ETV Bharat / city

ବୁଲା ଗାଈଗୋରୁଙ୍କୁ ବଳକା ଖାଦ୍ୟ ଦେବା ପାଇଁ ବିଏମସିର ଅପିଲ - corona virus

କୋରୋନା ପାଇଁ ହୋଟେଲ ରେସ୍ତୋରାଁ ବନ୍ଦ ଥିବାରୁ ଗୋରୁଗାଈଙ୍କ ପାଇଁ ଖାଦ୍ୟାଭାବ ଦେଖାଯିବାକୁ ଥିବାବେଳେ ରାଜଧାନୀବାସୀଙ୍କୁ ବଳକା ଖାଦ୍ୟ ନଫୋପାଡି ନିର୍ଦ୍ଧିଷ୍ଟ ସ୍ଥାନରେ ରଖିବାକୁ ବିଏମସି ପକ୍ଷରୁ ଅପିଲ କରାଯାଇଛି । ଅଧିକ ପଢନ୍ତୁ...

bmc
ବୁଲା ଗୋରୁଗାଈଙ୍କୁ ବଳକା ଖାଦ୍ୟ ଦେବା ପାଇଁ ବିଏମସିର ଅପିଲ
author img

By

Published : Mar 25, 2020, 11:38 PM IST

Updated : Mar 26, 2020, 10:20 AM IST

ଭୁବନେଶ୍ବର: ଜୀବେଦୟା କାର୍ଯ୍ୟରେ ଜନସାଧାରଣଙ୍କୁ ଅନୁରୋଧ କଲା ବିଏମସି। ବର୍ତ୍ତମାନ ସ୍ଥିତିରେ କୋରୋନା ଲକ ଡାଉନ କଟକଣା ଯୋଗୁଁ ଲୋକମାନେ ଘରୁ ବହାରୁନାହାନ୍ତି। ଏଭଳି ସମୟରେ ବୁଲା ଗୋରୁଗାଈଙ୍କୁ ନିତିଦିନିଆ ଖାଦ୍ୟ ମିଳିବାକୁ କଷ୍ଟ ସାଧ୍ୟ ହୋଇପଡିଛି। ଏଭଳି ସ୍ଥିତିରେ ବୁଲା ଗାଈଗୋରୁଙ୍କୁ ଖାଦ୍ୟ ଦେବାକୁ ବିଏମସି ଅପିଲ କରିଛି। ଏନେଇ ବିଜ୍ଞାପନ ପ୍ରକାଶ ପାଇଛି।

ବୁଧବାର ଠାରୁ ରାଜଧାନୀରେ ପ୍ରାୟ ୪ଟି ଅଟୋ ବୁଲିବ ବୋଲି ସୂଚନା ଦେଇଛନ୍ତି ବିଏମସି କର୍ତ୍ତୃପକ୍ଷ। କୋରୋନା ଭୁତାଣୁର ପ୍ରତିଷେଧକ ବ୍ୟବସ୍ଥା ସ୍ବରୂପ ରାଜଧାନୀ ଭୁବନେଶ୍ବରରେ ଲକଡାଉନ ପରିସ୍ଥିତିରେ ଦୋକାନ ବଜାର ବନ୍ଦ ହୋଇଯାଇଛି। ବିଶେଷକରି ହୋଟେଲ ଓ ଖାଦ୍ୟ ଦୋକାନ ଗୁଡିକ ବନ୍ଦ ରହିଛି। ଏହି ସ୍ଥିତିରେ ବୁଲା ଗାଈ ଗୋରୁ ଏବଂ କୁକୁରମାନଙ୍କ ଖାଦ୍ୟାଭାବ ଘଟିପାରେ।

ତେଣୁ ବିଏମସି ପକ୍ଷରୁ ଭୁବନେଶ୍ବରର ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି କି ନିଜର ବଳକା ଖାଦ୍ୟ ଏଣେତେଣେ ନ ଫିଙ୍ଗି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ରଖନ୍ତୁ। ଏହା ସାଙ୍ଗରେ କିଛି ପାଣି ମଧ୍ୟ ରଖନ୍ତୁ , ଫଳରେ ବାହାରେ ବୁଲୁଥିବା ଗାଈଗୋରୁ ଖାଇପାରିବେ ବୋଲି ଅନୁରୋଧ କରିଛନ୍ତି ବିଏମସି ଡେପୁଟି କମିଶନର ଶ୍ୟାମ ସୁନ୍ଦର ସେଠୀ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Mar 26, 2020, 10:20 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.