ଭୁବନେଶ୍ବର: ବରମୁଣ୍ଡା ଅନ୍ତରାଜ୍ୟ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ବିଡ଼ିଏ ଉପାଧ୍ୟକ୍ଷ ସଞ୍ଜୟ ସିଂ । ବିଡ଼ିଏ ଉପାଧ୍ୟକ୍ଷ ଦାୟିତ୍ୱ ନେବା ପରେ ପ୍ରଥମ ଥର ପାଇଁ ସ୍ପଟ ଭିଜିଟ କରିଛନ୍ତି ସଞ୍ଜୟ । ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ବରିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ନିର୍ମାଣାଧୀନ ବରମୁଣ୍ଡା ଅନ୍ତରାଜ୍ୟ ବସ ଷ୍ଟାଣ୍ଡରେ ସୋମବାର ଅପରାହ୍ନରେ ଅଚାନକ ପହଞ୍ଚିଥିଲେ ବିଡ଼ିଏ ଉପାଧ୍ୟକ୍ଷ ସଞ୍ଜୟ ସିଂ ।
ବହୁ ପ୍ରତିକ୍ଷୀତ ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟର ତଦାରଖ କରିଛନ୍ତି ସଞ୍ଜୟ । ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ନେଇ ବିଭାଗୀୟ ବରିଷ୍ଠ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି । ନିର୍ମାଣର ଅଗ୍ରଗତି ବାବଦରେ ସେ ପଚାରି ବୁଝିବା ସହ ଯନ୍ତ୍ରୀଙ୍କୁ ଆବଶ୍ୟକୀୟ ପରାମର୍ଶ ଦେଇଥିଲେ ।
ଏହାସହ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ କରିବା ଲାଗି ପରାମର୍ଶ ଦେଇଛନ୍ତି ସଞ୍ଜୟ । କିଛି ମାସ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ମଧ୍ୟ ବସଷ୍ଟାଣ୍ଡର ନିର୍ମାଣ କାର୍ଯ୍ୟର ତଦାରଖ କରିଥିଲେ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ