ETV Bharat / city

ବିଜେପିର ଅଭିଯୋଗରେ ସତ୍ୟତା ନାହିଁ: ଅଶୋକ ପଣ୍ଡା

author img

By

Published : Jul 5, 2020, 5:52 PM IST

କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ କରିଥିବା ରାଜନୈତିକ ବ୍ୟକ୍ତିମାନଙ୍କ ବିରୋଧରେ ଏଫଆଇଆର ରୁଜୁ କଲା ବିଏମସି । ଘଟଣାକୁ ନେଇ ଶାସକ ଦଳ ଉପରେ ପ୍ରଶ୍ନବାଚୀ କରିବା ସହ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଲେ ସାଂସଦ ଅପରାଜିତା ଷଢଙ୍ଗୀ ଓ ବିଜେପି ଜିଲ୍ଲା ସଭାପତି ବାବୁ ସିଂ । ଅଧିକ ପଢନ୍ତୁ...

BJP's allegations are untrue; Ashok panda
ବିଜେପିର ଅଭିଯୋଗରେ ସତ୍ୟତା ନାହିଁ: ଅଶୋକ ପଣ୍ଡା

ଭୁବନେଶ୍ବର: କୋଭିଡ ଗାଇଡ଼ଲାଇନ ଉଲ୍ଲଂଘନ କରିଥିବା ରାଜନୈତିକ ବ୍ୟକ୍ତିମାନଙ୍କ ବିରୋଧରେ ବିଏମସି ପକ୍ଷରୁ ଏଫଆଇଆର ରୁଜୁ କରାଯାଇଛି । ଘଟଣାକୁ ନେଇ ସାଂସଦ ଅପରାଜିତା ଷଢଙ୍ଗୀ ଓ ବିଜେପି ଜିଲ୍ଲା ସଭାପତି ବାବୁ ସିଂ ପ୍ରଶ୍ନ ଉଠାଇବା ସହ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି ।

ବାବୁ ସିଂ ପ୍ରଶ୍ନ କରିଛନ୍ତି ଯେ, ଶାସକ ଦଳର ମନ୍ତ୍ରୀ ଅଶୋକ ପଣ୍ଡା ଓ ବିଧାୟକ ଅନନ୍ତ ନାରାୟଣ ଜେନା ମଧ୍ୟ ଅନେକ ସ୍ଥାନରେ କୋଭିଡ ଗାଇଡଲାଇନ ଉଲ୍ଲଂଘନ କରିଛନ୍ତି । ହେଲେ ସେମାନଙ୍କ ନାଁରେ ଏଫଆଇଆର ରୁଜୁ ହୋଇନାହିଁ । ସେପଟେ ବିରୋଧୀ ଦଳର ଅଭିଯୋଗକୁ ଖଣ୍ଡନ କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା । ସେ କହିଛନ୍ତି ଯେ, ଏପରି ଅଭିଯୋଗରେ କୌଣସି ସତ୍ୟତା ନାହିଁ । ବରଂ ବିଜେପିର ନେତାମାନେ ଅନେକ ସ୍ଥାନରେ ଏହି ଗାଇଡ଼ଲାଇନକୁ ଅବମାନନା କରିବା ସହ ଫାଇନ ମଧ୍ୟ ଦେଇଥିବାର ନଜର ରହିଛି ।

ସେ ଆହୁରି କହିଛନ୍ତି କି ଆଇନର ଊର୍ଦ୍ଧ୍ବରେ କେହି ନୁହଁନ୍ତି । ତେଣୁ ସେ ମନ୍ତ୍ରୀ ହୁଅନ୍ତୁ କି ବିଧାୟକ ବା ସାଂସଦ ସମସ୍ତେ ଆଇନକୁ ମାନିବା ଉଚିତ୍ । ଆଉ ଅନ୍ୟ ଉପରେ ଦୋଷାରୋପ କରିବା ପୂର୍ବରୁ ପ୍ରଥମେ ନିଜେ କେତେ ସ୍ବଚ୍ଛ ତାହାର ଆକଳନ କରିବା ଉଚିତ୍ । ଔଷଧ ବିକଳରେ ତାଟିଆ କାମୁଡ଼ିଲେ କିଛି ହେବ ନାହିଁ ବୋଲି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରତିକ୍ରିୟା ରଖିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.