିମାନବନ୍ଦରରେ କରିବା ପାଇଁ ଆମେ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦେଇଛୁ । ଏହା ଖୁବଶୀଘ୍ର ଗ୍ରହଣ ହେବ ବୋଲି ଆଶା ରହିଥିବାରୁ ଆମେ ଏଠାରେ ମଧ୍ୟ ଅଧିକ ପରୀକ୍ଷା ପାଇଁ ବ୍ୟବସ୍ଥା କରୁଛୁ । ବୁଧବାର ମଧ୍ୟ ଭୁବନେଶ୍ବରର ଏକ ହଷ୍ଟେଲରୁ 2-3 ପଜିଟିଭ ଚି଼ହ୍ନଟ ହୋଇଛନ୍ତି । ହଷ୍ଟେଲ ଗୁଡିକରେ ଗୁରୁବାରଠୁ ରାଣ୍ଡମ ଟେଷ୍ଟିଙ୍ଗ ଆରମ୍ଭ ହେବ । ଏହାକୁ ଜୋନାଲ ଡେପୁଟି କମିଶନର ତଦାରଖ କରୁଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ