ETV Bharat / city

ଆଜି ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ - ବିଜେପି ରାଜ୍ୟ କାର୍ଯ୍ୟକରିଣୀ ବୈଠକ

ଆଜି(ସୋମବାର)ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ରାଜ୍ୟର ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ବସିବ ବୈଠକ । ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ଵରୀ ଏବଂ ପ୍ରମୁଖ ବିଧାୟକ, ସାଂସଦ । ଅଧିକ ପଢନ୍ତୁ...

ସୋମବାର ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ
ସୋମବାର ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ
author img

By

Published : Jun 27, 2021, 10:03 PM IST

Updated : Jun 28, 2021, 8:29 AM IST

ଭୁବନେଶ୍ବର: ରାଜ୍ୟର ସାମ୍ପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆଜି(ସୋମବାର) ବିଜେପିର ରାଜ୍ୟ କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ ହେବ । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହେବ ଏହି ବୈଠକ । ବୈଠକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ଵରୀ ଏବଂ ସହ ପ୍ରଭାରୀ ବିଜୟ ପାଳ ସିଂ ତୋମରଙ୍କ ସମେତ ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରମୁଖ ଯୋଗ ଦେବେ । କୋରୋନା ସଂକ୍ରମଣ ଏବଂ ଏହା ଜନିତ କଟକଣା କାରଣରୁ ଏହି ବୈଠକ ଭିଡିଓ କନଫେରନ୍ସିଂ ଜରିଆରେ ଅନୁଷ୍ଠିତ ହେବ । ସମସ୍ତ ନେତୃବୃନ୍ଦ ଓ କାର୍ଯ୍ୟକର୍ତ୍ତାମାନେ ନିଜ ନିଜ ଅଞ୍ଚଳରେ ରହି ଭିଡିଓ କନଫରେନ୍ସ ଜରିଆରେ ଏଥିରେ ଯୋଡି ହେବେ ବୋଲି ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଗତକାଲି(ରବିବାର) ସନ୍ଧ୍ୟାରେ ବିଜେପିର ଗୁରୁତ୍ଵପୂର୍ଣ୍ଣ ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଛି । ବିଶେଷଭାବେ ରାଜ୍ୟରେ କ୍ରମଶଃ ବୃଦ୍ଧି ପାଉଥିବା ଉତ୍କଟ ଆଇନଶୃଙ୍ଖଳା ପରିସ୍ଥିତି, ଧାନମଣ୍ଡି ଓ କୃଷକ ସମସ୍ୟା, ମହିଳା ଏବଂ ଶିଶୁ ନିର୍ଯ୍ୟାତନା ବୃଦ୍ଧି, ଡିଏମଏଫ ଓ କାମ୍ପା ଫଣ୍ଡ ଦୁର୍ନୀତି, ମହାମାରୀ କୋଭିଡ କୁପରିଚାଳନା ଓ ଦୁର୍ନୀତି, ବାଲି ଦୁର୍ନୀତି, ସୀମା ବିବାଦ, ତ୍ରୁଟିପୂର୍ଣ୍ଣ ଶିକ୍ଷା ନୀତି, ପାନୀୟ ଜଳ ସମସ୍ୟା, ଗୋସୁରକ୍ଷା ଆଦି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ନିଷ୍କ୍ରିୟତାକୁ ନେଇ ଆଜିର ଏହି ପଦାଧିକାରୀ ବୈଠକରେ ଚିନ୍ତା ପ୍ରକଟ କରାଯିବା ସହ ବିସ୍ତୃତ ଆଲୋଚନା କରାଯାଇଥିଲା । ଆଗମୀ ପୌର ନିର୍ବାଚନ ପରିପ୍ରେକ୍ଷୀରେ ମଧ୍ୟ ଆଜିର ପଦାଧିକାରୀ ବୈଠକରେ ବିସ୍ତୃତ ଆଲୋଚନା କରାଯାଇଥିବା ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ।

ଆହୁରିମଧ୍ୟ, ପୃଥ୍ବୀରାଜ କହିଛନ୍ତି ଯେ କୋଭିଡ ମହାମାରୀ ସମୟରେ ମୋଦି ସରକାରଙ୍କ ବଳିଷ୍ଠ ନେତୃତ୍ବ ଓ ପଦକ୍ଷେପ କାରଣରୁ ଭାରତବର୍ଷ ସମଗ୍ର ବିଶ୍ଵରେ ପ୍ରଶଂସାର ଅଧିକାରୀ ହୋଇଛି । କୋଭିଡ ମହାମାରୀ ସମୟରେ ମୋଦି ସରକାରଙ୍କ ଗରୀବକଲ୍ୟାଣ ଯୋଜନା କାରଣରୁ କୋଟି କୋଟି ବିଶ୍ବବାସୀ ଉପକୃତ ହୋଇଛନ୍ତି । ଟୀକାକରଣ କ୍ଷେତ୍ରରେ ଭାରତବର୍ଷ ଆଜି ବିଶ୍ୱର ନେତୃତ୍ବ ନେବା ଆମ ସମସ୍ତଙ୍କ ପାଇଁ ନିଶ୍ଚିତ ଗର୍ବର ବିଷୟ ଏବଂ ଏହାର ମୁଖ୍ୟ ଶ୍ରେୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଶୌଚାଳୟ ନିର୍ମାଣ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡ଼ିଶା ପାଇଁ ମୋଦିଙ୍କର ନିଷ୍ଠା ଓ ପ୍ରତିବଦ୍ଧତା ପାଇଁ ଆଜିକାର ବୈଠକରେ ଧନ୍ୟବାଦ ଜ୍ଞାପନ କରାଯାଇଛି । ଆସନ୍ତାକାଲିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ସମସ୍ତ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରାଯିବ ବୋଲି ହରିଚନ୍ଦନ କହିଛନ୍ତି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Jun 28, 2021, 8:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.