ଭୁବନେଶ୍ବର: ଆଡମିଶନ ନାଁରେ ସୀମା ଟପିଲା ଅଶ୍ଳୀଳତା । ଭଲ କଲେଜରେ ଆଡମିଶନ ଦେବା ଆଳରେ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ ସୁଟ୍ କରି ବ୍ଲାକମେଲିଂ କରୁଥିବା ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଛାତ୍ରୀଙ୍କ ପରିବାରକୁ ନ୍ୟୁଡ ଭିଡିଓ ପଠାଇ ଟଙ୍କା ଆଦାୟ କରୁଥିବା ଅଭିଯୁକ୍ତ ଗିରଫ ।
ଅଭିଯୁକ୍ତ ପ୍ରଦୀପ କୁମାର ସ୍ବାଇଁକୁ ଗିରଫ କରି କୋର୍ଟଚାଲାଣ କରିଛି ସାଇବର ଓ ଅର୍ଥନୈତିକ ଅପରାଧା ଥାନା ପୋଲିସ । ସୂଚନା ମୁତାବକ, ଜଣେ ଛାତ୍ରୀକୁ ଅଭିଯୁକ୍ତ ପ୍ରଦୀପ ଏକ ଅଜଣା କଲ ଜରିଆରେ ସମ୍ପର୍କରେ ଆସିଥିଲେ । ଧୀରେ ଧୀରେ ଛାତ୍ରୀ ଜଣକ ଆଡମିଶନ ପାଇଁ ଇଚ୍ଛୁକ ଥିବା ଜାଣିବା ପରେ ଫାଇଦା ଉଠାଇଥିବା ଅଭିଯୁକ୍ତ । ଭଲ ଭଲ କଲେଜରେ ଆଡମିଶନ ସହ କମଦାମରେ ଲ୍ୟାପଟପ ଯୋଗାଇ ଦେବାର ଲୋଭ ଦେଖାଇ ଛାତ୍ରୀଙ୍କ ବିଶ୍ବାସ ଭାଜନ ହୋଇଥିଲା ।
ପରେ ତାଙ୍କ ସହ ଭିଡିଓ ଚାର୍ଟିଂ ବେଳେ ନ୍ୟୁଡ ଭିଡିଓ ରେକର୍ଡ କରି ପରେ ବ୍ଲାକମେଲିଂ ଆରମ୍ଭ କରିଥିଲା । ଏପରିକି ଛାତ୍ରୀଙ୍କ ପରିବାରକୁ ଭିଡିଓ ପଠାଇ ଟଙ୍କା ଦାବି କରୁଥିଲା । ଏନେଇ ସାଇବର ଥାନରେ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଆଇଟି ଆକ୍ଟ ସମେତ ବିଭିନ୍ନ ଦଫାରେ କୋର୍ଟଚାଲାଣ କରିଛି ସାଇବର ଥାନା ପୋଲିସ ।
ଇଟିଭି ଭାରତ, ଭୁବନେଶ୍ବର