ETV Bharat / city

ତଦନ୍ତ ପରେ ସ୍ପଷ୍ଟ ହେବ ରାଜଧାନୀ ଡେଙ୍ଗୁ ମୃତ୍ୟୁ ଅଭିଯୋଗ: BMC କମିଶନର

author img

By

Published : Jul 27, 2021, 5:15 PM IST

ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁକୁ ନେଇ କୌଣସି ଖବର ନାହିଁ । ତଦନ୍ତ ପରେ ଡେଙ୍ଗୁ ମୃତ୍ୟୁୁ କି ନୁହେଁ ସ୍ପଷ୍ଟ ହେବ ବୋଲି କହିଲେ ବିଏମସି କମିଶନର । ଅଧିକ ପଢନ୍ତୁ...

ତଦନ୍ତ ପରେ ସ୍ପଷ୍ଟ ହେବ ରାଜଧାନୀ ଡେଙ୍ଗୁ ମୃତ୍ୟୁ ଅଭିଯୋଗ : BMC କମିଶନର

ଭୁବନେଶ୍ବର: ରାଜଧାନୀରେ ପ୍ରଥମ ଡେଙ୍ଗୁ ମୃତ୍ୟୁକୁ ନେଇ କୌଣସି ଖବର ନାହିଁ । ଦୈନିକ ସର୍ଭିଲାନ୍ସ ଚାଲିଛି । ଗତକାଲି ସୁଦ୍ଧା ବିଏମସି ୪୫୦ ରୁ ଅଧିକ ଘରେ ସର୍ଭିଲାନ୍ସ କରିଛି ‌। ରାଜଧାନୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୯୧ କ୍ୟୁମୁଲେଟିଭ୍ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ତେବେ ଡେଙ୍ଗୁ ମୃତ୍ୟୁ ନେଇ ଖବର ପ୍ରସାରଣ ହେଉଥିବା ବେଳେ BMC ଏକ ମୃତକଙ୍କ ଘରକୁ ଯାଇଛି । ତଦନ୍ତ ପରେ ତାହା ଡେଙ୍ଗୁ ଜନିତ କି ନୁହେଁ ତାହା ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି BMC କମିଶନର ସଞ୍ଜୟ ସିଂ ।

ସେହିପରି ସଞ୍ଜୟ କହିଛନ୍ତି , ବିଶେଷ କରି ଭୁବନେଶ୍ବର ନର୍ଥ ଜୋନରେ ମୋଟ ୫୬ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ୱାର୍ଡ ନମ୍ବର ୧୪, ୧୭, ୭ ଓ ୪୨ରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଡେଙ୍ଗୁ ରୋଗୀ ମୃତ୍ୟୁ ଖବର ପ୍ରାସାରିତ ପରେ ବିଏମସିର ଟିମ ତାଙ୍କ ଘରକୁ ଯାଇଛି । ମୃତକ ଟେଷ୍ଟିଂ କେଉଁଠି ଓ କେଉଁଥିରେ କରିଥିଲେ, ଅନ୍ୟ କିଛି ସ୍ବାସ୍ଥ୍ୟଗତ ସମସ୍ୟା ଥିଲା କି ନାହିଁ ,ଏସବୁ ତଦନ୍ତ ଚାଲିଛି । ଆଜି ସଂଧ୍ୟା ସୁଦ୍ଧା ମୃତ୍ୟୁର କାରଣ ଡେଙ୍ଗୁ କି ନାହିଁ ତାହା ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ବିଏମସି କମିଶନର ।

ଭୁବନେଶ୍ବରରୁ ଦେବସ୍ମିତା ରାଉତଙ୍କ ସହ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.