ଭୁବନେଶ୍ବର: ଆଗକୁ ଆସୁଛି ପାର୍ବଣର ମାହୋଲ । ମହାମାରୀ ସମୟରେ କିଭଳି ବିଭିନ୍ନ ମଣ୍ଡପରେ ପୂଜା ହେବ ଏବଂ ପୂଜାମଣ୍ଡପର ପାରିପାର୍ଶ୍ବିକ ସ୍ଥିତି ରହିବ ସେନେଇ ନିର୍ଦ୍ଦେଶନାମା ଜାରି କରିଛି ଭୁବନେଶ୍ବର ମହାନଗର ନିଗମ । ବୁଧବାର ବିଏମସି ପକ୍ଷରୁ ପ୍ରଚାର ଗାଡି ମାଧ୍ୟମରେ ସଚେତନା ଆରମ୍ଭ ହୋଇଛି ।
ଅନଲକ ପ୍ରକ୍ରିୟାରେ ଜୀବନ ଜୀବିକାକୁ ଗୁରୁତ୍ବ ଦେଇ ଅନେକ କଟକଣାକୁ କୋହଳ କରାଯାଇଛି । ହେଲେ ସଂକ୍ରମଣ ସମ୍ପୂର୍ଣ୍ଣ ଯାଇ ନଥିବାରୁ ପୂଜା ସମୟରେ ନୂତନ ଏସଓପି ଜାରି କରିଛି ବିଏମସି ।
ନଜର ପକାନ୍ତୁ ପୂଜା ସମୟର ନୂତନ ଏସଓପି :
- ପୂଜା ମଣ୍ଡପ ପୂଜକ ଓ କର୍ତ୍ତାକୁ ମିଶାଇ ୭ ଜଣଙ୍କ ଠାରୁ ଅଧିକ ରହିବେ ନାହିଁ
- ନିରାଡମ୍ବରରେ ପୂଜା କରନ୍ତୁ ଏବଂ ପୂଜାରେ ଜନସାଧାରଣଙ୍କ ଭାଗଦାନକୁ ପ୍ରଶୟ ଦିଅନ୍ତୁ ନାହିଁ
- ୪ ଫୁଟର ମୂର୍ତ୍ତି ମଧ୍ୟରେ ସୀମିତ ରଖନ୍ତୁ, ପେଣ୍ଡାଲ ଚତୁଃପାର୍ଶ୍ବ ଘୋଡାଇ ରଖନ୍ତୁ
- ସର୍ବସାଧାରଣଙ୍କ ଦର୍ଶନ ବ୍ୟବସ୍ଥା ରଖନ୍ତୁ ନାହିଁ
- ଡାକବାଜି ଯନ୍ତ୍ର ସମ୍ପୂର୍ଣ୍ଣ ନିଷେଧ
- ପୂଜା ଅନୁଷ୍ଠାନ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ କରିପାରିବେ ନାହିଁ
- କୋଭିଡ -୧୯ ମହାମାରୀ ନିର୍ଦ୍ଦେଶାବଳୀ ମାନିବା ବାଧ୍ୟତାମୂଳକ
- ଭଷାଣ ବିନା ଆଡମ୍ବରରେ ଅସ୍ଥାୟୀ ପୋଖରୀରେ କରିବେ
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ