ETV Bharat / city

ସ୍ୱାୟତ୍ତ ଶାସନ ଦିବସ ପାଳିଲା ବିଏମସି

ଦୀର୍ଘ 3 ବର୍ଷ ପରେ ପରେ ସ୍ବାୟତ୍ତ ଶାସନ ଦିବସ ପାଳିଛି ଭୁବନେଶ୍ବର ମହାନଗର ନିଗମ । ଅଧିକ ପଢନ୍ତୁ

author img

By

Published : Aug 31, 2022, 1:24 PM IST

ସ୍ୱାୟତ୍ତ ଶାସନ ଦିବସ ପାଳିଲା ବିଏମସି
ସ୍ୱାୟତ୍ତ ଶାସନ ଦିବସ ପାଳିଲା ବିଏମସି

ଭୁବନେଶ୍ବର: ଆଜି ସ୍ବାୟତ୍ତ ଶାସନ ଦିବସ ପାଳୁଛି ଭୁବନେଶ୍ବର ମହାନଗର ନିଗମ । ଦୀର୍ଘ 3 ବର୍ଷ ପରେ ସ୍ବାୟତ୍ତ ଶାସନ ଦିବସ ପାଳୁଛନ୍ତି ବିଏମସି ନବନିର୍ବାଚିତ ପ୍ରତିନିଧି । ବିଏମସି କାର୍ଯ୍ୟାଳୟ ପରିସରରେ ମେୟର ସୁଲୋଚନା ଦାସ ପତାକା ଉତ୍ତୋଳନ କରିଛନ୍ତି ସ୍ବାୟତ୍ତ ଶାସନ ଦିବସ ଅବସରରେ ସମସ୍ତ ରାଜଧାନୀବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସ୍ୱାୟତ୍ତ ଶାସନ ଦିବସ ପାଳିଲା ବିଏମସି

କୋରୋନାରେ ଦୁଇ ବର୍ଷ ହେବ ନିରାଡମ୍ବରରେ ସ୍ବାୟତ୍ତ ଶାସନ ଦିବସ ପାଳିଥିବା ବିଏମସି । ଦୀର୍ଘ 3 ବର୍ଷ ପରେ ନୂଆ ଜନପ୍ରତିନିଧି ପାଇଛି ବିଏମସି । ବିଏମସି ପରିସରରେ ପତାକା ଉତ୍ତୋଳନ ମେୟର ଓ କମିଶନରଙ୍କ ଉପସ୍ଥିତିରେ ଆୟୋଜିତ ସ୍ବତନ୍ତ୍ର ବୈଠକରେ ସମସ୍ତ କର୍ପୋରେଟର ଓ ଅଧିକାରୀ ଉପସ୍ଥିତ ରହି ଭୁବନେଶ୍ବରର ସର୍ବାଙ୍ଗୀନ ଉନ୍ନତି ସହ କିଭଳି ରାଜଧାନୀବାସୀଙ୍କୁ ଉନ୍ନତ ମୌଳିକ ସୁବିଧା ଯୋଗାଇ ଦିଆଯିବ ସେ ନେଇ ଆଲୋଚନା କରିଥିଲେ । ଆଉ ସେଗୁଡିକୁ କିଭଳି କାର୍ଯ୍ୟକାରୀ କରାଯିବ ସେଥିପାଇଁ ଶପଥ ନେଇଥିଲେ ।

୩ ଦିନ ଧରି ସ୍ବାୟତ୍ତ ଶାସନ ଦିବସ ପାଳନ କରାଯିବାକୁ ଥିବାବେଳେ ଆଜି ସନ୍ଧ୍ୟାରେ ସୂଚନା ଭବନରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଏଥିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ବରର ୩ ଜଣ ବିଧାୟକ ମଧ୍ୟ ଉପସ୍ଥିତ ରହିବେ। ଆସନ୍ତାକାଲି (ଗୁରୁବାର) ଓ ଶୁକ୍ରବାର ଦୁଇଦିନ ବିଭିନ୍ନ ୱାର୍ଡରେ ପ୍ରାୟ ୬୧କୋଟି ଟଙ୍କାର ୪୦ରୁ ଅଧିକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରି ରାଜଧାନୀବାସୀଙ୍କୁ ଭେଟି ଦେଵ ବିଏମସି । ପ୍ରକଳ୍ପ ଗୁଡିକ ମଧ୍ୟରେ ମୁଖ୍ୟତଃ ଡ୍ରେନେଜ, ରାସ୍ତାଘାଟ, ଆଲୋକୀକରଣ, ପାର୍କ ଓ ଜଳାଶୟ ଗୁଡିକର ଉନ୍ନତିକରଣ କରାଯିବ । ଅଟକି ରହିଥିବା ଏକାଧୀକ ପ୍ରକଳ୍ପ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ବିଏମସି ମେୟର ।

ଏହା ବି ପଢନ୍ତୁ...ଷ୍ଟେଚରରେ ଦେଢ କିଲୋମିଟର ବୁହାହେଲେ ଆଶା ଦିଦି, ରାସ୍ତାରେ ଜନ୍ମ ନେଲା ଶିଶୁ

ସ୍ମାର୍ଟସିଟିକୁ କିଭଳି ଅଧିକ ସ୍ଵଚ୍ଛ ନିର୍ମଳ ଓ ସୁନ୍ଦର ଭାବେ ଗଢି ତୋଳାଯାଇ ପାରିବ ସେ ଦିଗରେ କାର୍ଯ୍ୟ କରାଯିବ । ଏଥିପାଇଁ ସହରବାସୀଙ୍କ ସହଯୋଗ ଓ ସହଭାଗୀତା କାମନା କରିଛନ୍ତି ଉଭୟ ମେୟର ଓ କମିଶନର । ସ୍ବାୟତ୍ତ ଶାସନ ଦିବସ ପାଳନ ଅବସରରେ ବିଏମସି ପକ୍ଷରୁ ମେଗା ରକ୍ତଦାନ ଶିବିର ଆୟୋଜନ କରି ଏକ ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖାଯାଇଛି । ରାଜଧାନୀରେ ଥିବା ବିଭିନ୍ନ ସମସ୍ୟା ଯେପରି ଅସରାଏ ବର୍ଷାରେ ଜଳବନ୍ଦୀ ଯନ୍ତ୍ରଣା, ସ୍ବେରଜ, ଡମ୍ପିୟାର୍ଡ ବିବାଦର ସମସ୍ୟା ସମାଧାନ କରାଯିବ ବୋଲି ଆଶା ରଖିଛନ୍ତି ରାଜଧାନୀବାସୀ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.