ETV Bharat / city

ଭକ୍ତ ଦେଖାଇଲେ ମାନବିକତା, ଭୋକିଲା ପେଟକୁ ଦେଲେ ଦାନା - ଭୁବନେଶ୍ବର ଶନି ମନ୍ଦିର

ଭୁବନେଶ୍ବର ବିଭିନ୍ନ ବସ୍ତି ବାସିନ୍ଦାଙ୍କୁ ଶୁଖିଲା ରାସନ ବାଣ୍ଟିଲେ ବିଏମସି ଓ ଶନିମନ୍ଦିର ଟ୍ରଷ୍ଟ ।

devotee showed humanity,
ଭକ୍ତ ଦେଖାଇଲେ ମାନବିକତା
author img

By

Published : Apr 24, 2020, 8:36 PM IST

ଭୁବନେଶ୍ବର: ଲକ ଡାଉନ କଟକଣା ଯୋଗୁଁ ଅସୁବିଧା ଭୋଗୁଥିବା ବସ୍ତି ବାସିନ୍ଦାଙ୍କୁ ରାସନ ବାଣ୍ଟିଲେ ବିଏମସି ଓ ଶନିମନ୍ଦିର ଟ୍ରଷ୍ଟ । କଟକଣା ଫଳରେ ଘରୁ ବାହାରି ନପାରି ଭୋକିଲା ଅସହାୟ ଲୋକଙ୍କ ପାଇଁ ସାହା ହେଲେ ବିଜେବି ନଗର ମଇଁଷିଆ ଖାଲ ବସ୍ତିରେ ଥିବା ଶନି ମନ୍ଦିର ଭକ୍ତ ମାନେ।

ଭକ୍ତ ଦେଖାଇଲେ ମାନବିକତା,

ଟ୍ରଷ୍ଟ ଓ ବିଏମସି ପକ୍ଷରୁ ଭୁବନେଶ୍ବର ବିଭିନ୍ନ ବସ୍ତିରେ ରହୁଥିବା ବସ୍ତି ବାସିନ୍ଦା ଓ ଶ୍ରମିକ ମାନଙ୍କୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟା ଯାଇଥିଲା । ଶୁକ୍ରବାର ଶନି ମନ୍ଦିର କମିଟି ପକ୍ଷରୁ ୫ କିଲୋ ଚାଉଳ, ଡାଲି, ଲୁଣ, ହଳଦୀ, ଚୁଡା ଓ ସାନିଟାଇଜରକୁ ଏକ ପୁଡ଼ିଆରେ ପ୍ୟାକ କରି ପ୍ରାୟ ୩୦୦ ପୁଡ଼ିଆ ବଣ୍ଟା ଯାଇଥିଲା। ବିଏମସିକୁ ଏହି ପୁଡ଼ିଆ ହସ୍ତାନ୍ତର କରିଥିଲେ ମନ୍ଦିର କମିଟି ସଦସ୍ୟ ମାନେ। ଏହାଛଡା କୋରୋନା ପ୍ରଭାବରୁ ସୁସ୍ଥ ରହିବା ପାଇଁ ବସ୍ତି ବାସିନ୍ଦାଙ୍କୁ ମାସ୍କ ମଧ୍ୟ ପିନ୍ଧାଇଥିଲେ। ଏହି ପଦକ୍ଷେପ କୁ ସାଧାରଣରେ ସ୍ବାଗତ କରିଛନ୍ତି ବିଭିନ୍ନ ବର୍ଗର ଲୋକ।

ଭୁବନେଶ୍ବରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.