ଭୁବନେଶ୍ୱର: ବିଏମସିର ହେଲା ରାପିଡ଼ ଆଣ୍ଟିଜେନ ଟେଷ୍ଟ । ଗୁରୁବାର ଭୁବନେଶ୍ୱର ମହାନଗର ନିଗମରେ ପ୍ରାୟ ୧୦୦ ଜଣ କର୍ମଚାରୀ ଓ ଅଧିକାରୀଙ୍କ ରାପିଡ଼ ଆଣ୍ଟିଜେନ ଟେଷ୍ଟ ହୋଇଛି । ବୁଧବାର ବିଏମସି କାର୍ଯ୍ୟାଳୟରେ ଦୁଇ ଜଣ କରୋନା ଅକ୍ରାନ୍ତ ଚିହ୍ନଟ ହେବା ପରେ ବିଏମସି ତୁରନ୍ତ ଆଜି ସମସ୍ତଙ୍କ ରାପିଡ ଆଣ୍ଟିଜେନ ଟେଷ୍ଟ କରିଛି।
କୋରୋନା ସଂକ୍ରମଣ ଭୁବନେଶ୍ୱରରେ ବୃଦ୍ଧି ପାଇଛି । ଦୈନିକ କ୍ୱାରେଣ୍ଟିନ ଓ ଲୋକାଲ ମା୍ମଲା ପୁଳା ପୁଳା ଚିହ୍ନଟ ହେଉଛନ୍ତି । ବିଏମସି ବିଡିଏ ରେ ମଧ୍ୟ କୋରୋନା ପ୍ରବେଶ କରି ସାରିଛି ।
ପୂର୍ବରୁ ବିଏମସିରେ ଦୁଇ ଜଣ ଯନ୍ତ୍ରୀ ଓ ଜଣେ ଡ୍ରାଇଭର କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ବୁଧବାର ପୁଣି ବିଏମସି ଅଡିଟ ସେକ୍ସନରେ ଓ ବିଏମସିରେ ଦୁଇ ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଆଜି ବିଏମସିରେ ରାପିଡ଼ ଆଣ୍ଟିଜେନ ଟେଷ୍ଟ ହୋଇଛି ।
ଜୁନ ପହିଲାରୁ ବିଏମସିକୁ ସର୍ବସାଧାରଣଙ୍କ ପ୍ରବେଶକୁ ବନ୍ଦ କରିଦିଆଯାଇଥିଲା । ଏବେ ସ୍ଥିତି ଜଟିଳ ଥିବାରୁ ବିଏମସିରେ ସର୍ବସାଧାରଣଙ୍କ ପ୍ରବେଶ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି ।
ଭୁବନେଶ୍ୱରରୁ ସଞ୍ଜୀବ ରାୟ, ଇଟିଭି ଭାରତ