ETV Bharat / city

ଦୂରହେବ ଦୃଷ୍ଟିହୀନତା: 10 ଜିଲ୍ଲାରେ ବୁଲିବ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା କେନ୍ଦ୍ର - blindness review meeting

ରାଜ୍ୟରୁ ଦୃଷ୍ଟିହୀନତା ଦୂରୀକରଣ ପାଇଁ ସମୀକ୍ଷା କଲେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା । ଏହି ଅବସରରେ ସେ ୧୦ଟି ଜିଲ୍ଲାରେ ସରକାର ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା କେନ୍ଦ୍ର ପ୍ରଚଳନ ହେବା ନେଇ ଘୋଷଣା କରିଛନ୍ତି ।

ରାଜ୍ୟରେ ଅନ୍ଧତ୍ବ ଦୂରୀକରଣ ପାଇଁ ସମୀକ୍ଷା
author img

By

Published : Oct 16, 2019, 9:14 PM IST

ଭୁବନେଶ୍ବର: ରାଜ୍ୟରୁ ଦୃଷ୍ଟିହୀନତା ଦୂରୀକରଣ ଆଉ 10ଟି ଜିଲ୍ଲାରେ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା କେନ୍ଦ୍ର ପ୍ରଚଳନ ହେବ । ଏଥି ସହିତ ୨୦୧୯-୨୦ ବର୍ଷରେ ଆଉ ୫୦ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର(ସିଏଚ୍‍ସି)ରେ ମଧ୍ୟ ସ୍ଥାୟୀ ଚକ୍ଷୁ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ବୁଧବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ଏହି ସୂଚନା ଦେଇଛନ୍ତି ।

ଏନେଇ ବୁଧବାର ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ସାର୍ବଜନୀନ ଚକ୍ଷୁ ସ୍ବାସ୍ଥ୍ୟ ‘ସୁନେତ୍ର’ ଯୋଜନା ସମୀକ୍ଷା ଅବସରରେ ଏହା କହିଥିଲେ । ଏଥିସହ ବିଦ୍ୟାଳୟରେ ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମରେ ଚଳିତ ବର୍ଷ ୮,୧୪,୪୮୩ ଜଣ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୨୫,୩୬୦ଜଣ ପିଲାଙ୍କର ଦୃଷ୍ଟିଶକ୍ତିର ସମସ୍ୟା ଥିବା ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୮୯୨୯ ଜଣଙ୍କୁ ମାଗଣାରେ ଚଷମା ଯୋଗାଇ ଦିଆଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

ବର୍ତ୍ତମାନ ରାଜ୍ୟର ବିଭିନ୍ନ ୧୮୩ ସିଏଚ୍‍ସିରେ ଗ୍ରାମାଞ୍ଚଳ ଲୋକଙ୍କୁ ଚକ୍ଷୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବାବେଳେ ଦୂର ଦୂରାନ୍ତ ଅଞ୍ଚଳର ଲୋକମାନଙ୍କ ପାଖରେ ଉନ୍ନତମାନର ଅନୁରୂପ ସୁବିଧା ଯୋଗାଇ ଦେବାପାଇଁ ଏମକେସିଜି ମେଡିକାଲ କଲେଜରେ ଏକ ଟେଲି ଅପ୍‍ଥାମଲୋଜି ନେଟୱାର୍କ କାର୍ଯ୍ୟ କରୁଛି । ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲରେ ଏକ ରେଟିନା କେନ୍ଦ୍ର ମଧ୍ୟ କାର୍ଯ୍ୟକାରୀ ହୋଇଛି ।

ତେବେ ରାଜ୍ୟରେ ୬ଟି ଚକ୍ଷୁବ୍ୟାଙ୍କ ରହିଥିବାବେଳେ ସେଥିମଧ୍ୟରୁ ବର୍ତ୍ତମାନ 3ଟି କାର୍ଯ୍ୟକ୍ଷମ ଅଛି । ସେହିପରି ଚଳିତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ୭୧୨ ଜଣ ଚକ୍ଷୁଦାନ କରିଥିବାବେଳେ ୫୧୪ ଜଣଙ୍କ ଠାରେ ଚକ୍ଷୁ ପ୍ରତିରୋପଣ ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ୪୯,୩୨୮ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି । ସେଥିମଧ୍ୟରୁ ମେଡିକାଲ କଲେଜରେ ୨୭୯୭, ଜିଲ୍ଲା ଏବଂ ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ ୫୮୯୯, ଘରୋଇ ଡାକ୍ତରଖାନା ଗୁଡିକରେ ୬୯୩୫ ଏବଂ ସ୍ବେଚ୍ଛାସେବୀ ସଂଗଠନମାନଙ୍କ ଦ୍ବାରା ବିଭିନ୍ନ କ୍ୟାମ୍ପ ମାନଙ୍କରେ ୩୩,୯୬୫ ଜଣଙ୍କର ମୋତିଆବିନ୍ଦୁ ଅପରେସନ ହୋଇଛି । ଏହି ହାର ବୃଦ୍ଧି ଲାଗି ବୈଠକରେ ସ୍ବାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅଗ୍ରାଧିକାର ଦିଆଯିବା ସହିତ ସେମାନଙ୍କର ଆବଶ୍ୟକ ପଡୁଥିବା ଚଷମା ମଧ୍ୟ ସରକାର ଯୋଗାଇଦେବେ । ସମୀକ୍ଷା ଅବସରରେ ସୁନେତ୍ର ଯୋଜନାକୁ ତ୍ବାରାନିତ କରି ରାଜ୍ୟରେ ଅନ୍ଧତ୍ବ ଦୂରୀକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବାପାଇଁ ଡାକ୍ତର ମେହେର୍ଦ୍ଦା ପରାମର୍ଶ ଦେଇଥିଲେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରାଜ୍ୟରୁ ଅନ୍ଧତ୍ୱ ଦୂରୀକରଣ ଲାଗି ଚଳି ଆର୍ଥିକ ବର୍ଷରେ ରାଜ୍ୟର ଆଉ ୧୦ଟି ଜିଲ୍ଲାରେ ସରକାର ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା କେନ୍ଦ୍ର ପ୍ରଚଳନ ହେବ । ଗତବର୍ଷ ୧୦ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ହୋଇଥିଲା । ଏଥି ସହିତ ୨୦୧୯-୨୦ ବର୍ଷରେ ଆଉ ୫୦ଟି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର (ସିଏଚ୍‍ସି)ରେ ମଧ୍ୟ ସ୍ଥାୟୀ ଚକ୍ଷୁ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ ‘ସୁନେତ୍ର’ ଯୋଜନାର କରିଥିବା ସମୀକ୍ଷାରୁ ଏହି ସୂଚନା ମିଳିଛି । ବିଦ୍ୟାଳୟ ପିଲାମାନଙ୍କର ଚକ୍ଷୁ ପରୀକ୍ଷା କାର୍ଯ୍ୟକ୍ରମରେ ଚଳିତବର୍ଷ ୮,୧୪,୪୮୩ ଜଣ ଛାତ୍ରଛାତ୍ରୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୨୫,୩୬୦ଜଣ ପିଲାଙ୍କର ଦୃଷ୍ଟିଶକ୍ତିର ସମସ୍ୟା ଥିବା ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରୁ ୮୯୨୯ ଜଣଙ୍କୁ ମାଗଣାରେ ଚଷମା ଯୋଗାଇ ଦିଆଯାଇଛି । ଏହି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ନିକଟସ୍ଥ ଚକ୍ଷୁ ଚିକିତ୍ସା ଥିବା କେନ୍ଦ୍ର ଗୁଡିକ ସହିତ ଯୋଗାଯୋଗ ଲାଗି ସଚିବ ପରାମର୍ଶ ଦେଇଛନ୍ତି । ଫଳରେ ସେମାନେ ଆଉ ଦୂର ଦୂରାନ୍ତକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହେବେନାହିଁ । ବର୍ତ୍ତମାନ ରାଜ୍ୟର ବିଭିନ୍ନ ୧୮୩ ସିଏଚ୍‍ସିରେ ଗ୍ରାମାଞ୍ଚଳ ଲୋକଙ୍କୁ ଚକ୍ଷୁ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଥିବାବେଳେ ଦୂର ଦୂରାନ୍ତ ଅଞ୍ଚଳର ଲୋକମାନଙ୍କ ପାଖରେ ଉନ୍ନତମାନର ଅନୁରୂପ ସୁବିଧା ଯୋଗାଇ ଦେବାପାଇଁ ଏମ୍‍କେସିଜି ମେଡିକାଲ କଲେଜରେ ଏକ ଟେଲି ଅପ୍‍ଥାମଲୋଜି ନେଟୱାର୍କ କାର୍ଯ୍ୟ କରୁଛି । ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଏକ ରେଟିନା କେନ୍ଦ୍ର ମଧ୍ୟ କାର୍ଯ୍ୟକାରୀ ହୋଇଛି । ରାଜ୍ୟରେ ୬ଟି ଚକ୍ଷୁବ୍ୟାଙ୍କ୍‍ ଥିବାବେଳେ ସରକାରୀ ଭାବେ ତିନିଟି ଚାଲୁଛି । ଚଳିତବର୍ଷ ସେପ୍ଟେମ୍ବର ମାସ ସୁଦ୍ଧା ୭୧୨ ଜଣ ଚକ୍ଷୁଦାନ କରିଥିବାବେଳେ ୫୧୪ ଜଣଙ୍କ ଠାରେ ଚକ୍ଷୁ ପ୍ରତିରୋପଣ ହୋଇଛି ।ଏହି ସମୟ ମଧ୍ୟରେ ରାଜ୍ୟରେ ୪୯,୩୨୮ ଜଣଙ୍କର ମୋତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଛି । ସେଥି ମଧ୍ୟରୁ ମେଡିକାଲ କଲେଜରେ ୨୭୯୭, ଜିଲ୍ଲା ଏବଂ ଉପଖଣ୍ଡ ଚିକିତ୍ସାଳୟ ଗୁଡିକରେ ୫୮୯୯, ଘରୋଇ ଡାକ୍ତରଖାନା ଗୁଡିକରେ ୬୯୩୫ ଏବଂ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ବିଭିନ୍ନ କ୍ୟାମ୍ପ ମାନଙ୍କରେ ୩୩,୯୬୫ ଜଣଙ୍କର ମୋତିଆବିନ୍ଦୁ ଅପରେସନ ହୋଇଛି । ଏହି ହାର ବୃଦ୍ଧି ଲାଗି ବୈଠକରେ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ସେହିଭଳି ୪୫ବର୍ଷରୁ ଉଦ୍ଧ୍ୱର୍ ବୟସ୍କ ବ୍ୟକ୍ତିଙ୍କ କ୍ଷେତ୍ରରେ ଦେଖା ଦେଉଥିବା ଅନ୍ଧାରକଣା ଜନିତ ଚକ୍ଷୁ ସମସ୍ୟା ବିଶେଷକରି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ଠାରେ ପରିଲକ୍ଷିତ ହେଉଥିବା ଏଭଳି ଚକ୍ଷୁସମସ୍ୟାର ସମାଧାନ ପାଇଁ ବିଭିନ୍ନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ମେଡିକାଲ କଲେଜ ଓ ଅନ୍ୟ ଯେକୌଣସି ସ୍ୱାସ୍ଥ୍ୟାନୁଷ୍ଠାନରେ ସେମାନଙ୍କର ଚକ୍ଷୁ ପରୀକ୍ଷା କରାଯିବାର ବ୍ୟବସ୍ଥା ହେବ । ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ଅଗ୍ରାଧିକାର ଦିଆଯିବା ସହିତ ସେମାନଙ୍କର ଆବଶ୍ୟକ ପଡୁଥିବା ଚଷମା ଆଦି ମଧ୍ୟ ସରକାର ଯୋଗାଇଦେବେ । ସମୀକ୍ଷା ଅବସରରେ ସୁନେତ୍ର ଯୋଜନାକୁ ତ୍ୱରାନିତ କରି ରାଜ୍ୟରେ ଅନ୍ଧତ୍ୱ ଦୂରୀକରଣ କାର୍ଯ୍ୟକ୍ରମକୁ ବ୍ୟାପକ କରିବାପାଇଁ ଡାକ୍ତର ମେହେର୍ଦ୍ଦା ପରାମର୍ଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ କ୍ଷମତାପନ୍ନ କମିଟିର ଅଧ୍ୟକ୍ଷ ଡାକ୍ତର ଟି ପି ଦାଶ, ସୁନେତ୍ରର ସିଇଓ ୟାମିନି ଷଡଙ୍ଗୀ, ଅତିରିକ୍ତ ସଚିବ ସୁଶାନ୍ତ ମହାପାତ୍ର, ଯୁଗ୍ମ ସଚିବ ସ୍ମିତା ବିଶ୍ୱାଳ ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ଅଜିତ୍‍ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ପଦାଧିକାରୀମାନେ ଉପସ୍ଥିତ ଥିଲେ ।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.