ETV Bharat / city

ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ BMC: ମେୟର ସୁଲୋଚନା - ବିଏମସି ବାତ୍ୟା ପ୍ରସ୍ତୁତି

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତ ଥିବା କହିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ । ଶୁଖିଲା ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ରହିଛି ମହଜୁଦ । ଅଧିକ ପଢନ୍ତୁ

ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ BMC: ମେୟର
ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ BMC: ମେୟର
author img

By

Published : May 6, 2022, 4:50 PM IST

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ BMC ପ୍ରସ୍ତୁତ ଥିବା କହିଲେ ଭୁବନେଶ୍ବର ମେୟର ସୁଲୋଚନା ଦାସ । ବାତ୍ଯା ମୁକାବିଲା ନେଇ ସହରର ୩୧ଟି ସ୍ଥାନ ଜଳମଗ୍ନ ହେବାନେଇ ଚିହ୍ନଟ କରାଯାଇଛି । ଚିହ୍ନଟ ସ୍ଥାନଗୁଡିକରେ ଜଳ ନିଷ୍କାସନ ପାଇଁ ପମ୍ପସେଟ୍‌ ମହଜୁଦ ରଖାଯାଇଛି । ଏହାସହ ସହରର ବିଭିନ୍ନ ସ୍କୁଲ ଓ କମ୍ଯୁନିଟ ସେଣ୍ଟରେକୁ ବାତ୍ୟା ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ ବୋଲି ମେୟର କହିଛନ୍ତି ।

ସେହିପରି ଆବଶ୍ୟକ ପଡ଼ିଲେ ଅସୁବିଧାରେ ଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯିବ । ଆଶ୍ରୟସ୍ଥଳୀ ଗୁଡିକରେ ଆବଶ୍ୟକୀୟ ସାମଗ୍ରୀ ସହ ଜେନେରେଟର ବ୍ୟବସ୍ଥା କରାଯିବ । ରାଜଧାନୀରେ ୭୨ଟି ବାତ୍ୟା ଆଶ୍ରୟସ୍ଥଳ ଚିହ୍ନଟ କରାଯାଇଛି । ଅବଶ୍ୟକ ସ୍ଥଳେ ଅଧିକ ଟ୍ରାକ୍ଟର ମହଜୁଦ ରଖାଯାଇଛି । ଅନ୍ୟପଟେ ବାତ୍ୟା ମୁକାବିଲା ପାଇଁ BMC କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ବଡ ବଡ ଡ୍ରେନ ଓ ଜଳବନ୍ଦୀ ଓ ଅଳିଆ ସ୍ଥାନଗୁଡ଼ିକୁ ସଫା ପାଇଁ ଅଧିକରୁ ଅଧିକ କମର୍ଚାରୀ ମୁତୟନ ହେବେ ବୋଲି ମେୟର କହିଛନ୍ତି ।

ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତ BMC: ମେୟର

ସେପଟେ କୋରୋନା ଟିକା ମହଜୁଦ ଥିବା ସ୍ଥାନରେ ୨୪ ଘଣ୍ଟିଆ ବିଦ୍ୟୁତ ଯୋଗାଇ ଦେବାର ପାଇଁ ବ୍ୟବସ୍ଥା କରାଯାଇଛି ।
ମୁଖ୍ୟତଃ ମୁକାବିଲା ପାଇଁ ଜିରୋ କାଜୁଆଲିଟି ଉପରେ ଧ୍ୟାନ ଦିଆଯିବ । ଏହାସହ ବ୍ୟାପକ ଶୁଖିଲା ଖାଦ୍ୟ, ପିଇବା ପାଣି ଔଷଧ ମହଜୁଦ ରଖାଯିବ । ସବୁ ବିଭାଗ ମଧ୍ୟରେ ସମନ୍ୱୟ ରଖିଯାଇ ପରିସ୍ଥିତିକୁ ସୁଚାରରୂପେ ପରିଚାଳନା କରାଯିବ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.