ETV Bharat / city

ସଂଜୟ ସିଂହ ହେଲେ ସୂଚନା ଓ ଲୋକ ସଂପର୍କ ବିଭାଗ ପ୍ରମୁଖ ସଚିବ - ias Sanjay Singh news

ଭୁବନେଶ୍ବର ମହାନଗର ନିଗମ(BMC) କମିଶନର ଥିବା ଆଇଏଏସ ସଞ୍ଜୟ ସିଂ (Sanjay Singh ) ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ (Information and Public Relations Department) ର ପ୍ରମୁଖ ସଚିବ । ଅଧିକ ପଢନ୍ତୁ

ସଂଜୟ ସିଂହ
ସଂଜୟ ସିଂହ
author img

By

Published : Jun 17, 2022, 7:19 PM IST

Updated : Jun 17, 2022, 7:38 PM IST

ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ(BMC) କମିଶନର ଥିବା ଆଇଏଏସ ସଞ୍ଜୟ ସିଂ (Sanjay Singh ) ହେଲେ ସୂଚନା ଓ ଲୋକ ସମ୍ପର୍କ ବିଭାଗ (Information and Public Relations Department )ର ପ୍ରମୁଖ ସଚିବ । ଏହାସହ ଭୁବନେଶ୍ବର ଉନ୍ନୟନ ପ୍ରାଧିକରଣର ଉପାଧ୍ୟକ୍ଷ ଓ ସ୍ମାର୍ଟ ସିଟି ଲିମିଟେଡର ସିଏମଡି ଭାବେ ମଧ୍ୟ ଅତିରିକ୍ତ ଦାୟିତ୍ବ ତୁଲାଇବେ । ଏନେଇ ଆଜି ନୂଆ ବିଜ୍ଞପ୍ତି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଛି ।

ବିଏମସି କମିଶନର ଥିବା ବେଳେ ମଧ୍ୟ କିଛି ଦିନ ଅତିରିକ୍ତ ଦାୟିତ୍ବ ଭାବେ ସୂଚନା ଓ ଲୋକ ସଂପର୍କ ବିଭାଗରେ ଥିଲେ । ଏହାବାଦ ଓଡିଶା ଔଷଧ ନିଗମ ପରିଚାଳନା ନିର୍ଦ୍ଦେଶକ ଥିବା ଯାମିନୀ ଷଡଙ୍ଗୀ (Yamini Sarangi) ଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ଥଇଥାନ କରାଯାଇଛି ।

ସୂଚନାଯୋଗ୍ୟ, ଗତକାଲି(ଗୁରୁବାର) ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳ ବଦଳ କରିଥିଲେ । ଯେଉଁଥିରେ ବିଏମସି କମିଶନର ଥିବା ସଞ୍ଜୟ ସିଂଙ୍କ ସ୍ଥାନରେ ବିଜୟ ଅମୃତା କୁଲାଙ୍ଗେ ଓ କନ୍ଧମାଳ ଜିଲ୍ଲାପାଳ ଥିବା ଡି.ବୃନ୍ଦାଙ୍କୁ ଓଡିଶା ଔଷଧ ନିଗମର ଏମଡି ଭାବେ ନୂଆ ନିଯୁକ୍ତି ଦେଇଥିଲେ ।

Last Updated : Jun 17, 2022, 7:38 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.