ଭୁବନେଶ୍ବର: କୋରୋନା ନେଇ ସମଗ୍ର ଦେଶରେ ଦେଖାଯାଇଛି ରକ୍ତ ସଙ୍କଟ । ଏପରି ସ୍ଥିତିରେ ସଙ୍କଟମୋଚନ ସାଜିଛନ୍ତି ଯବାନ । ସାରା ଦେଶ ଯେଉଁଠି ଘରେ ରହିଛି। ସେଠି ଦେଶପାଇଁ ସଂଗ୍ରାମ ଜାରି ରଖିଛନ୍ତି ଦେଶର ବୀର ଯବାନ। ଗୋଟେପଟେ ଦେଶର ସୁରକ୍ଷାକୁ ବ୍ରତ କରିନେଇଥିବାବେଳେ ଏପଟେ ରୋଗୀଙ୍କ ଜୀବନ ରକ୍ଷା ପାଇଁ କରିଛନ୍ତି ରକ୍ତଦାନ।
ରକ୍ତ ସଂକଟ ଭଳି ପରିସ୍ଥିତିରେ ସାହା ହୋଇଛନ୍ତି ଏହି ବୀର ଯବାନ। କରୋନା ଭଳି ସଂକଟ ସ୍ଥିତିରେ ସଂକଟମୋଚନ ସାଜି ଦାନ କରିଛନ୍ତି ୫୦ ୟୁନିଟ ରକ୍ତ। ଭୁବନେଶ୍ବର ୧୨୦ ଇନଫ୍ରା ବାଟାଲିୟନରେ ଆୟୋଜିତ ରକ୍ତ ଦାନ କାର୍ଯ୍ୟକ୍ରମରେ କରିଛନ୍ତି ରକ୍ତ ଦାନ ।
ବାଟାଲିୟନର କମାଣ୍ଡିଂ ଅଫିସର ଡି.ଡି ସ୍ବାଇଁ ଙ୍କ ନେତୃତ୍ବରେ ୫୦ ଜଣ ବାଟାଲିୟନ କାର୍ଯ୍ୟରତ ଯବାନ ମାନେ ରକ୍ତଦାନ କରି ରେଡକ୍ରସକୁ ୫୦ ୟୁନିଟ ରକ୍ତ ଦେଇଛନ୍ତି। ଦେଶ ଓ ରାଜ୍ୟର ଏହି ଘଡିସନ୍ଧି ମୁହୁର୍ତରେ ବୀର ଯବାନଙ୍କ ମହାନ କାର୍ଯ୍ୟକୁ ସଂକଟମୋଚନ ଭାବେ ତୁଳନା କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ